ETV Bharat / city

ବଗଲା ଧର୍ମଶାଳା ଜମି ପ୍ରସଙ୍ଗ: ରାଜ୍ୟପାଳଙ୍କୁ ସାକ୍ଷାତ କଲା କଂଗ୍ରେସ - bhubaneswar

ପୁରୀ ବଗଲା ଧର୍ମଶାଳା ଜମିକୁ ଜିଲ୍ଲାପାଳ ପ୍ଲଟିଙ୍ଗ କରି ବିକ୍ରି କରିଦେବା ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କଲା କଂଗ୍ରେସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

State congress delegation
State congress delegation
author img

By

Published : Aug 26, 2020, 10:25 PM IST

ଭୁବନେଶ୍ବର: ପୁରୀ ବଗଲା ଧର୍ମଶାଳା ଜମିକୁ ଜିଲ୍ଲାପାଳ ପ୍ଲଟିଙ୍ଗ କରି ବିକ୍ରି କରିଦେବା ପ୍ରସଙ୍ଗକୁ ନେଇ ରାଜ୍ୟ କଂଗ୍ରେସର ତୁମ୍ବି ତୋଫାନ ଜାରି ରହିଛି । ବିନା ସରକାରୀ ନୋଟିଫିକେସନରେ ଲୋକମାନଙ୍କୁ ଭୁଆଁ ବୁଲାଇ ତାଙ୍କ ଜମି ହଡପ କରାଯିବା ସହ ତାହାକୁ ବିକ୍ରି କରାଯାଇଥିବା ଦଳ ଅଭିଯୋଗ ପରେ ମଧ୍ୟ ସରକାରଙ୍କ ବିରୋଧରେ ଗର୍ଜନ ଆରମ୍ଭ କରିଛି ।

ବଗଲା ଧର୍ମଶାଳା ଜମି ପ୍ରସଙ୍ଗ; ରାଜ୍ୟପାଳଙ୍କୁ ସାକ୍ଷାତ କଲା କଂଗ୍ରେସ

ଆଜି ( ବୁଧବାର) ଏପ୍ରସଙ୍ଗରେ ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଓ ପୁରୀ କଂଗ୍ରେସର ସଦସ୍ୟ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଦଳ ଅଭିଯୋଗ କରିଛି 1905 ମସିହାରେ ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ଦାନ ସୂତ୍ରରେ ତୀର୍ଥଯାତ୍ରୀଙ୍କ ସୁବିଧା ନିମନ୍ତେ କରାଯାଇଥିବା ଏହି ଧର୍ମଶାଳାକୁ ସରକାରୀ କଳର ଜ୍ଞାତସାରରେ ବିକ୍ରି କରାଯାଇଛି । ସେହିଭଳି ଏପର୍ଯ୍ୟନ୍ତ ଜମି ହରାଇଥିବା ବ୍ୟକ୍ତିବିଶେଷ କ୍ଷତି ପୂରଣ ପାଇ ନାହାନ୍ତି।

ତେଣୁ ରାଜ୍ୟପାଳ ଏଦିଗରେ ହସ୍ତକ୍ଷେପ କରି ହୋଇଥିବା ଜମିଜମା କିଣାବିକାକୁ ରଦ୍ଦ କରିବା ପାଇଁ ସ୍ମାରକପତ୍ରରେ ଉଲ୍ଲେଖ କରିଛି ଦଳ । ଅନ୍ୟପଟେ ଏନେଇ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଏହାକୁ ନେଇ କଂଗ୍ରେସ ଆନ୍ଦୋଳନକୁ ଓଲ୍ଲାଇବ ବୋଲି ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.