ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନରେ ଏଣିକି ଭୋଜି ପାଇଁ ମିଳିବ ଅନୁମତି । ତେବେ ପିଣ୍ଡି ଓ କଟେଜ୍ ଅନଲାଇନରେ ଆଗୁଆ ବୁକିଂ କରିବାକୁ ହେବ ।

ଡିସେମ୍ବର1ରୁ ଖୋଲିବ ନନ୍ଦନକାନନ(Nandankanan) ବଟାନିକାଲ ଗାର୍ଡେନ । ପିଣ୍ଡି, କଟେଜ୍ ପାଇଁ ଅନଲାଇନରେ ବୁକିଂ କରିପାରିବେ ପର୍ଯ୍ୟଟକ। ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।
ଆଗକୁ ନୂଆ ବର୍ଷ ଆସୁଥିବାରୁ ଭୋଜି ପାଇଁ ଅନୁମତି ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ବଟାନିକାଲ ଗାର୍ଡେନରେ ହୋଇପାରିବ ଭୋଜିଭାତ। ବଟାନିକାଲ ଗାର୍ଡେନରେ ଥିବା ପିଣ୍ଡି, କଟେଜ ପାଇଁ ଅନଲାଇନ୍ରେ ବୁକିଂ କରିବାକୁ ହେବ । ନନ୍ଦନକାନନର ଅଫିସିଆଲ ୱେବସାଇଟକୁ ଯାଇ ବୁକିଂ କରିବେ ପର୍ଯ୍ୟଟକ । ତେବ ଭୋଜିଭାତ ସମୟରେ କୋଭିଡ ନିୟମ ପାଳନ କରିବାକୁ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷଙ୍କ କଡା ନିର୍ଦ୍ଦେଶ ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ