ETV Bharat / city

Odisha Assembly; ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

author img

By

Published : Sep 3, 2021, 10:59 AM IST

Updated : Sep 3, 2021, 11:34 AM IST

ବିରୋଧୀଙ୍କ ହଙ୍ଗାମା ଓ ସରକାରୀ ଦଳର ଜିଦ ଆଗରେ ଆଜି ବି ଧୋଇଗଲା ବିଧାନସଭାର ପ୍ରଶ୍ନକାଳ ସମେତ ଶୂନ୍ୟକାଳ। ଗୃହ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ । ଅଧିକ ପଢନ୍ତୁ...

State assembly
State assembly

ଭୁବନେଶ୍ବର: ବିରୋଧୀଙ୍କ ହଙ୍ଗାମା ଓ ସରକାରୀ ଦଳର ଜିଦ ଆଗରେ ଆଜିବି ଧୋଇଗଲା ବିଧାନସଭାର ପ୍ରଶ୍ନକାଳ ସମେତ ଶୂନ୍ୟକାଳ । ଗୃହ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ । ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ସେପଟେ ଆଜି ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ବିଜେପି ଦେଇଥିଲା ମୁଲତବୀ ନୋଟିସ । ବିଧାନସଭାରେ ଉତ୍ତର ରଖିଥାନ୍ତେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । କିନ୍ତୁ ବାଚସ୍ପତି ଗୃହ ଚଳାଇବାକୁ ଉଦ୍ୟମ ନକରି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିବାକୁ ନେଇ ଏବେ ବିରୋଧୀ ଉଠାଇଛନ୍ତି ବଡ ପ୍ରଶ୍ନ ।

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ । କିନ୍ତୁ ବିନା କୌଣସି ଆଲୋଚନାରେ ବାଚସ୍ପତି ଗୃହକୁ ମୁଲତବୀ କରିଦେଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

Last Updated : Sep 3, 2021, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.