ETV Bharat / city

ଅପରାହ୍ନରେ କ୍ୟାବିନେଟ, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ବାଜିବ ମୋହର - ରାଜ୍ୟ କ୍ୟାବିନେଟ ବୈଠକ

ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । 10ଟି ପ୍ରସ୍ତାବରେ ମୋହର ବାଜିବା ନେଇ ସୂଚନା । ଅଧିକ ପଢନ୍ତୁ

ଅପରାହ୍ନରେ କ୍ୟାବିନେଟ, ବାଜିବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର

author img

By

Published : Aug 12, 2022, 12:52 PM IST

ଭୁବନେଶ୍ବର: ଆଜି(ଶୁକ୍ରବାର) ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ(State Cabinet Meeting) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ । ଅପରାହ୍ନରେ ବସିବାକୁ ଥିବା ଏହି ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବ । ବିଶେଷକରି ମହିଳା ଏବଂ ଶିଶୁ ବିକାଶ, ଜାତି ଏବଂ ଜନଜାତି ବିଭାଗ ଉପରେ ଅଧିକ ନଜର ରହିବ । ରାଜ୍ୟ କ୍ୟାବିନେଟ୍‍ ବୈଠକ ଅପରାହ୍ନ 5ଟା 45 ମିନିଟରେ ଅନୁଷ୍ଠିତ ହେବ । ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ । କ୍ୟାବିନେଟ ବୈଠକରେ ପ୍ରାୟ 10ଟି ପ୍ରସ୍ତାବରେ ମୋହର ବାଜିବ ବୋଲି ସୂଚନା ମିଳିଛି ।

ମହିଳା ଏବଂ ଶିଶୁ ବିକାଶ, ଜାତି ଏବଂ ଜନଜାତି ବିଭାଗ, ପାନୀୟ ଜଳ ଯୋଗାଣ ସହ ଗତ ବିଧାନସଭା ଅଧିବେଶନରେ ପାରିତ ହୋଇଥିବା ବିଲ ଉପରେ ମୋହର ବାଜିପାରେ । ମୁଖ୍ୟମନ୍ତ୍ରୀ ନବୀନ ନିବାସ ଓ ଅନ୍ୟ କ୍ୟାବିନେଟ ମନ୍ତ୍ରୀ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ବୈଠକରେ ଉପସ୍ଥିତ ରହିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.