ETV Bharat / city

Cabinet Decision: ଶିକ୍ଷାନୁଷ୍ଠାନର ଜମି ବିଭାଗ ନାଁରେ ପଞ୍ଜୀକରଣ ହେବ

author img

By

Published : Nov 23, 2021, 10:35 PM IST

କ୍ୟାବିନେଟ ବୈଠକରେ (Cabinet meeting) ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ରାଜସ୍ବ ବିଭାଗ ଅଧୀନରେ ଥିବା ଜାଗାରେ ନିର୍ମାଣ ହୋଇଥିବା ସରକାରୀ ସ୍କୁଲ ଓ କଲେଜ ମହାବିଦ୍ୟାଳୟ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଅଧିକ ପଢନ୍ତୁ

cabinet-meeting
ସରକାରୀ ଜମି

ଭୁବନେଶ୍ବର: ରାଜସ୍ବ ବିଭାଗ ଅଧୀନରେ ଥିବା ଜାଗାରେ ନିର୍ମାଣ ହୋଇଥିବା ସରକାରୀ ସ୍କୁଲ ଓ କଲେଜ ମହାବିଦ୍ୟାଳୟ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି କ୍ୟାବିନେଟ (Cabinet meeting) । ସରକାରୀ ଜମିର ଅନଧିକୃତ ଦଖଲକୁ ନିୟମିତ କରିବା ପାଇଁ ନୀତିକୁ କ୍ୟାବିନେଟର ମୋହର ମାରିଛନ୍ତି । ଏନେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।

ସରକାରୀ ଜମିର ଅନଧିକୃତ ଦଖଲକୁ ନିୟମିତ କରିବା ପାଇଁ ନୀତିକୁ କ୍ୟାବିନେଟର ମୋହର

ରାଜ୍ୟ ସରକାର ୧୯୭୭ ମସିହାରେ ବିଭିନ୍ନ ସ୍ଥାନରେ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସହରାଞ୍ଚଳରେ ୧୦ ଏକର ଏବଂ ଗ୍ରାମାଞ୍ଚଳରେ ୧୫ ଏକର ସରକାରୀ ଜମି ବିନାମୂଲ୍ୟରେ ଯୋଗାଇଦେବା ପାଇଁ ନୀତିଗତ ନିଷ୍ପତ୍ତି ନେଇଥିଲେ । ସେହିପରି ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସହରାଞ୍ଚଳରେ ଯଥାକ୍ରମେ ୨ ଏକର ଏବଂ ୩ ଏକର ଏବଂ ଗ୍ରାମାଞ୍ଚଳରେ ୩ ଏକର ଏବଂ ୫ ଏକର ସରକାରୀ ଜମି ବିନାମୂଲ୍ୟରେ ଯୋଗାଇଦେବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତିକୁ ୧୯୯୮ ମସିହାରେ ମଧ୍ୟ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦୋହରାଇଥିଲେ । ଏଯାବତ ଓଡ଼ିଶାରେ ୫୧ ଟି ସରକାରୀ ମହାବିଦ୍ୟାଳୟ ଏବଂ ୬୪୪ ଟି ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଦଖଲରେ ଯଥାକ୍ରମେ ୧୮୦ ଏକର ଏବଂ ୧୭୧୩ ଏକର ସରକାରୀ ଜମିରେ ଅଛି । ଏହାର ଆନୁମାନିକ ମୂଲ୍ୟ ୨୫୦୦ କୋଟି ଟଙ୍କା ହେବ । ସେହିପରି ୧୨୭୪ ଟି ଉଚ୍ଚ ବିଦ୍ୟାଳୟ ଦଖଲରେ ଥିବା ସରକାରୀ ଜମିର ଆନୁମାନିକ ମୂଲ୍ୟ ୧୫୦୦ କୋଟି ଟଙ୍କା ହେବ ।

ଏଣୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ଏହି ନୀତିଗତ ନିଷ୍ପଷି ସରକାରଙ୍କ ବିଚାରାଧୀନ ଥିଲା । ଏହି କ୍ରମରେ ରାଜ୍ୟ ସରକାର ନିମ୍ନଲିଖିତ ନିଷ୍ପତ୍ତି ନେଇଛନ୍ତି ।

1- ସରକାରୀ ଡିଗ୍ରୀ କଲେଜଗୁଡିକ (ସ୍ଵୟଂଶାସିତ ଏବଂ ଅଣ- ସ୍ଵୟଂଶାସିତ ସରକାରୀ କଲେଜ ) ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ଦଖଲରେ ଥିବା ସମସ୍ତ ସରକାରୀ ଜମି, ଯଥାକ୍ରମେ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାମରେ ସଂପୃକ୍ତ ଡିଗ୍ରୀ କଲେଜ/ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାରଫତରେ ରହି ରେକର୍ଡ ହେବ । କିନ୍ତୁ ମିଶ୍ରିତ କଲେଜଗୁଡିକ କ୍ଷେତ୍ରରେ ଦଖଲ ଭୁକ୍ତ ଜମିର ପରିମାଣ ଅନୁଯାୟୀ ପୃଥକ ଭାବରେ ରେକର୍ଡ୍ କରାଯିବ । ଅର୍ଥାତ ଡିଗ୍ରୀ କଲେଜ ଅଧୀନରେ ଥିବା ଜମି ଉଚ୍ଚଶିକ୍ଷା ବିଭାଗ ନାମରେ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧୀନରେ ଥିବା ଜମି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାମରେ ରେକର୍ଡ ହେବ । ଅବଶ୍ୟ ଯେଉଁଠାରେ ବ୍ୟବହାରିକ ସମସ୍ୟା ଏବଂ ଅସୁବିଧା ହେତୁ ଜମିର ବିଭାଜନ ସମ୍ଭବ ନୁହେଁ, ସମଗ୍ର ଜମି ଉଚ୍ଚ ଶିକ୍ଷା ବିଭାଗ ନାମରେ ରେକର୍ଡ ହେବ ।

2- ସ୍ବୟଂଶାସିତ ଏବଂ ଅଣ- ସ୍ବୟଂଶାସିତ ଅନୁଦାନ ପ୍ରାପ୍ତ ସରକାରୀ କଲେଜ ଏବଂ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଦାନ ପ୍ରାପ୍ତ ହୋଇଥିବା ଡିଗ୍ରୀ କଲେଜ ଗୁଡିକ ସଂପୃକ୍ତ ଶିକ୍ଷାନୁଷ୍ଠାନ ମାରଫତରେ ରହିବା ସହିତ ଯଥାକ୍ରମେ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାମରେ ରେକର୍ଡ ହେବ । ଯେଉଁଠାରେ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହିତ ଏକ ଡିଗ୍ରୀ କଲେଜ ସହଭାଗୀ ହୁଏ, ସେହି ଜମିକୁ ଯଥାକ୍ରମେ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାମରେ ସଂପୃକ୍ତ ଶିକ୍ଷାନୁଷ୍ଠାନ ମାରଫତରେ ରହି ଜମି ରେକର୍ଡ କରାଯିବ । ମାତ୍ର ଯେଉଁଠାରେ ବ୍ୟବହାରିକ ସମସ୍ୟା ଏବଂ ଅସୁବିଧା ହେତୁ ଜମିର ବିଭାଜନ ସମ୍ଭବ ନୁହେଁ, ସେହି ଜମି ଉଚ୍ଚଶିକ୍ଷା ବିଭାଗ ନାମରେ ରେକର୍ଡ ହେବ ।

3- ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକ ଦଖଲରେ ଥିବା ସମସ୍ତ ଜମି ସଂପୃକ୍ତ ଶିକ୍ଷାନୁଷ୍ଠାନ ମାରଫତରେ ରହିବା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାମରେ ରେକର୍ଡ କରାଯିବ ।

4- ସେହିପରି ପରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକ ଦଖଲରେ ଥିବା ସରକାରୀ ଜମି ସଂପୃକ୍ତ ଶିକ୍ଷାନୁଷ୍ଠାନ ମାଫିତରେ ରହିବା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାମରେ ରେକର୍ଡ କରାଯିବ ।

5- ରେକର୍ଡ ହେବାକୁ ଥିବା ଜମି ଲିଜ୍ ଯୋଗ୍ୟ, ଅଣ ଜଙ୍ଗଲ କିସମ, DLC ଲିଷ୍ଟରେ ନ ଥାଇ ଅବରୋଧ ମୁକ୍ତ ଓ ବିବାଦ ମୁକ୍ତ ହୋଇଥିବା ଆବଶ୍ୟକ ।

6- ଏହି ଜମି ବିନା ମୂଲ୍ୟରେ ଜିଲ୍ଲାପାଳଙ୍କର ଅନୁମୋଦନ କ୍ରମେ ତହସିଲଦାର ରେକର୍ଡ କରିବେ । ଏଥି ନିମନ୍ତେ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନର ଆବଶ୍ୟକୀୟ ସଂଶୋଧନ ରାଜସ୍ବ ବିଭାଗ ଦ୍ବାରା କରାଯିବ ।

7- ଯେଉଁଠାରେ ଡିଗ୍ରୀ କଲେଜ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାମରେ ପୃଥକ ରେକର୍ଡ କରିବାର ଆବଶ୍ୟକତା ଥିବ, ସ୍ଥାନୀୟ ତହସିଲଦାର ଜମିର ମାପ କରାଇ ସମ୍ପୃକ୍ତ ଅଧ୍ୟକ୍ଷଙ୍କ ପରାମର୍ଶକ୍ରମେ ରେକର୍ଡ କରିବେ ।

8- ଉକ୍ତ ଜମି ଉପରେ ଦରଜ ହୋଇଥିବା ସମସ୍ତ ଜବରଦଖଲ ମାମଲା ମଧ୍ୟ ବନ୍ଦ କରାଯିବ । ଏହାର ମୂଲ୍ୟାଙ୍କନ ପାଇଁ ଟୋକନ ପରିମାଣ ପ୍ରତିବର୍ଷ ପ୍ରତି ଏକର ପିଛା ଏକ ଟଙ୍କା ହିସାବରେ ଏବଂ ଜୋରିମାନା ପ୍ରତିବର୍ଷ ପ୍ରତି ଏକର ପିଛା ଦଶ ଟଙ୍କା ହିସାବରେ ଆଦାୟ କରାଯିବ । ବକେୟା ରାଶି ଉପରେ ଯଦି କୌଣସି ସୁଧ ଥାଏ ତାହା ମଧ୍ୟ ଛାତ କରାଯିବ ।

9- ସରକାରୀ ଜମି ଦାଖଲ କରିବାର ଧାର୍ଯ୍ୟ ତାରିଖ ୧୧ ୨୦୨୦ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ନୀତିଗତ ନିଷ୍ପତି ଏକ ମାଇଲ ଖୁଣ୍ଟ ରୂପେ ସାବ୍ୟସ୍ତ ହେବ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.