ଭୁବନେଶ୍ବର: ରାଜ୍ୟରେ ଥମିବାର ନାଁ ନେଉନି କୋରୋନା ସଂକ୍ରମଣ । ଆଜି 30 ଟି ଜିଲ୍ଲାରେ 1983 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନରୁ 1156 ଚିହ୍ନଟ ହୋଇଥିବା ବେଳେ 826 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।
ଖୋର୍ଦ୍ଧାରେ 300 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 145, ଅନୁଗୋଳ 119, ବାଲେଶ୍ବରରେ 86, ବରଗଡରେ 46, ଭଦ୍ରକରେ 63, ବଲାଙ୍ଗିରରେ 88, ବୌଦ୍ଧରେ 11, ଢେଙ୍କାନାଳରେ 55, ଗଜପତିରେ 10, ଗଞ୍ଜାମରେ 24, ଜଗତସିଂହପୁରରେ 55, ଯାଜପୁରରେ 86 ଚିହ୍ନଟ ହୋଇଛନ୍ତି ।
ସେହିପରି ଝାରସୁଗୁଡାରେ 50, କଳାହାଣ୍ଡିରେ 43, କନ୍ଧମାଳରେ 23, କେନ୍ଦ୍ରାପଡାରେ 65, କେନ୍ଦୁଝରରେ 59, କୋରାପୁଟରେ 42, ମାଲକାନାଗିରରେ 41, ମୟୂରଭଞ୍ଜରେ 107, ନବରଙ୍ଗପୁରରେ 52, ନୟାଗଡରେ 33 , ନୂଆପଡାରେ 37, ପୁରୀରେ 72, ରାୟଗଡାରେ 10, ସମ୍ବଲପୁରରେ 37, ସୋନପୁରରେ 45, ସୁନ୍ଦରଗଡରେ 98, ଷ୍ଟେଟପୁଲରୁ 65 ଜଣ ଆକ୍ରାନ୍ତ ହୋଇଛନ୍ତି ।
ଅନ୍ୟପକ୍ଷେ ରାଜ୍ୟରେ କୋରୋନା ପରୀକ୍ଷଣ ସଂଖ୍ୟା 40 ଲକ୍ଷ ଟପିଛି । ଏହାର ସଂଖ୍ୟା ରହିଛି 4082063 । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 270346 ଥିବା ବେଳେ ସୁସ୍ଥ ହେଇଛନ୍ତି 246837 ଜଣ ଓ ସକ୍ରିୟ ରହିଛି 22304ଟି ମାମଲା ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ