ETV Bharat / city

ମାହାଙ୍ଗାରେ ବୃହତ ପାନୀୟଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ

author img

By

Published : Aug 12, 2020, 6:50 PM IST

Updated : Aug 12, 2020, 8:26 PM IST

କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ୨୦୭କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ବୃହତ୍ ପାନୀୟଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଅଧିକ ପଢନ୍ତୁ...

ମାହାଙ୍ଗାରେ ବୃହତ୍ ପାନୀୟଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ଏହି କ୍ରମରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ୨୦୭କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ବୃହତ୍ ପାନୀୟଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ପାନୀୟ ଜଳ ପ୍ରକଳ୍ପ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରାଯିବାକୁ ଥିବା ବେଳେ ୨୧୧ଟି ଗ୍ରାମର ଲୋକେ ଉପକୃତ ହେବେ ବୋଲି ଜଣାପଡିଛି । ୩ ବର୍ଷ ମଧ୍ୟରେ ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବାର ଲକ୍ଷ୍ୟରଖାଯାଇଛି ।

ପ୍ରସ୍ତାବିତ ବୃହତ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାହାଙ୍ଗା ବ୍ଲକର ୩୭ ଓ ନିଶ୍ଚିତକୋଇଲି ବ୍ଲକର ୬ଟି ପଞ୍ଚାୟତରେ ଥିବା ୨୧୧ଟି ଗ୍ରାମର ଲୋକେ ପାଇପ ଯୋଗେ ପାନୀୟଜଳ ପାଇପାରିବେ । ପାଖପାଖି 211 ଗୋଟି ଗାଁର 2 ଲକ୍ଷ 17 ହଜାର ଲୋକମାନେ ତାଙ୍କ ଘରକୁ ପିଇବା ପାଇଁର ସୁବିଧା ପାଇବେ। ଏହି ଗ୍ରାମ ଗୁଡିକର ପ୍ରତି ପରିବାରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରତାପ ଜେନା ।

ଉଲ୍ଲେଖଯୋଗ୍ୟ, ଏହି ବୃହତ୍ ପ୍ରକଳ୍ପ ଲାଗି ମନ୍ତ୍ରୀ ପ୍ରତାପ ଜେନା ଦୀର୍ଘଦିନରୁ ତାଙ୍କର ଉଦ୍ୟମ ଜାରି ରଖିଥିବାବେଳେ ଅଞ୍ଚଳବାସୀଙ୍କ ସ୍ୱପ୍ନ ଆଜି ସାକାର ହେବାକୁ ଯାଉଛି । ପ୍ରକାଶ ଥାଉକି ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି । ମାହାଙ୍ଗାରେ ଏହି ବୃହତ୍ ପାନୀୟ ଜଳ ପ୍ରକଳ୍ପ ଫଳରେ ସମ୍ପୃକ୍ତ ଅଞ୍ଚଳର ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହୋଇପାରିବେ । ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଉପରୋକ୍ତ ୪୩ଟି ଗ୍ରାପଞ୍ଚାୟତ ଅନ୍ତର୍ଗତ ୨୧୧ଟି ଗ୍ରାମର ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପାନୀୟ ଜଳ ପାଇଁ ଦୀର୍ଘ ଦିନ ଧରି ଅସୁବିଧାର ସମ୍ମୁଖୀନ ହେଇ ଆସୁଥିଲେ । ବର୍ତ୍ତମାନ ଏହି ବୃହତ୍ ପାନୀୟ ଜଳ ପ୍ରକଳ୍ପ ସେମାନଙ୍କର ସେହି ଅସୁବିଧାକୁ ଦୂର କରିବା ସହିତ ପାଇପ୍ ଯୋଗେ ନିଜ ନିଜ ଘରେ ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ । ଏଥିପାଇଁ ମନ୍ତ୍ରୀ ଜେନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Aug 12, 2020, 8:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.