ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ କଟକଣା କୋହଳ ପ୍ରସଙ୍ଗରେ ରାଜ୍ୟ ବିଜେପିର ପ୍ରତିକ୍ରିୟା । ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତିକ୍ରିୟା । ନିର୍ବାଚନ ପ୍ରଚାର କଟକଣାକୁ ସ୍ବାଗତ କଲା ବିଜେପି ।
ଆରମ୍ଭରୁ ଏହି ପ୍ରସଙ୍ଗରେ ଦାବି ରଖିଥିଲା ବିଜେପି । କାରଣ କଟକଣା କାରଣରୁ ଅସୁବିଧା ବିଜେପି ବି ଭୋଗିଥିଲା । ଏଣୁ ଏହା ସ୍ବାଗତ ଯୋଗ୍ୟ ଓ କୋଭିଡ ପାଇଁ ଜାରି ହୋଇଥବା ନିୟମ ମାନିବ ଦଳ ବୋଲି ଲେଖାଶ୍ରୀ କହିଛନ୍ତି । ସେହିପରି ନିର୍ବାଚନ ଆୟୋଗ କଟକଣା କୋହଳ କଲେ ଠିକ୍ ଅଛି ହେଲେ ଯେତେବେଳେ କଟକଣା ଥିଲା ସେତେବେଳେ ଶାସକ ଦଳ ନିୟମ ମାନୁ ନଥିବା କଥା ସୁରଥ ବିଶ୍ଵାଳ କହିଛନ୍ତି ।
ତେବେ ରାଜ୍ୟ ନିର୍ବାଚନ ଆୟୋଗ ଏହା ଉପରେ କୌଣସି ପଦକ୍ଷେପ ନେଉ ନଥିଲେ ବୋଲି ସୁରଥ କହିଛନ୍ତି । ଅନ୍ୟପଟେ ଶାସକ ଦଳ ପକ୍ଷରୁ ମନ୍ତ୍ରୀ ଓ ବିଧାୟକ ନିୟମକୁ ମାନୁ ନାହାନ୍ତି । ଆମେ କେବଳ ଡିଜିଟାଲ ପ୍ରଚାର କରୁଛୁ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ