ETV Bharat / city

Cabinet Meeting: ୯ଟି ପ୍ରସ୍ତାବରେ ବାଜିଲା ମୋହର, SHG ମହିଳାଙ୍କୁ ଗାଁ ପୋଖରୀ ଦାୟିତ୍ବ - କ୍ୟାବିନେଟରେ 9 ପ୍ରସ୍ତାବରେ ମୋହର

ଶୁକ୍ରବାର ସନ୍ଧ୍ୟା 6ଟା 30ରେ ବସିଥିଲା ରାଜ୍ୟ କ୍ୟାବିନେଟର (Cabinet Meeting) ଗୁରୁତ୍ବପୂର୍ଣ୍ଣ ବୈଠକ । ଭିସି ଯୋଗେ ଅଧକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm Naveen Pattnaik) । ଅଧିକ ପଢନ୍ତୁ

କ୍ୟାବିନେଟରେ 9 ପ୍ରସ୍ତାବକୁ ମଞ୍ଜୁରୀ
କ୍ୟାବିନେଟରେ 9 ପ୍ରସ୍ତାବକୁ ମଞ୍ଜୁରୀ
author img

By

Published : Dec 8, 2021, 7:36 AM IST

ଭୁବନେଶ୍ବର: ଶୁକ୍ରବାର ସନ୍ଧ୍ୟା 6ଟା 30ରେ ରାଜ୍ୟ କ୍ୟାବିନେଟର (Cabinet Meeting) ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଭିସି ଯୋଗେ ଅଧକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm Naveen Pattnaik) । ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍କ ଉପରେ ଆଲୋଚନା ସହ ୯ଟି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ରାଜ୍ୟରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ଅଧିକ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ଗାଁ ପୋଖରୀ ଦାୟିତ୍ବ ଏବେ ସ୍ବୟଂ ସହାୟିକା ଗୋଷ୍ଠୀକୁ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

ଏହାସହ ପଞ୍ଚାୟତିରାଜ, ନଗର ଉନ୍ନୟନ, ପୂର୍ତ୍ତ ଓ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ୍ । କଟକ ଏସସିବି(SCB)ର ନବକଳେବର ପ୍ରକଳ୍ପ ଟେଣ୍ଡରକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ସେହିପରି ଭୁବନେଶ୍ବର ମହାନଗର ନିଗମ ଦ୍ବାରା ଭୁଆଶୁଣିରେ କରାଯାଉଥିବା ବାୟୋ ମାଇନିଂ ପ୍ରକଳ୍ପର ଟେଣ୍ଡରକୁ ମଧ୍ୟ କ୍ୟାବିନେଟ ଅନୁମତି ଦେଇଛି । ଏହି ୩ ପ୍ରସ୍ତାବ ସମେତ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାପଡିଛି । ବିଧାନସଭା ଶୀତ ଅଧିବେଶନ ଚାଲିଥିବାରୁ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ଭାବେ କୌଣିସ ସୂଚନା ମିଳିନାହିଁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.