ଭୁବନେଶ୍ବର: ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ 8ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛି । ବୈଠକ ପରେ ଗଣମାଧ୍ୟମକୁ ଆଇନ ମନ୍ତ୍ରୀ ପ୍ରତାପ ଜେନା କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି । ରାଜ୍ୟରେ SEBCଙ୍କ ଜନଗଣନା ହେବ । ସାଧାରଣ ଜନଗଣନା ସହ ଏହା ହେବ । ଜନ ଗଣନା ବେଳେ ଏକ ଫର୍ମାଟ ପ୍ରସ୍ତୁତ ହେବ । ଏସଇବିସିଙ୍କ ପ୍ରକୃତ ତାଲିକା ନଥିବାରୁ 2011 ଜନ ଗଣନା ଅନୁସାରେ ଏକ ସ୍ବତନ୍ତ୍ର ଗଣନା ହେବ । ଆର୍ଥିକ, ଶିକ୍ଷାଗତ ଓ ଜାତିଗତ ଆଧାରରେ ଏହା ହେବ ।
ବୈଠକ ପରେ ଗୃହ ନଗର ଉନ୍ନୟନ ପଞ୍ଚାୟତ ରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୨୦୧୧ ଜନଗଣନାରେ ଆର୍ଥିକ ଅନଗ୍ରସର ମାନଙ୍କ ଜନଗଣନା ହୋଇଥିଲା । ଯାହା ବର୍ତ୍ତମାନ ସୁଦ୍ଧା ବଳବତ୍ତର ରହିଛି । ୨୦୨୧ ଜନଗଣନାରେ ସାମାଜିକ, ଆର୍ଥିକ, ଜାତିଗତ ସହିତ ଶିକ୍ଷା କ୍ଷେତ୍ରରେ ଅନଗ୍ରସରକୁ ମଧ ଜନଗଣନାରେ ସାମିଲ କରାଯିବ । ଯାହା ୨୦୧୧ ଜନଗଣନାରେ ନଥିଲା ।
ମହତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ସବୁ ଲୋକଙ୍କୁ ସମାନତାର ଅଧିକାର ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ମହାତ୍ମା ଗାନ୍ଧୀଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ