ଭୁବନେଶ୍ବର: କୃଷିକ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ମିଳିଛି ବଡ ଉପଲବ୍ଧି । କୃଷି ଓ କୃଷକ ସଶକ୍ତକରଣ ଅଧିନରେ ଉତ୍ପାଦନ ହେଉଥିବା କ୍ଲଷ୍ଟର ପ୍ରକଳ୍ପକୁ କାର୍ଯ୍ୟକାରିତାରେ ଉତ୍କର୍ଷତା ନିମନ୍ତେ ବର୍ଷ 2019 ପାଇଁ ସ୍କଚ ସ୍ବର୍ଣ୍ଣ ପୁରସ୍କାର ମିଳିଛି । କୃଷି କ୍ଷେତ୍ରରେ ଅଭିନବ ପରିକଳ୍ପନା ପାଇଁ ଏହି ପୁରସ୍କାର ମିଳିଛି ।
ନୂଆଦିଲ୍ଲୀସ୍ଥିତ ମଉଲଙ୍କର ହଲଠାରେ 61ତମ ସ୍କଚ ସ୍ବର୍ଣ୍ଣ ଆୱାର୍ଡ ସମାରୋହରେ ଓଡିଶାକୁ ଏହି ପୁରସ୍କାର ମିଳିଛି । ରାଜ୍ୟର ଜନଜାତି ଅଧ୍ୟୁଷିତ ଅଞ୍ଚଳରେ କୃଷି ଉତ୍ପାଦନ କ୍ଲଷ୍ଟର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପାଇଁ ବିବେଚିତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟୟ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟଯେ 2018 ମସିହା ନଭେମ୍ବର 6ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଫଳ ନେତୃତ୍ବ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଫଳରେ ଓଡିଶା ମାତ୍ର ଗୋଟିଏ ବର୍ଷରେ ଏହି ମର୍ଯ୍ୟଦାଜନକ ପୁରସ୍କାର ପାଇବାରେ ସଫଳ ହୋଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ