ETV Bharat / city

ରାଜ୍ୟ କ୍ୟାବିନେଟ ବୈଠକ ଶେଷ, ୧୬ଟି ପ୍ରସ୍ତାବରେ ମୋହର - ରାଜ୍ୟ କ୍ୟାବିନେଟ ବୈଠକ

state cabinet meeting will held in 5.30 pm
ଶେଷ ହେଲା ରାଜ୍ୟ କ୍ୟାବିନେଟର ବୈଠକ । ୧୬ଟି ପ୍ରସ୍ତାବ ଉପରେ ବାଜିଲା ମୋହର
author img

By

Published : Mar 6, 2021, 3:47 PM IST

Updated : Mar 6, 2021, 10:27 PM IST

15:42 March 06

ଶେଷ ହେଲା ରାଜ୍ୟ କ୍ୟାବିନେଟର ବୈଠକ , ୧୬ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ରାଜ୍ୟ କ୍ୟାବିନେଟ ବୈଠକ ଶେଷ, ୧୬ଟି ପ୍ରସ୍ତାବରେ ମୋହର

ଭୁବନେଶ୍ବର : ଶେଷ ହେଲା ରାଜ୍ୟ କ୍ୟାବିନେଟର ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ । 16 ଟି ପ୍ରମୁଖ ପ୍ରସ୍ତାବକୁ କ୍ୟାବିନେଟର ମୋହର ବାଜିଛି । ଶକ୍ତି, କୃଷି ଏବଂ କୃଷକ କଲ୍ୟାଣ, ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ, ଅବକାରୀ, ସାଧାରଣ ପ୍ରଶାସନ ତଥା ଜନଅଭିଯୋଗ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା,  ଇସ୍ପାତ ଏବଂ ଖଣି ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମିଶନ ଶକ୍ତି ନାମକ ଏକ ନୂତନ ବିଭାଗ ଗଠନ ନେଇ ଥିବା ପ୍ରସ୍ତାବକୁ କ୍ୟାବିନେଟ ମାରିଛି ମୋହର ।  

ରାଜ୍ୟରେ ପେଟ୍ରୋଲିୟମ, କେମିକାଲ ଓ ପେଟ୍ରୋକେମିକାଲ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଏହି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ବୃଦ୍ଧି ନିମନ୍ତେ ଶିଳ୍ପ ବିଭାଗ ତରଫରୁ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଇଡ଼କୋ ସହାୟତାରେ ଏକ ପେଟ୍ରୋଲିୟମ କେମିକାଲ ଆଣ୍ତ ପେଟ୍ରୋକେମିକାଲ ଇନଭେଷ୍ଟମେଣ୍ଟ ରିଜନ ( PCPIR ) ସ୍ଥାପନ କରାଯାଉଛି ।  । ଏହି ବହୁମୁଖୀ ପ୍ରକଳ୍ପର ବିଦ୍ୟୁତ ଚାହିଦା ପୂରଣ ନିମନ୍ତେ ଶିଳ୍ପ ବିଭାଗର ଅନୁରୋଧ କ୍ରମେ ରାଜ୍ୟ ସରକାରଙ୍କ ବିଦ୍ୟୁତ ସଂଚାରଣ ସଂସ୍ଥା ( OPTCL ) ପାରାଦୀପଠାରେ 637.45 କୋଟି ଟଙ୍କା ବ୍ୟୟ ଅଟକଳରେ ବୃହତ ବିଦ୍ୟୁତ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ନିମନ୍ତେ ଏକ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରକଳ୍ପର 30 ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟ 70 ପ୍ରତିଶତ ସଂପୃକ୍ତ ସଂସ୍ଥା ଅନ୍ୟାନ୍ୟ ଋଣ ପ୍ରଦାନକାରୀ ସଂସ୍ଥାରୁ ଋଣ ସଂଗ୍ରହ କରିବାର ପ୍ରସ୍ତାବ ରହିଛି । ଏହି ବୃହତ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ  ଏହା ଜଗତସିଂହପୁର ଜିଲ୍ଲାର ଅନ୍ୟସ୍ଥାନ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଶିଳ୍ପ ସଂସ୍ଥାନ, ହରିଦାସପୁର - ପାରାଦିପ ରେଳଲାଇନ ସହ ସଂଶ୍ଚିଷ୍ଟ ଶିଳ୍ପ ସମୂହର ବିଦ୍ୟୁତ ଶକ୍ତି ଚାହିଦା ପୂରଣ କରିବା ।ଏହାସହ ରାଜ୍ୟର ବିଦ୍ୟୁତ ସଂଚାରଣ ନେଟଓ୍ବାର୍କର ସୁଦୃଢ଼ିକରଣ କରିବ । ଉପରୋକ୍ତ ବିଦ୍ୟୁତ ଭିତ୍ତିଭୂମି ପ୍ରକଳ୍ପର ଗୁରୁତ୍ବ ଉପଲବ୍ଧି ପୂର୍ବକ ରାଜ୍ୟ କ୍ୟାବିନେଟ ତାଙ୍କର ବୈଠକରେ ପାରାଦୀପଠାରେ 2x500 ଏମଭିଏମ , 400/220/33  କେଭି  ସବଷ୍ଟେସନ ନିର୍ମାଣକୁ ଆସନ୍ତା ତିନିବର୍ଷ ମଧ୍ୟରେ କରିବାକୁ ଆବଶ୍ୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଓଡିଶା ଲୋକାୟୁକ୍ତ ଅଧିନିୟମ ୨୦୧୪ ( ୨୦୧୮ର ଓଡ଼ିଶା ଅଧିନିୟମ ୧୨ )ର ସଂଶୋଧନ ହୋଇଛି । ରାଜ୍ୟରେ ଏକ ଲୋକଯୁକ୍ତ ପ୍ରତିଷ୍ଠା କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ବାରା ଓଡ଼ିଶା ଲୋକାୟୁକ୍ତ ଅଧିନିୟମ , ୨୦୧୪ ( ୨୦୧୮ର ଓଡିଶା ଅନିୟମ୧୨ ) ପ୍ରଣୟନ କରାଯାଇଛି । ସେହି ଅଧନିୟମର ଧାରା ୮ର ଉପଧାରା ( ୧ )ର ଖଣ୍ଡ ( i ) ଓ ( ii ) ରେ ଥିବା ବ୍ୟବସ୍ଥା ଅନୁଯାୟୀ ଲୋକାୟୁକ୍ତର ଅଧକ୍ଷ୍ୟ ଓ ସଦସ୍ୟମାନେ ସେମାନଙ୍କୁ ପୁନଃ ଅବସ୍ଥାପନ ନିମନ୍ତେ କଟକଣା ରହିଛି । ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଅଧ୍ୟକ୍ଷ ଓ ସଦସ୍ୟମାନେ ପଦ ନିବୃତ ହେବା ପରେ କୌଣସି ଲୋକୟୁକ୍ତର ଅଧକ୍ଷ୍ୟ ଓ ସଦସ୍ୟଭାବେ ପୁନଃ ଅବସ୍ଥାପନ ଏବଂ ବିଧି ବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳଙ୍କ ଦ୍ବାରା ନ୍ୟସ୍ତ କରାଯାଉଥିବା ଦାୟିତ୍ବ ବା ନିଯୁକ୍ତି ନିମନ୍ତେ ଯୋଗ୍ୟ ହୋଇ ପାରିବେନାହିଁ । ଉପରୋକ୍ତ ବ୍ୟବସ୍ଥା ଅଧକ୍ଷ ଓ ସଦସ୍ୟମାନଙ୍କର ସେମାନଙ୍କ କାର୍ଯ୍ୟକାଳ ସମାପ୍ତି ପରେ ରାଜ୍ୟବାହରେ ପୁନଃ ନିଯୁକ୍ତି ବାରଣ ଥିବାରୁ ତାହାର ଦୂରୀକରଣ ଆବଶ୍ୟକ ହେଉଅଛି । ଏଣୁ ଓଡିଶା ଲୋକାୟୁକ୍ତ ଅଧିନିୟମ , ୨୦୧୪ର ଧାରା ୮ ( ୧ )ର ଖଣ୍ଡ ( i ) ଓ ( ii )ରେ ଯୁବା ବ୍ୟବସ୍ଥାରେ ଯାହା ଅଧ୍ୟକ୍ଷ ଓ ସଦସ୍ୟମାନଙ୍କର ସେମାନଙ୍କ କାର୍ଯ୍ୟକାଳ ସମାପ୍ତି ପରେ ରାଜ୍ୟବାହାରେ ପୁନଃ ନିଯୁକ୍ତି ବାରଣ କରୁଛି । ସେଗୁଡିକୁ ଉପଯୁକ୍ତଭାବେ ସଂଶୋଧନ ନିମନ୍ତେ ଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ।  

ଓଡ଼ିଶା ଲୋକାୟୁକ୍ତଙ୍କର 2019 ବର୍ଷର ବାର୍ଷିକ ରିପୋର୍ଟର ଅନୁମୋଦନ । ଓଡ଼ିଶା ଲୋକାୟୁକ୍ତ ଅଧିନିୟମ, ୨୦୧୪ ( ୨୦୧୮ର ଓଡ଼ିଶା ଅଧିନିୟମ୧୨ )ର ଧାରା 48 ଅନୁଯାୟୀ ଲୋକାୟୁକ୍ତର ବାର୍ଷିକ ରିପୋର୍ଟ ଓଡ଼ିଶା ବିଧାନସଭାରେ ଉପସ୍ଥାପନ କରିବାର ବ୍ୟବସ୍ଥା ଅଛି । ଓଡ଼ିଶା ଲୋକାୟୁକ୍ତଙ୍କ ଦ୍ଵାରା ଉପସ୍ଥାପିତ ୨୦୧୯ ବର୍ଷର ରିପୋର୍ଟ ଅନୁମୋଦନ ନିମନ୍ତେ ପ୍ରସ୍ତାବ କରାଯାଇଛି । ଏହାପରେ ଉପରୋକ୍ତ ଅଧିନିୟମର ବ୍ୟବସ୍ଥା ଅନୁଯାୟୀ ଉକ୍ତ ରିପୋର୍ଟକୁ ଓଡିଶା ବିଧାନସଭାରେ ଉପସ୍ଥାପନ କରାଯିବ । ବାଲେଶ୍ବର ଜିଲ୍ଲାର ରେମୁଣା ତହସିଲ ଅନ୍ତର୍ଗତ ସମଲପୁର ଗାଁ ଏବଂ ବାମପଦା ଗାଁରେ ଥିବା ସରକାରୀ ଜମିକୁ ଏମ୍ସ ସାଟେଲାଇଟ ସେଣ୍ଟର ପ୍ରତିଷ୍ଠା ନିମନ୍ତେ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ବିନା ଦେୟରେ ସରକାରୀ ଜମି ହସ୍ତାନ୍ତର କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।  

Long - Term Linkage ନୀତିରେ ସଂଶୋଧନ କରି ରାଜ୍ୟରେ ପ୍ରତିଷ୍ଠିତ ଆଲୁମିନା ରିଫାଇନାରୀକୁ ଓଏମସି ଲିମିଟେଡ ମାଧ୍ୟମରେ ବକ୍ସାଇଟ୍ ଯୋଗାଣ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ୨୦୧୯ ମସିହାରେ ,କେନ୍ଦ୍ର ସରକାର ଜାତୀୟ ଇ - ନିଲାମ ପାଇଁ ଧାତବ ( metallurgic ) ଗ୍ରେଡ୍ ବକ୍ସାଇଟର ହାରାହାରି ବିକ୍ରୟ ମୂଲ୍ୟ ( Average Sale Price ) ହିସାବ ସୂତ୍ରରେ ସଂଶୋଧନ କରିଥିଲେ । ମାତ୍ର ଏହି ସଂଶୋଧନକୁ ବିରୋଧ କରି LTL Buyer ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାରାହାରି ବିକ୍ରୟ ମୂଲ୍ୟ ହିସାବ ସୂତ୍ରର ସଂଶୋଧନ ପରେ ୩୧.୦୮.୨ ୦୨୦ରେ ଓଏମସି ଲିମିଟେଡ୍‌ ଦ୍ବାରା ପରିଚାଳିତ ଜାତୀୟ ଇ-ନିଲାମରେ କୈଣସି ନିଲାମଧାରୀ ଅଂଶଗ୍ରହଣ କରିନଥିଲେ ।  

ହାଇକୋର୍ଟଙ୍କ ଦ୍ଵାରା ପାରିତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ବିଚାର କରି ଏବଂ ଗଚ୍ଛିତ ବକ୍ସାଇଟକୁ ନଷ୍ଟ ହେବାକୁ ନଦେଇ କାର୍ଯ୍ୟରେ ଲଗେଇବା ପାଇଁ କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯାଇଛି । ୨୦୨ ୦ - ୨୧ ଆର୍ଥିକ ବର୍ଷରେ ଇ - ନିଲାମ ମାଧ୍ୟମରେ ବିକ୍ରୟ ପାଇଁ ଧାର୍ଯ୍ୟ କରାଯାଇଥିବା ସମସ୍ତ ବକ୍ସାଇଟକୁ ୧୦୦୦ ଟଙ୍କା ପ୍ରତି ମେଟ୍ରିକ ଟନ ଦରରେ ଓଏମସି ଲିମିଟେଡ ମାଧ୍ୟମରେ ବିକ୍ରି କରାଯିବ । ପରବର୍ତ୍ତୀ ସମୟରେ ଉକ୍ତ ପ୍ରକ୍ରିୟାରେ କ୍ରେତାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କ୍ରୟ କରିଥିବା ବକ୍ସାଇଟ ପାଇଁ ପୃଥକ ମୂଲ୍ୟ ଦେବା ନିମନ୍ତେ ଅଙ୍ଗୀକାର ପତ୍ର ଦେବାକୁ ହେବ । ସେହି ପ୍ରକ୍ରିୟା ୨୦୨୦ -୨୧ ଆର୍ଥିକ ବର୍ଷ ମଧ୍ୟରେ ଏକକାଳୀନ ପଦକ୍ଷେପ ଭାବରେ ବିବେଚନା କରାଯିବ । କ୍ୟାବିନେଟର ଏହି ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ପିଏସୟୁ ଓଏମସି ଲିମିଟେଡକୁ ଆର୍ଥିକ କ୍ଷତିରୁ ପୁନରୁଦ୍ଧାର କରାଯିବ । ଏହା ସହିତ ରାଜ୍ୟର ପଛୁଆ ଅଞ୍ଚଳର ଦ୍ରୁତ ଅର୍ଥନୈତିକ ଏବଂ ଶିଳ୍ପ ବିକାଶରେ ସହାୟକ ହେବ । କାରଣ ବକ୍ସାଇଟ ବହୁଦିନ ଧରି ଖୋଲା ପଡ଼ି ରହିଲେ ତାହାର ଗୁଣବରା ଓ ମୂଲ୍ୟରେ ହ୍ରାସ ହୋଇଥାଏ ।  

ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ଜେଜେଏମ ଯୋଜନାରେ ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ ଦୁଇଗୋଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପକୁ ଗୋଟିଏ ପ୍ୟାକେଜରେ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବାପାଇଁ ଲକ୍ଷ୍ୟ ରଖୁଛନ୍ତି । ସେହି ପ୍ରକଳ୍ପଗୁଡିକ ଦ୍ଵାରା ଉପରୋକ୍ତ ଜିଲ୍ଲାର ୬ ଗୋଟି ବ୍ଲକ ଅନ୍ତର୍ଗତ ୭୭ଟି ଗ୍ରାମପଞ୍ଚାୟତ ଅଧିନରେ ଥିବା ୫୦୫ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୪ ଲକ୍ଷ ୯୭ ହଜାର ୬୮୬ ଲୋକ ଉପକୃତ ହେବେ । ସେଥିରୁ ବାଣପୁର ବ୍ଲକ ଅନ୍ତର୍ଗତ ୧୧ଟି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ୯୩ ଟି ଗ୍ରାମର ୭୦ ହଜାର ୨, ଚିଲିକା ବ୍ଲକ ଅନ୍ତର୍ଗତ ୧୭ଟି ଗ୍ରାମପଞ୍ଚାୟତ ଅଧିନରେ ଥିବା ୧୨୨ ଟି ଗ୍ରାମର ୧ ଲକ୍ଷ ୧୫ ହଜାର ୮୨୦, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୭ ଟି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ୪୮ ଟି ଗ୍ରାମର ୪୭ ହଜାର ୩୮୫, ବେଗୁନିଆ ବ୍ଳକ ଅନ୍ତର୍ଗତ ୫ଟି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ୩୫ ଟି ଗ୍ରାମର ୩୪ ହଜାର ୯୬୨, ଜଟଣୀ ବ୍ଳକ ଅନ୍ତର୍ଗତ ୧୫ ଟି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ୨୦ ଟି ଗ୍ରାମର ୯୩ ହଜାର ୯୫୯ ଓ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ୨୨ଟି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ୧୧୭ ଟି ଗ୍ରାମର ୧ ଲକ୍ଷ ୩୫ ହଜାର ୫୫୮ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ।  

ପ୍ରକଳ୍ପଗୁଡିକ ନିର୍ମାଣ ପାଇଁ  ଚେନ୍ନାଇର ଠିକାସଂସ୍ଥା ଏମଏସଏଲ ଲିମିଟେଡକୁ  ୩୪୮ କୋଟି ୧୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ସେହି ପ୍ରକଳ୍ପଗୁଡିକୁ ୨୪ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାପାଇଁ ଲକ୍ଷ୍ୟ ରଖା କରାଯାଇଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ଦୁଇଗୋଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପକୁ ଗୋଟିଏ ପ୍ୟାକେଜରେଏପିସି ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ସେହି ପ୍ରକଳ୍ପଗୁଡିକ ଦ୍ବାରା ଜିଲ୍ଲାର ୪ଟି ବ୍ଲକ ଅନ୍ତର୍ଗତ ୬୫ଟି ଗ୍ରାମପଞ୍ଚାୟତ ଅଧନରେ ଥିବା ୨୭୪ଟି ଗ୍ରାମରେ ପ୍ରାୟ ୨ ଲକ୍ଷ ୭୪ ହଜାର ୮୩୬ ଜଣ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ସେଥିରୁ ଆଳି ବ୍ଲକ ଅନ୍ତର୍ଗତ ୩୧ଟି  ପଞ୍ଚାୟତ ଅଧିନରେ ଥିବା ୧୨୨ ଟି ଗ୍ରାମର ୧ ଲକ୍ଷ ୩୨ ହଜାର ୮୯୦, ରାଜକନିକା ବ୍ଲକର ୨୯ଟି ପଞ୍ଚାୟତରେ ଥିବା ୧୪୫ ଟି ଗ୍ରାମର ୧ ଲକ୍ଷ ୩୦ ହଜାର ୪୯୬, ପଟ୍ଟାମୁଣ୍ଡାଇ ବ୍ଲକର ୪ଟି ପଞ୍ଚାୟତରେ ଥିବା ୫ଟି ଗ୍ରାମର ୧୦ ହଜାର ୨୬୬ ଓ ରାଜନଗର ବ୍ଲକ ଅନ୍ତର୍ଗତ ଗୋଟିଏ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ୨ଟି ଗ୍ରାମର ହଜାରେ ୧୮୪ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିପାଇଁ ଚେନ୍ନାଇର ଏକ ଠିକା ସଂସ୍ଥାକୁ  ୨୨୭ କୋଟି ୯୧ ଲକ୍ଷ ୪୦ ହଜାର ଟଙ୍କା ଅନୁମୋଦନ ହୋଇଛି । ସେହି ପ୍ରକଳ୍ପ ଗୁଡିକୁ ୨୪ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଓଡ଼ିଶା ଅବକାରୀ ସେବା କ୍ୟାଡରର ପୁନର୍ଗଠନ ସହିତ ଉପ ଅବକାରୀ ଅଧ୍ୟକ୍ଷକ ସ୍ତରରେ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଚଳନ ହୋଇଛି । ୨ଗୋଟି ନୂତନ ଅବକାରୀ ଜିଲ୍ଲା ଓ ୫ ଗୋଟି ନୂତନ ଅବକାରୀ ଥାନା ସୃଷ୍ଟି କରିବା । ଅବକାରୀ କମିଶନର କାର୍ଯ୍ୟାଳୟକୁ ରାଜ୍ୟ ବୋର୍ଡ ଠାରୁ ଅଲଗା କରି ଅବକାରୀ ନିର୍ଦ୍ଦେଶାଳୟ ରୂପେ କାର୍ଯ୍ୟକାରୀ କରିବା ନିମନ୍ତେ କ୍ୟାବିନେଟ ମଞ୍ଜୁରୀ ପାଇଁ ପ୍ରସ୍ତାବ ଆସିଥିଲା । ରାଜ୍ୟ ସରକାରଙ୍କର ଅବକାରୀ ବିଭାଗ ଦ୍ବାରା ଓଡ଼ିଶା ଅବକାରୀ ସେବା କ୍ୟାଡରର ପୁନର୍ଗଠନ ପାଇଁ ନିମ୍ନଲିଖିତ ପ୍ରସ୍ତାବଗୁଡିକ ଆଗତ କରଯାଇଛି । ଅତିରିକ୍ତ କମିଶନର, ଯୁଗ୍ମ କମିଶନର, ଉପ କମିଶନର, ଅବକାରୀ ଅଧିକ୍ଷକ, ଉପ ଅବକାରୀ ଅଧ୍ୟକ୍ଷକ, ନିରୀକ୍ଷକ, ଉପ ନିରୀକ୍ଷକ, ସହକାରୀ ଉପ ନିରୀକ୍ଷକ ଓ ଅବକାରୀ ସିପାହୀ ଆଦି ପଦ ପାଇଁ 304 ଟି ନୂତନ ପଦ ସୃଷ୍ଟି ହେବ । ମୋଟ ପଦବୀ ସଂଖ୍ୟା ୧୯୦୬ରୁ ୨୨୧୦ କୁ ବୃଦ୍ଧି କରିବା । ଅବକାରୀ ଉପ ଅଧ୍ୟକ୍ଷକ ସ୍ତରରେ ମୋଟ ପଦବୀର ୪୦ ପ୍ରତିଶତ ପଦ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତିର ନିୟମ ପ୍ରସ୍ତାବ ଆଗତ କରଯାଇଛି । ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାକୁ ଭାଗକରି ଭୁବନେଶ୍ବର ଓ ରାଉରକେଲା ଠାରେ ଦୁଇଗୋଟି ନୂତନ ଅବକାରୀ ଜିଲ୍ଲା ଗଠନ କରାଯିବ । ଏଠି ସହିତ ୪ଟି ଅମଲା ପଦ ସୃଷ୍ଟି କରିବା ପାଇଁ ପ୍ରସ୍ତାବ ଆଗତ କରଯାଇଛି । ନକଲି ମଦ ପ୍ରସ୍ତୁତି ଇତ୍ୟାଦିକୁ ବିଚାରକୁ ନେଇ ଭଦ୍ରକ ଜିଲ୍ଲାର ତିହିଡି, ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଢେଙ୍କାନାଳ ଜିଲ୍ଲାର ଭୁବନ, ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ସୁନ୍ଦରଗଡ ଜିଲ୍ଲାର ପାନପୋଷରେ ପାଞ୍ଚଗୋଟି ନୂତନ ଅବକାରୀ ଥାନା ନିର୍ମାଣ ହେବ । ଅବକାରୀ କମିଶନର କାର୍ଯ୍ୟାଳୟକୁ ରାଜସ୍ବ ବୋର୍ଡ ଠାରୁ ପୃଥକ କରି ଅବକାରୀ ନିର୍ଦ୍ଦେଶାଳୟ ରୂପେ କାର୍ଯ୍ୟକାରୀ କରିବ । ଏହା ଉତ୍ତମ ସାଧାରଣ ସେବା ପ୍ରଦାନ କରିବା ସହ ଅଧିକ କ୍ରିୟାଶୀଳ, ଦକ୍ଷ ଓ ଉତ୍ତରଦାୟୀ ପାଇଁ ପାଞ୍ଚଗୋଟି ନୂତନ ଅମଲାସ୍ତରୀୟ ମୂଳପଦବୀ ସୃଷ୍ଟି କରାଯିବ । ସ୍ବାଧିନ ଭାବେ ଏହାର କର୍ମଚାରୀ ଓ କ୍ୟାଡରର ପରିଚାଳନା କରିବାର କ୍ଷମତା ପ୍ରଦାନ ନିମନ୍ତେ ମଧ୍ୟ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।

ଉଭୟ ସରକାରୀ ସଂସ୍ଥା ଯଥା ଓଡିଶା ରାଜ୍ୟ ସମବାୟ ବିପଣନ ମହାସଂଘ ( ୨୫.୬୮ % ) ଓ ଓଡିଶା କୃଷି ଶିଳ୍ପ ନିଗମ ( ୪.୩୯ % ) ରାଜ୍ୟର ଆବଶ୍ୟକ ସାରର ପ୍ରାୟ ୩୦ ଭାଗ ଯୋଗାଇ ଦେଉଛନ୍ତି । ସେମାନେ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହତ ଆଦିବାସୀ ବହୁମୁଖୀ କୃଷି ସମବାୟ ସମିତି ମାସରେ ଠିକ ମୂଲ୍ୟରେ ସାର ଯୋଗାଇବା । ତେଣୁ ସାର ଗଛିତ ରଖିବା ଓ ଦରକାର ମୁତାବକ ଯୋଗାଇବା ପାଇଁ ଆନୁଷ୍ଠାନିକ ସଂସ୍ଥା ଯଥା ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଓ ଓଡିଶା କୃଷି ଶିଳ୍ପ ନିଗମକୁ ପାଣ୍ଠି ସହାୟତା ଯୋଗାଇବା ନିତାନ୍ତ ଜରୁରୀ ।ତେଣୁ ଉଭୟ ସଂସ୍ଥା ମାଧ୍ୟମରେ ସାର ମହଜୁଦ ରଖିବା ଏବଂ ଚାଷୀ ମାନଙ୍କର ଦରକାର ମୁତାବକ ଯୋଗାଇବା ପାଇଁ ସୁଧ ମୁକ୍ତ କର୍ପସ ପାଣ୍ଠିର ବ୍ୟବସ୍ଥା ଘୋଷଣା କରାଯାଇଛି । ଏଥି ପାଇଁ ୧୦୦ କୋଟି ଟଙ୍କା କର୍ପସ ଫଣ୍ଡ ଯାହାକି ଅତୀତରେ ୭୫ : ୨୫ ଅନୁପାତରେ ଓଡିଶା ରାଜ୍ୟ ସମବାୟ ବିପଣନ ନିଗମ ଓ ଓଡ଼ିଶା କୃଷି ଶିଳ୍ପ ନିଗମକୁ ଯଥାକ୍ରମେ ଦିଆଯାଉଥିଲା । ବର୍ତ୍ତମାନ ୯୦ :୧୦ ଅନୁପାତରେ ଦେବା ପାଇଁ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କର ନିୟନ୍ତ୍ରଣାଧୀନ ସଂସ୍ଥା ସେହି ପାଣ୍ଡିକୁ ଯେକୌଣସି ଜାତୀୟକରଣ ବ୍ୟାଙ୍କରେ ବା ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଆକାଉଣ୍ଟରେ ରଖିବାର ବ୍ୟବସ୍ଥା କରିବେ ।

କୃଷକମାନଙ୍କ ପାଇଁ ବିହନ , ଉନ୍ନତମାନର ଚାରା ସଂଗ୍ରହ ଓ ଯୋଗାଣ ନିମନ୍ତେ ଗତ ୨୦୧୫-୧୬ ମସିହାରୁ ରାଜ୍ୟ ଯୋଜନା ମାଧ୍ୟମରେ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠିରେ ବ୍ୟବସ୍ଥା କରାଯାଇଥିଲା । ଏହା ଅନ୍ତର୍ଗତ ରାଜ୍ୟ ବିହନ ନିଗମ ପାଇଁ ୬୦ କୋଟି ଟଙ୍କା , କୃଷି ଶିଳ୍ପ ନିଗମ ପାଇଁ ୩୦ କୋଟି  ଏବଂ କାଜୁ ଉନ୍ନୟନ ନିଗମ ପାଇଁ ୧୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା । ପରବର୍ତ୍ତୀ ସମୟରେ  ୨୦୧୬-୧୭ ମସିହାରୁ ଓଡିଶା କୃଷି ଶିଳ୍ପ ନିଗମ ଏବଂ ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ବିହନ ବିକ୍ରିବଟାରୁ ଓହରିଯାଇଥିଲେ । ସେମାନେ କୃଷିର ଅନ୍ୟାନ୍ୟ କ୍ଷେତ୍ରରେ କାମ କରିଆସୁଅଛନ୍ତି । ବର୍ତ୍ତମାନ ରାଜ୍ୟରେ ମୁଖ୍ୟତଃ ଓଡ଼ିଶା ରାଜ୍ୟ ବିହନ ନିଗମ ଦ୍ଵାରା ପ୍ୟାକ୍ସ, ଲ୍ୟାମ୍ପ ଓ ବେସରକାରୀ ସ୍ବୀକୃତିପ୍ରାପ୍ତ ବିକ୍ରେତାଙ୍କ ମାଧ୍ୟମରେ ଉନ୍ନତମାନର ବିହନ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି । ଓଡିଶା ରାଜ୍ୟ ବିହନ ନିଗମର ବ୍ୟବସାୟିକ କାରବାର ବୃଦ୍ଧିପାଇ ପ୍ରାୟ ୧୭୯ କୋଟି ଟଙ୍କାରେ ପହଞ୍ଚିଯାଇଛି । ଯାହା ପୂର୍ବ ନିର୍ଦ୍ଧାରିତ ୬୦ କୋଟି ଟଙ୍କାର କର୍ପସ ପାଣ୍ଡିରେ ବିହନ ଉତ୍ପାଦନ କରୁଥିବା ଚାଷୀମାନଙ୍କୁ ଠିକ ସମୟରେ ବିହନର ମୂଲ୍ୟ ପ୍ରଦାନ କରିବା ସମ୍ଭବ ହୋଇପାରୁନାହିଁ । ଏଣୁ ଏହି କର୍ପସ ପାଣ୍ଠିର ପରିମାଣ ୧୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ୧୦୦ କୋଟି ଟଙ୍କାର କର୍ପସ ଫଣ୍ଡ  ଓଡିଶା ରାଜ୍ୟ ବିହନ ନିଗମ କର୍ପସ ପାଣ୍ଠି ପାଣ୍ଡି  ବିହନ ,ଚାରା ସଂଗ୍ରହ ଓ ଚାଷୀମାନଙ୍କୁ ଯୋଗାଣ ନିମନ୍ତେ ଉପଯୋଗ କରାଯିବ । ଏହା ଦ୍ବାରା ବିଭିନ୍ନ ଫସଲର ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ହେବ । ଏହା ସହିତ ରାଜ୍ୟର କୃଷକମାନେ ଲାଭବାନ ହୋଇପାରିବେ ।  

ଓଡ଼ିଶା ଭିନ୍ନକ୍ଷମ ପୁନର୍ବାସ ସେବା ନିୟମ ୨୦୧୧ ରାଜ୍ୟ କ୍ୟାବିନେଟ ଦ୍ବାରା ଅନୁମୋଦନ କରାଗଲା । ଏହି ନିୟମ ରାଜ୍ୟର ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ମାନଙ୍କରେ ପୁନର୍ବାସ କର୍ମଚାରୀ ନିୟୋଜନ ପାଇଁ ଉଦ୍ଧିଷ୍ଟ । ଏହି ନିୟମ ଅଧୀନରେ ରାଜ୍ୟର ୮ଟି ଜିଲ୍ଲା ଯଥା ଖୋର୍ଦ୍ଧା , କଳାହାଣ୍ଡି , ସମ୍ବଲପୁର , କନ୍ଧମାଳ , କୋରାପୁଟ , ମୟୁରଭଞ୍ଜ , ଗଞ୍ଜାମ ଏବଂ ନବରଙ୍ଗପୁର ଜିଲ୍ଲାରେ ୬୪ ଗୋଟି ପ୍ରଶିକ୍ଷିତ ପୁନର୍ବାସ କର୍ମଚାରୀ ପଦବୀ ସୃଷ୍ଟି କରାଯାଇଛି । ଏହି କେନ୍ଦ୍ରମାନଙ୍କରେ ବର୍ତ୍ତମାନ କାର୍ଯ୍ୟରତ ୩୭ ଜଣ ପୁନର୍ବାସ କର୍ମଚାରୀ ମାନଙ୍କୁ ମଧ୍ୟ ଏହି ନୂତନ କ୍ୟାଡରର ଅନ୍ତର୍ଭୁକ୍ତ କରାଯାଉଅଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Mar 6, 2021, 10:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.