ଭୁବନେଶ୍ବର: ସୋମବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ । ସକାଳ 9ଟା 45 ମିନିଟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । କ୍ୟାବିନେଟକୁ 5ଟି ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ଯେହେତୁ ବିଧାନସଭାର ବଜେଟ ଅଧିବେଶନ ଚାଲିଛି ତେଣୁ ସରକାରଙ୍କ ତରଫରୁ କ୍ୟାବିନେଟ ନିଷ୍ପତି ସଂପର୍କରେ କୌଣସି ବିଧିବଦ୍ଧ ସୂଚନା ଦିଆଯିବ ନାହିଁ ।
ତେବେ ପଞ୍ଚାୟତିରାଜ, ନଗର ଉନ୍ନୟନ ବିଭାଗ, ଜଳ ସମ୍ପଦ ବିଭାଗ ଭଳି କିଛି ବିଭାଗର ପ୍ରସ୍ତାବ ଉପରେ ମୋହର ବାଜିବ । କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଥିବା ପ୍ରସ୍ତାବ ବିଧାନସଭାରେ ପାରିତ ହେବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ