ETV Bharat / city

State Bjp Executive Meeting: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ଦଳ

author img

By

Published : Nov 24, 2021, 4:59 PM IST

Updated : Nov 24, 2021, 5:16 PM IST

ରାଜ୍ୟ କାର୍ଯ୍ୟକାରିଣୀରେ ବିଜେଡିକୁ ବିଜେପିର ଟାର୍ଗେଟ । ବିଜେଡି ଶାସନରେ ମହିଳା ଓ ଶିଶୁ ବିପଦରେ ଅଛନ୍ତି ଓ ପୋଲିସ ଉପରୁ ଜନତା ଆସ୍ଥା ହରାଉଛନ୍ତି ବୋଲି ବିଜେପି କହିଛି । ଅଧିକ ପଢନ୍ତୁ

କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ଦଳ

ଭୁବନେଶ୍ବର: (State bjp executive meeting) ରାଜ୍ୟ କାର୍ଯ୍ୟକାରିଣୀରେ ବିଜେଡିକୁ ବିଜେପିର ଟାର୍ଗେଟ । ଭୁବନେଶ୍ବରସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଦଳ । ଏହି କାର୍ଯ୍ୟକାରିଣୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ଵରୀ, ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ଦଳ

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି କହିଛି ଯେ, ବିଜେଡି ଶାସନରେ ମହିଳା ଓ ଶିଶୁ ବିପଦରେ ଅଛନ୍ତି ଓ ପୋଲିସ ଉପରୁ ଜନତା ଆସ୍ଥା ହରାଉଛନ୍ତି । ଏହାସହ ମାହାଙ୍ଗା ଡବଲ ମର୍ଡରରେ ପ୍ରତାପ ଜେନା,ଏସିଏଫ ସୌମ୍ୟରଂଜନ ଘଟଣାରେ ବିକ୍ରମ ଆରୁଖ, ପରୀ ଘଟଣାରେ ଅରୁଣ ସାହୁ, ମମିତା ମେହେର ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ନେଇ ପ୍ରଶ୍ନ ଉଠାଇଛି ବିଜେପି | ତେଣୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ କହିଛି ବିଜେପି । ଏପଟେ ଆଗକୁ ବିଧାନସଭା ଆସୁଛି, ହେଲେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁନାହାନ୍ତି କେବେ ଆସିବେ ସ୍ପଷ୍ଟ କରନ୍ତୁ ବୋଲି ବିଜେପି କହିଛି ।

Bsky ସ୍ମାର୍ଟ କାର୍ଡ ବାଣ୍ଟିବାକୁ ବ୍ୟୟ ବହୁଳ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ, ହେଲେ ଦୁଇ ପଦ କଥା କହୁନାହାଁନ୍ତି । କିଏ ମୁଖ୍ୟମନ୍ତ୍ରୀଙ୍କ ପାଟିକୁ ବନ୍ଦ କରିଛି କୁହନ୍ତୁ ? ରାଜ୍ୟରେ ପିସି କାରବାର ଚାଲିଛି, ଦୁର୍ନୀତି ଭ୍ରଷ୍ଟାଚାରରେ ବୁଡି ରହିଛି ବିଜେଡି । ଧାନ ମଣ୍ଡିରେ ଚାଷୀଙ୍କୁ msp ମିଳୁନି, ଧାନ ବିକ୍ରି ପାଇଁ ଟାର୍ଗେଟ ବାହାରେ ବଳକା ଧାନ ଉଠାଉ ନାହାଁନ୍ତି । ତେବେ ଆଗାମୀ ତିନି ମାସ ପାଇଁ ରାଜନୀତିକ ଖସଡ଼ା ପ୍ରସ୍ତୁତ କରାଯାଉଛି ବିଜେପି ସାମ୍ବାଦିକ ସମ୍ମିଳନୀରେ କହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Nov 24, 2021, 5:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.