ETV Bharat / city

୫୪୩ ରାସ୍ତା ଓ ୭୭ ପୋଲ ପ୍ରକଳ୍ପକୁ ରାଜ୍ୟ କମିଟିରେ ଅନୁମୋଦନ

author img

By

Published : Mar 17, 2021, 9:45 PM IST

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟାନ୍ବୟନରେ ଓଡିଶା 2016 ରୁ 2020 ମସିହା ପର୍ଯ୍ୟନ୍ତ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି । ଏହାସହ ନୂଆ 543 ଟି ରାସ୍ତା ଓ 77 ଟି ପୋଲ ପ୍ରକଳ୍ପ ପ୍ରସ୍ତାବକୁ ଆଜି ଅନୁମୋଦନ କରାଯାଇଛି । ଅଧିକ ପଢନ୍ତୁ...

ପି.ଏମ୍.ଜି.ଏସ୍.ୱାଇକୁ ରାଜ୍ୟ କମିଟିର ଅନୁମୋଦନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟାନ୍ବୟନରେ ଓଡିଶା 2016 ରୁ 2020 ମସିହା ପର୍ଯ୍ୟନ୍ତ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି । ଓଡ଼ିଶା ଏହି ଯୋଜନାର- ୩ୟ ପର୍ଯ୍ୟାୟ ପ୍ରଥମ ଦଫାରେ ଅନୁମୋଦିତ ହୋଇଥିବା 340 ରାସ୍ତା ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟ ଆରମ୍ଭ କରିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଏନେଇ ଆଲୋଚନା ହୋଇଛି ।

ଲୋକସେବା ଭବନରୁ ଡ଼ିଜିଟାଲ୍‌ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏହାର କାର୍ଯ୍ୟୟନ ସମ୍ବନ୍ଧିତ ପ୍ରଶାସନିକ, ଆର୍ଥିକ ଓ ବୈଷୟିକ ତଥ୍ୟ ଉପସ୍ଥାପନ କରିଥିଲେ । ଏହାସହ ନୂଆ 543 ଟି ରାସ୍ତା ଓ 77 ଟି ପୋଲ ପ୍ରକଳ୍ପ ପ୍ରସ୍ତାବକୁ ଆଜି ଅନୁମୋଦନ କରାଯାଇଛି । ରାସ୍ତା ଓ ପୋଲ ନିର୍ମାଣରେ ଗୁଣାତ୍ମକମାନ ରକ୍ଷାସହ ନିର୍ମାଣ ପରବର୍ତ୍ତୀ ସମୟରେ ସେଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱଆରୋପ କରିଛନ୍ତି ।

ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ଲଗାତର ଯାଞ୍ଚ ଓ ସମୟାନୁସାରେ ରକ୍ଷଣାବେକ୍ଷଣ ନିମନ୍ତେ କାର୍ଯ୍ୟଯୋଜନା ଓ ଆନୁଷ୍ଠାନିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାକୁ ମୁଖ୍ୟ ଶାସନ ସଚିବ ଗ୍ରାମ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ପି.ଏମ୍.ଜି.ଏସ୍.ୱାଇ ତୃତୀୟ ପର୍ଯ୍ୟାୟର ଦ୍ଵିତୀୟ ଦଫା ନିମନ୍ତେ ଅନୁମୋଦିତ ପ୍ରକଳ୍ପ ଗୁଡିକ 9 ଟି ଜିଲ୍ଲାରେ କାର୍ଯ୍ୟକାରି ହେବ । ବଲାଙ୍ଗିର, ଭଦ୍ରକ, ଗଞ୍ଜାମ, କେନ୍ଦ୍ରାପଡା, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ ଏବଂ ପୁରୀ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ । ଏହିସବୁ ଜିଲ୍ଲାରେ 3435 କି.ମି. ରାସ୍ତାର ପ୍ରଶସ୍ତିକରଣ ଓ ବିକାଶ କରାଯିବା ସହ 77 ଟି ପୋଲ ନିର୍ମାଣ କରାଯିବ । ଏହି ସବୁ ପ୍ରକଳ୍ପରେ ପ୍ରାୟ 2229 କୋଟି ଟଙ୍କା ବିନିଯୋଗ କରାଯିବ ।

ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ପ୍ରାୟ 62 ହଜାର କି.ମି. ରାସ୍ତା ଏବଂ 412 ଟି ପୋଲ ନିର୍ମାଣ ସରିଛି । ଏହିସବୁ ପ୍ରକଳ୍ପରେ ପ୍ରାୟ 27 ହଜାର କୋଟି ଟଙ୍କା ବିନିଯୋଗ କରାଯାଇଛି । ପରିବର୍ତ୍ତିତ ନିୟମ ଅନୁସାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପ୍ରକଳ୍ପରେ ରାସ୍ତା ନିର୍ମାଣ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର 60: 40 ଅନୁପାତରେ ପାଣ୍ଠି ଯୋଗାଉଛନ୍ତି । ଏହାଛଡା ଆବଶ୍ୟକ ପଡୁଥିବା ଜମି ଅଧିଗ୍ରହଣ ଏବଂ ବିଜୁଳି ଓ ଟେଲିଫୋନ୍ ଆଦିର ସ୍ଥାନାନ୍ତର ନିମନ୍ତେ ଆବଶ୍ୟକ ପାଣ୍ଠି ରାଜ୍ୟ ସରକାର ଯୋଗାଉଛନ୍ତି ।

ନିର୍ମାଣ ପରବର୍ତ୍ତୀ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାରଙ୍କ ପାଣ୍ଠିରୁ କରାଯାଉଛି । ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା, ଅର୍ଥ ବିଭାଗ ସଚିବ ଅଶୋକ କୁମାର ମୀନା, ପୁର୍ତ୍ତ ବିଭାଗ ସଚିବ କ୍ରିଷନ୍‌ କୁମାର, ଗ୍ରାମ ଉନ୍ନୟନ ଅତିରିକ୍ତ ଶାସନ ସଚିବ ସୁଦର୍ଶନ ପରିଡା, ପି.ଏମ୍.ଜି.ଏସ୍.ୱାଇର ମୁଖ୍ୟ ଯନ୍ତ୍ରୀ ଅକ୍ଷୟ କୁମାର ପ୍ରଧାନ ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.