ETV Bharat / city

ଧର୍ମେନ୍ଦ୍ର ପ୍ରଧାନ ଆମ ପ୍ରେରଣା: ଅପରାଜିତା - ବିଷ୍ଣୁ ସେଠୀଙ୍କ ବୟାନ ଉପରେ ବିଜେପି ପ୍ରତିକ୍ରିୟା

ଓଡ଼ିଶାରେ ବିଜେଡିର ବିକଳ୍ପ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ବିଷ୍ଣୁ ସେଠୀ ଦେଇଥିବା ଏହି ବୟାନ ଉପରେ ପ୍ରତିକ୍ରିୟା ରଖିଛି ରାଜ୍ୟ ବିଜେପି । ବିଷ୍ଣୁଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଦଳର ଜଣେ ବରିଷ୍ଠ ନେତା । ଦଳର ଦୁଇଟି ପୋର୍ଟଫୋଲିଓ ତାଙ୍କ ପାଖରେ ଅଛି । ଆମେ ସମସ୍ତେ ତାଙ୍କଠାରୁ ପ୍ରେରଣା ପାଉଛୁ ବୋଲି କହିଛନ୍ତି ଅପରାଜିତା ।

ଧର୍ମେନ୍ଦ୍ରଙ୍କଠୁ ଆମେ ପ୍ରେରଣା ପାଉଛୁ
ଧର୍ମେନ୍ଦ୍ରଙ୍କଠୁ ଆମେ ପ୍ରେରଣା ପାଉଛୁ
author img

By

Published : Mar 17, 2022, 4:33 PM IST

ଭୁବନେଶ୍ବର: ପୌର ନିର୍ବାଚନକୁ ନେଇ ସରଗରମ୍ ରାଜ୍ୟ ରାଜନୀତି । କ୍ଷମତା ହାତେଇବାକୁ ଲାଗିପଡିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଏହାରି ମଧ୍ୟରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଛି । ଓଡ଼ିଶାରେ ବିଜେଡିର ବିକଳ୍ପ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ବୋଲି ଗତକାଲି ବିଷ୍ଣୁ ସେଠୀ ଦେଇଥିବା ଏହି ବୟାନ ଉପରେ ପ୍ରତିକ୍ରିୟା ରଖିଛି ରାଜ୍ୟ ବିଜେପି । ବିଷ୍ଣୁଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଦଳର ଜଣେ ବରିଷ୍ଠ ନେତା । ଦଳର ଦୁଇଟି ପୋର୍ଟଫୋଲିଓ ତାଙ୍କ ପାଖରେ ଅଛି । ଆମେ ସମସ୍ତେ ତାଙ୍କଠାରୁ ପ୍ରେରଣା ପାଉଛୁ ବୋଲି କହିଛନ୍ତି ଅପରାଜିତା ।

ଧର୍ମେନ୍ଦ୍ରଙ୍କଠୁ ଆମେ ପ୍ରେରଣା ପାଉଛୁ

ସେ ଆହୁରି କହିଛନ୍ତି ଯେ ସେ ଜଣେ ସାଧାରଣ ଲୋକ । ଦଳର ଜଣେ ସାଧାରଣ କର୍ମୀ । ୨୪ ବର୍ଷର ଭାରତୀୟ ପ୍ରଶାସନିକ ସେବା ଛାଡି ଲୋକଙ୍କ ସେବା ପାଇଁ ରାଜନୀତିରେ ସାମିଲ ହୋଇଛନ୍ତି । କୌଣସି ପଦପଦବୀ ପାଇଁ ସେ କାମ କରୁନାହିନ୍ତି । ଲୋକଙ୍କ ସେବା କରିବା ପାଇଁ ଆସିଛି ସେବା କରିବ ପଦବୀ ପାଇଁ କୌଣସି ଲାଳସା ନାଥିବା କହିଛନ୍ତି ଅପରାଜିତା । ପ୍ରଧାନସେବିକା ହିସାବରେ କାମ କରି ଲୋକଙ୍କ ସାଙ୍ଗରେ ରହିବେ ବୋଲି କହିଛନ୍ତି ସାଂସଦ ।

ସେହିପରି ବିଜେପି ରାଜ୍ୟ ସଭାପତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏଥିରେ କିଛି ଅଯୁକ୍ତିକତା ନାହିଁ । ଭାରତୀୟ ଜନତା ପାର୍ଟିର ନେତା ଏବଂ କେନ୍ଦ୍ରରେ ଗୁରୁଦାୟିତ୍ବ ନେଇ କାର୍ଯ୍ୟ ସମ୍ପାଦନ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଭାରତୀୟ ଜନତା ପାର୍ଟି ସମସ୍ତ ନେତାଙ୍କ ଲିଡରସିପରେ ବିଶ୍ବାସ କରେ । ଆମର ନେତାମାନେ ଅଛନ୍ତି ଏବଂ କାର୍ଯ୍ୟ କରୁଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ।

ପ୍ରକାଶ ଥାଉ କି , ଗତକାଲି ବିଜେପି ବିଧାୟକ ବିଷ୍ଣୁ ସେଠୀ ଓଡ଼ିଶାରେ ବିଜେଡିର ବିକଳ୍ପ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ନବୀନ ସରକାରଙ୍କୁ ଧର୍ମେନ୍ଦ୍ର ହିଁ ଟକ୍କର ଦେବେ । ସେ ଯଦି ଓଡ଼ିଶାର ଦାୟିତ୍ଵ ନେବେ ତେବେ ଆମେ ଭଲ କରିବୁ । ତାଙ୍କ ବିନା ଓଡ଼ିଶା ବିଜେପି କିଛି ନୁହେଁ ବୋଲି ଦମ୍ଭୋକ୍ତି କହିଥିଲେ । ଯାହା ବେଶ ବେଶ ଚର୍ଚ୍ଚା ହୋଇଥିଲା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.