ETV Bharat / city

ଝିଅଙ୍କ ବିବାହ ବୟସ ୧୮ ରୁ ୨୧ ହେଲେ ବଢିବ ବାଲ୍ୟ ବିବାହ: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

author img

By

Published : Sep 6, 2020, 10:04 PM IST

କେନ୍ଦ୍ର କ୍ୟାବିନେଟରେ ଝିଅଙ୍କ ବିବାହ ବୟସ ୧୮ରୁ ୨୧ ନିଷ୍ପତି ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଏନେଇ କମିଶନର ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ଏହା ଦ୍ବାରା ବାଲ୍ୟବିବାହ ବଢିବାରେ ସମ୍ଭାବନା ରହିଛି ।

ଝିଅଙ୍କ ବିବାହ ବୟସ ୧୮ରୁ ୨୧ ହେଲେ ବଢିବ ବାଲ୍ୟ ବିବାହର ସମ୍ଭାବନା: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ବର: କେନ୍ଦ୍ର କ୍ୟାବିନେଟରେ ଝିଅଙ୍କ ବିବାହ ବୟସ ୧୮ରୁ ୨୧ ନିଷ୍ପତି ଉପରେ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଏନେଇ କମିଶନର ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ଏହା ଦ୍ବାରା ବାଲ୍ୟବିବାହ ବଢିବାରେ ସମ୍ଭାବନା ରହିଛି । କାରଣ କେବଳ ଲକଡାଉନ ସମୟରେ ରାଜ୍ୟରେ ୧୮୦ଟି ବାଲ୍ୟ ବିବାହ ରିପୋର୍ଟ ହୋଇଛି ।

ଯଦି ୧୮ ବର୍ଷ ପରେ ଝିଅଟି କିଛି କରୁ ନଥିବ ଏବଂ ଘରେ ବସିଥିବ, ତେବେ ସେ କଣ ବିବାହ ପାଇଁ ୨୧ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବ। ସେନେଇ ଝିଅର ସାମାଜିକ ସୁବିଧାର ବ୍ୟବସ୍ଥା ହେବାର ଆବଶ୍ୟକ ରହିଛି ବୋଲି କହିଛନ୍ତି କମିଶନର ସନ୍ଧ୍ୟାବତୀ ପ୍ରଧାନ । ଏପରିକି ଓଡ଼ିଶା ପରି ଅନେକ ରାଜ୍ୟରେ ମଧ୍ୟ ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ରହିଛି । ସେଠାକାର ସ୍ଥିତି ଓ ଝିଅମାନଙ୍କ ସୁବିଧା ଜାଣିବା ଦରକାର । ଏନେଇ ଏକ୍ସପର୍ଟ ମତାମତ ନେବା ଆବଶ୍ୟକ ଓ ଆହୁରି ତର୍ଜମା ହେବା ଜରୁରୀ । ତା ସହିତ ଝିଅକୁ ୧୮ ବର୍ଷ ପରେ ଶିଷୁ ସୁରକ୍ଷା ଆଇନର ପ୍ରାବଧାନ ରହିବ ନାହିଁ । ଫଳରେ ୨୧ ବର୍ଷ ପରର୍ଯନ୍ତ ଝିଅମାନଙ୍କୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡିବ ବୋଲି କହିଛନ୍ତି କମିଶନର ।

ଭୁବନେଶ୍ବରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.