ETV Bharat / city

ରାଜ୍ୟ ଭିନ୍ନକ୍ଷମ ନିଯୁକ୍ତି ମିଳିତ ମଞ୍ଚର ଜନମତ ସଂଗ୍ରହ ଅଭିଯାନ ଆରମ୍ଭ - ଭିନ୍ନକ୍ଷମ ନିଯୁକ୍ତି ମିଳିତ ମଞ୍ଚର ଜନମତ ସଂଗ୍ରହ

ରାଜ୍ୟ ଭିନ୍ନକ୍ଷମ ବିଭାଗରେ ସେହି ବର୍ଗର ବ୍ୟକ୍ତିଙ୍କ ନିଯୁକ୍ତି ଦାବି କରି ରାଜ୍ୟ ଭିନ୍ନକ୍ଷମ ନିଯୁକ୍ତି ମିଳିତ ମଞ୍ଚର ଜନମତ ସଂଗ୍ରହ ଅଭିଯାନ ଆରମ୍ଭ । ଭୁବନେଶ୍ବର ଏସଡିଜେଏମ କୋର୍ଟ ପରିସରରେ ସାଧାରଣ ଲୋକଙ୍କ ମତ ନେଇଛି ମଞ୍ଚ । ଭୁବନେଶ୍ବର ସମେତ ୧୫ଟି ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

ରାଜ୍ୟ ଭିନ୍ନକ୍ଷମ ନିଯୁକ୍ତି ମିଳିତ ମଞ୍ଚର ଜନମତ ସଂଗ୍ରହ ଅଭିଯାନ ଆରମ୍ଭ

author img

By

Published : Jun 6, 2022, 6:48 PM IST

ଭୁବନେଶ୍ବର: ରାଜ୍ୟ ଭିନ୍ନକ୍ଷମ ନିଯୁକ୍ତି ମିଳିତ ମଞ୍ଚ ପକ୍ଷରୁ ଜନମତ ସଂଗ୍ରହ ଆରମ୍ଭ । ରାଜ୍ୟରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସେହି ବିଭାଗର ଆୟୁକ୍ତ ଭାବରେ ନିଯୁକ୍ତି ଦେବାକୁ ଦାବି କରି ଭୁବନେଶ୍ବର ଏସଡିଜେଏମ କୋର୍ଟ ପରିସରରେ ସାଧାରଣ ଲୋକଙ୍କ ମତ ନେଇଛି ମଞ୍ଚ । ରାଜ୍ୟର ଭିନ୍ନକ୍ଷମ ବିଭାଗରେ କେବଳ ସେହି ବର୍ଗର ବ୍ୟକ୍ତିଙ୍କ ନିଯୁକ୍ତି ଦାବି କରି ଭୁବନେଶ୍ବର ସମେତ ୧୫ଟି ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ ହୋଇଛି ।

ରାଜ୍ୟ ଭିନ୍ନକ୍ଷମ ନିଯୁକ୍ତି ମିଳିତ ମଞ୍ଚର ଜନମତ ସଂଗ୍ରହ ଅଭିଯାନ ଆରମ୍ଭ

ରାଜ୍ୟରେ ମହିଳା କମିଶନ ଓ ଜନଜାତି କମିଶନ ଭଳି ଅନେକ ବିଭାଗ ରହିଛି । ଯେଉଁଥିରେ କେବଳ ସେହି ବର୍ଗର ଲୋକଙ୍କୁ ହିଁ ନିଯୁକ୍ତି ଦିଆଯାଉଛି । କିନ୍ତୁ ଭିନ୍ନକ୍ଷମ ବିଭାଗରେ ଅଣଭିନ୍ନକ୍ଷମ ମାନଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ କରିଛି ମଞ୍ଚ । ଏହି ବିଭାଗରେ ଜଣେ ଭିନ୍ନକ୍ଷମଙ୍କୁ ନିଯୁକ୍ତି ଦେଲେ ହିଁ ସେ ତାର ଆତ୍ମ ଅନୁଭବକୁ ବିଶ୍ଳେଷଣ କରି ସଠିକ ପଦକ୍ଷେପ ନେଇ ପାରିବ ବୋଲି ମଞ୍ଚ ଦାବି କରିଛି । ତେବେ ରାଜ୍ୟରେ ୬୦ ଲକ୍ଷ ଭିନ୍ନକ୍ଷମ ରହିଛନ୍ତି । ଏପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ମତ ଏମାନଙ୍କ ସପକ୍ଷରେ ସଂଗ୍ରହ ହୋଇଥିବା କହିଛନ୍ତି ରାଜ୍ୟ ଭିନ୍ନକ୍ଷମ ନିଯୁକ୍ତି ମିଳିତ ମଞ୍ଚର ସଂଯୋଜକ ଡଃ କେ.ଆନନ୍ଦ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.