ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନକୁ ରାଜ୍ୟ ଛାତ୍ର କଂଗ୍ରେସର ପ୍ରତିବାଦ । ରାଜରାସ୍ତାକୁ ଓହ୍ଲାଇବା ସହ ଦେଲେ ଚେତାବନୀ । ଆଇନକୁ ପୁନଃ ବିଚାର କରାନଗଲେ, ଓଡ଼ିଶାରେ କୌଣସି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରବେଶ କରାଯିବା ନାହିଁ ।
ସାରା ଦେଶରେ ନାଗରିକତ୍ବ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କୁ ଯେଉଁ ଭଳି ଭାବରେ ପୋଲିସ ଅଚ୍ୟାଚାରକୁ ନେଇ ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ଏହାର ପ୍ରତିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ଛାତ୍ର କଂଗ୍ରେସ । ଯଦି ଏହି ଆଇନକୁ ପୁନଃ ବିଚାର କରାନଯାଏ ତେବେ ଓଡ଼ିଶାକୁ କୌଣସି କେନ୍ଦ୍ରମନ୍ତ୍ରୀ ପ୍ରବେଶ କରିପାରିବେ ନାହିଁ । ଯଦି କୌଣସି କେନ୍ଦ୍ରମନ୍ତ୍ରୀ ପ୍ରବେଶ କରନ୍ତି ତେବେ ସେମାନଙ୍କ ଉପରେ ଅଣ୍ଡା ମାଡ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ସେପଟେ, ଆଇନକୁ ବିରୋଧ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଯେଉଁ ପର୍ଯ୍ୟନ୍ତ ଦାଦାଗିରି ବନ୍ଦ ନକରେ ସେ ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ଏହି ଆନ୍ଦୋଳନକୁ ବଜାୟୀ ରଖିବ । ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କହିଛି ଛାତ୍ର କଂଗ୍ରେସ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ