ETV Bharat / city

ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ, ଶାହଙ୍କ ଗୁରୁମନ୍ତ୍ରରେ ବଳିଆନ୍‌ ହେବ ବିଜେପି !

author img

By

Published : Aug 7, 2022, 7:03 PM IST

ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହ ଯୋଗ ଦେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢ଼ନ୍ତୁ

ଓଡ଼ିଶା ଆସୁଛନ୍ତି ଅମିତ ଶାହ, ଗୃହମନ୍ତ୍ରୀଙ୍କ ଗୁରୁମନ୍ତ୍ରରେ ବଳିଆନ୍‌ ହେବ ବିଜେପି !

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଆଜି(ରବିବାର) ସନ୍ଧ୍ୟାରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଅମିତ ଶାହଙ୍କ ଓଡ଼ିଶାରେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର । ସେ କହିଛନ୍ତି ଯେ, "ଅମିତ ଶାହ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ । ଏହାପରେ ସେ ରାଜଧାନୀରେ ରାତ୍ରି ଯାପନ କରିବେ । ସୋମବାର ସେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଘରକୁ ଯିବେ । ଏହାପରେ କଟକ ଗସ୍ତ କରି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ଭୁବନେଶ୍ବର ପାର୍ଟି ଅଫିସ୍‌ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଠାରେ ହରଘର ତ୍ରିରଙ୍ଗାକୁ ନେଇ ଏକ ଅଭିଯାନ ଆରମ୍ଭ ହେବ ।"

ଦଳୀୟ କାର୍ଯ୍ୟାଳୟରେ ବିଜେପି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ଏହାପରେ ମୋଦି2.0 ନାମକ ଏକ ପୁସ୍ତକକୁ ନେଇ ମେ ଫେୟାରରେ ଏକ ଉତ୍ସବରେ ଯୋଗ ଦେବେ । ଏହାକୁ ନେଇ କର୍ମକର୍ତ୍ତା ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା ପରେ ସେହି ସନ୍ଧ୍ୟା ୫ଟା ବେଳେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ରବିବାର ଭୁବନେଶ୍ବରରେ ପହଞ୍ଚିବା ପରେ ଗୃହମନ୍ତ୍ରୀ ମେ ଫେୟାର ହୋଟେଲ୍‌ରେ ରାତ୍ରି ଯାପନ କରିବେ । ସୋମବାର ବିଭିନ୍ନ କାର୍ଯ୍ୟକ୍ରମର ଯୋଗ ଦେବାପରେ ଅପରାହ୍ଣରେ ମୋଦି 2.0 ପୁସ୍ତକ ସମ୍ବନ୍ଧିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ୨୦୨୪ରେ ରାଜ୍ୟ ବିଜେପି କିଭଳି କ୍ଷମତା ଦଖଲ କରିବ ସେନେଇ ଦଳର ତୁଙ୍ଗ ନେତାଙ୍କ ସହ ବିଚାର ବିମର୍ଷ କରିବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.