ଭୁବନେଶ୍ବର : ଭାରତୀୟ ଜନତା ପାର୍ଟିର ନୂତନ ସାଙ୍ଗଠନିକ ଦାୟିତ୍ବ ଘୋଷଣା ହୋଇଛି । ରାଜ୍ୟ ବିଜେପି ମିଡିଆ ବିଭାଗକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତି 3 ଜଣ ନୂଆ ସଦସ୍ୟଙ୍କୁ ଦଳୀୟ ମୁଖପାତ୍ର ଭାବେ ଘୋଷଣା କରିଛନ୍ତି । ନୂତନ ଭାବେ ଦାୟିତ୍ବ ପାଇଥିବା ୩ ନେତା ହେଲେ ରମାରଞ୍ଜନ ବଳିୟାର ସିଂହ , ଉର୍ମିଳା ମହାପାତ୍ର ଏବଂ ରାଜେନ୍ଦ୍ର ପଣ୍ଡା । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି।
ରାଜ୍ୟ ବିଜେପି କମିଟିର ଅନୁମୋଦନ କ୍ରମେ ୩ ଜଣଙ୍କୁ ଦଳୀୟ ମୁଖପାତ୍ର ଭାବେ ଚୟନ କରାଯାଇଛି । ବରିଷ୍ଠ ନେତା ରମାରଞ୍ଜନ ବଳିୟାର ସିଂହ ପୂର୍ବରୁ ବିଧାୟକ ରହିସାରି ଥିବାବେଳେ ଉର୍ମିଳା ମହାପାତ୍ର ଭୂବନେଶ୍ବର ମହାନଗର ନିଗମର ପୂର୍ବତନ ଉପାଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି । ସେହିପରି ଯୁବନେତା ରାଜେନ୍ଦ୍ର ପଣ୍ଡାଙ୍କୁ ମଧ୍ୟ ନୂତନ ଭାବେ ଏହି ଦାୟିତ୍ବ ସମର୍ପିଛି ଦଳ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ