ETV Bharat / city

କଂଗ୍ରେସ ଇସ୍ତାହାର: ପରିବାରର ଜଣଙ୍କୁ ଚାକିରୀ, ମାସକୁ 3 ହଜାର ବେକାରୀ ଭତ୍ତା - lok sabha

କଂଗ୍ରେସ କ୍ଷମତାକୁ ଆସିଲେ ଯୁବକଙ୍କୁ ମିଳିବ ବେକାରୀ ଭତ୍ତା । ମାସକୁ 3000 ଟଙ୍କାର ବେକାରୀ ଭତ୍ତା ଦେବ କଂଗ୍ରେସ । ପ୍ରତ୍ୟେକ ପରିବାରର ଜଣଙ୍କୁ ସରକାରୀ କିମ୍ବା ବେସରକାରୀ ସ୍ତରରେ ଚାକିରି ନ ମିଳିବା ପର୍ଯ୍ୟନ୍ତ ଏହି ଭତ୍ତା ଦିଆଯିବ ବୋଲି ରାଜ୍ୟ କଂଗ୍ରେସ ଆଜି (ରବିବାର) ନିଜର ଇସ୍ତାହାର ପ୍ରକାଶ କରି ଜନତାଙ୍କୁ ପ୍ରତିଶୃତି ଦେଇଛି ।

ଡିଜାଇନ ଫଟୋ
author img

By

Published : Apr 7, 2019, 5:31 PM IST

ଭୁବନେଶ୍ବର: କଂଗ୍ରେସ କ୍ଷମତାକୁ ଆସିଲେ ଯୁବକଙ୍କୁ ମିଳିବ ବେକାରୀ ଭତ୍ତା । ମାସକୁ 3000 ଟଙ୍କାର ବେକାରୀ ଭତ୍ତା ଦେବ କଂଗ୍ରେସ । ପ୍ରତ୍ୟେକ ପରିବାରର ଜଣଙ୍କୁ ସରକାରୀ କିମ୍ବା ବେସରକାରୀ ସ୍ତରରେ ଚାକିରୀ ନ ମିଳିବା ପର୍ଯ୍ୟନ୍ତ ଏହି ଭତ୍ତା ଦିଆଯିବ ବୋଲି ରାଜ୍ୟ କଂଗ୍ରେସ ଆଜି (ରବିବାର) ନିଜର ଇସ୍ତାହାରରେ ପ୍ରକାଶ କରିଛି । ଏହା ସହ ଦଳ ମହିଳା, କୃଷକ, ଆଦିବାସୀଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ରତିଶୃତି ରଖିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବରର

ଆଜି(ରବିବାର) ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତାହାର ଘୋଷଣା କରି ରାଜ୍ୟରେ କଂଗ୍ରେସ ଶାସନାଧିନ ହେଲେ ଏସବୁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି । ଇସ୍ତାହାର ପତ୍ରର ନାମ ‘ଆସିବ କଂଗ୍ରେସ ହସିବ ଓଡିଶା’ ରଖାଯାଇଛି । ଇସ୍ତାହାର ମାଧ୍ୟମରେ ରାଜ୍ୟ କଂଗ୍ରେସ ରାଜ୍ୟବାସୀଙ୍କ ଆଗରେ 19ଟି ପ୍ରତିଶୃତି ରଖିଛି ।

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରତ୍ୟେକ ପରିବାରକୁ ରାହୁଲ ଗାନ୍ଧୀ ଘୋଷଣା କରିଥିବା ନ୍ୟାୟ(ନ୍ୟୁନତମ ଆୟର ଗ୍ୟାରେଣ୍ଟି) ଆଧାରରେ ମାସିକ 6 ହଜାର ଟଙ୍କା ଲେଖାଏଁ ଟଙ୍କା ଦିଆଯିବ ବୋଲି ଇସ୍ତାହାରରେ ପ୍ରତିଶୃତି ଦିଆଯାଇଛି । ଏହା ସହ ଏହି ଟଙ୍କା ପରିବାରର ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ବୋଲି ଦର୍ଶାଯାଇଛି ।

ପ୍ରତି ପରିବାରରୁ ଜଣଙ୍କୁ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ଚାକିରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଯେପର୍ଯ୍ୟନ୍ତ ଚାକିରି ମିଳିନାହିଁ ମାସିକ 3 ହଜାର ଟଙ୍କାର ଭତ୍ତା ଦିଆଯିବ ବୋଲି ମଧ୍ୟ ଏଥିରେ ଉଲ୍ଲେଖ ରହିଛି ।

ସମସ୍ତ ଚାକିରିକୁ ସ୍ଥାୟୀ କରାଯିବ ବୋଲି କଂଗ୍ରେସ ଇସ୍ତାହାରରେ ପ୍ରକାଶ କରିଛି । ଏହା ସହ ଭୂମିହୀନଙ୍କୁ ଭୂମି ଓ ବାସହୀନଙ୍କୁ ଘର ଯୋଗାଇଦେବ ବୋଲି ଦଳ କହିଛି ।

ସେହିପରି କୃଷକଙ୍କ ପାଇଁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରିବା ସହ ଯେଉଁ ଚାଷୀ ମାନେ ପଇସା ଦେଇଛନ୍ତି ସେମାନଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି କୁହାଯାଇଛି । ଏହାଛଡା 3 ବର୍ଷ ପର୍ଯ୍ୟନ୍ତ ବର୍ଷକୁ 10 ହଜାର ଟଙ୍କା ଲେଖାଏଁ ଅତିରିକ୍ତ ଆର୍ଥିକ ସହାୟତା ଦିଆଯିବ ବୋଲି ଏଥିରେ ଦର୍ଶାଯାଇଛି ।

ଚାଷୀଙ୍କୁ ସୋଲାର ପମ୍ପ ଯୋଗାଇବା ସହ ଧାନ କ୍ବିଣ୍ଟାଲ ପିଛା 2600 ଟଙ୍କା ଦିଆଯିବ ବୋଲି କଂଗ୍ରେସ କହିଛି । ତେବେ ମହିଳାଙ୍କୁ ମଧ୍ୟ ଖୁସି କରିବା ପାଇଁ କଂଗ୍ରେସ ବିଭିନ୍ନ ଆଶା ଦେଖାଇଛି ।

ସରକାରୀ ଚାକିରିରେ ମହିଳାଙ୍କୁ 33 ପ୍ରତିଶତ ସଂରକ୍ଷଣ ଦେବ ବୋଲି ଦଳ କହିଛି । ଏହା ଛଡା ଝିଅ ମାନଙ୍କୁ ସବୁ ପର୍ଯ୍ୟାୟରେ ମାଗଣା ଶିକ୍ଷା ପ୍ରଦାନ କରାଯିବା ସହ ବିବାହ ପାଇଁ ଆର୍ଥିକ ସହାୟତା ଦିଆଯିବ ବୋଲି ଦଳ ଏଥିରେ ପ୍ରତିଶୃତି ଦେଇଛି ।

ଅଙ୍ଗନୱାଡି କର୍ମୀଙ୍କୁ ସ୍ଥାୟୀ କରିବା ସହ ମାସିକ 9000 ଟଙ୍କା ଦିଆଯିବ ବୋଲି ଦଳ କହିଥିବାବେଳେ ବିଧବା ମହିଳାଙ୍କୁ 2000 ଟଙ୍କା ପେନସନ ଦେବ ବୋଲି ଦଳ ଗୁରୁତ୍ବାରୋପ କରିଛି ।

ଏହା ସହ ଦଳ ଆଦିବାସୀଙ୍କ କଲ୍ୟାଣ, ଦଳିତଙ୍କ ଅଧିକାର, ଶିକ୍ଷା, ସ୍ବାସ୍ଥ୍ୟ, ଖାଦ୍ୟ, ପାନୀୟଜଳ ଆଦି ପ୍ରସଙ୍ଗକୁ ନିଜ ଇସ୍ତାହାରରେ ସ୍ଥାନ ଦେଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

ପୁରୀରୁ ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, 3 ମୃତ

ବାଲେଶ୍ୱର:  ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷଯାତ୍ରା। କାଳିଆ ଦର୍ଶନ ସାରି ଫେରୁଥିବାବେଳେ ଡମ୍ଫରକୁ ପଛପଟୁ ପିଟିଥିଲା କାର । ଏହି ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3ଜଣ ଗୁରୁତର ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଳା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର କୁଣ୍ଡପୁରଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୲ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଡମ୍ପରକୁ ପଛପଟୁ କାର ପିଟିଥିଲା ।

ସୂଚନା ଅନୁସାରେ, ଜଳେଶ୍ବର ବ୍ଲକ ଚୁରମାରା ଓ ପାକଶିଦା ଅଞ୍ଚଳରୁ 7ଜଣ ଏକ କାରରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ। ଶନିବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏମିତି ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କ ମଧ୍ୟରେ 2ଜଣ ଶିଶୁଥିବା ଜଣାପଡ଼ିଛି। ମୃତକମାନେ ହେଲେ ସୁଭିରଞ୍ଜନ ପରିଡ଼ା, କଳ୍ପନା ରଣା, ତୋଫାନ ରଣା, ରବି ରଣା ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବିଳମ୍ବିତ ରାତିରେ କାର ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏମିତି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରୁ କାରରେ ଥିବା ଲୋକଙ୍କୁ ସ୍ଥାନୀୟ ଲୋକ ମେଡିକାଲ ନେଇଥିଲେ। ସେଠାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱରଉ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.