ETV Bharat / city

ରାଗିଂ ରୋକିବାକୁ ଆଇଜି ପାର୍କରୁ ଅଭିଯାନ ଆରମ୍ଭ

ରାଗିଂ ମୁକ୍ତ କରିବାକୁ ଅଭିଯାନ ଆରମ୍ଭ । ଭୀମସାଟର ରାଗିଂ ଘଟଣା ରାଜ୍ୟରେ ଖେଳାଇଛି ଚର୍ଚ୍ଚା । ଏପରି ଘୃଣ୍ୟ ଘଟଣାର ପ୍ରତିବାଦ କରିବା ସହ ଗାନ୍ଧୀ ପାର୍କ ଠାରୁ ରାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନ ଆରମ୍ଭ ହୋଇଛି ।

author img

By

Published : Aug 25, 2019, 9:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଶିକ୍ଷାନୁଷ୍ଠାନ ମାନଙ୍କରେ ଦିନକୁ ଦିନ ବୃଦ୍ଧି ଘଟୁଛି ରାଗିଂ । ଯାହା ବଡ଼ ସମସ୍ୟା ଭାବେ ଉଭା ହୋଇଛି ସମାଜରେ। ଯାହାର ସଦ୍ୟ ଉଦାହରଣ ଭୀମସାଟ ର ଘଟଣା ଲୋକଲୋଚନ କୁ ଆସିବା ପରେ ସ୍ପଷ୍ଟ ହୋଇଛି। ତେଣୁ ଏହାର ସମାପ୍ତି ଘଟାଇବା ସହିତ କ୍ୟାମ୍ପସ କୁ ରାଗିଂ ମୁକ୍ତ କରିବା ପାଇଁ ସ୍ଥାନୀୟ ଗାନ୍ଧୀ ପାର୍କ ଠାରୁ ରାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନ ଆରମ୍ଭ ହୋଇଛି।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୂର୍ବତନ ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ର ଅଧକ୍ଷ ତେଜେଶ୍ବର ପରିଡାଙ୍କ ତ୍ବତାବଧାନରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ବିଭିନ୍ନ ଛାତ୍ର ସଂଗଠନଙ୍କ ସହିତ, ଅଭିଭାବକ ମହାସଂଘ,ସାମାଜିକ କର୍ମୀ ଓ ମାନବାଧିକାର ସଂଗଠନର କର୍ମୀମାନେ ଯୋଗ ଦେଇଛନ୍ତି । ଏହି ଭଳି ଘୃଣ୍ୟ କାର୍ଯ୍ୟର ନିନ୍ଦା କରିବା ସହିତ ଏଭଳି କାର୍ଯ୍ୟ କରୁଥିବା ଛାତ୍ରମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରିବା କୁ ଦାବି କରିଛନ୍ତି।

ଏହି ଘଟଣା ନଘଟିବା ପାଇଁ ସରକାର ନିୟମ ରହିଥିଲେ ସୁଦ୍ଧା ଏହାକୁ ସଠିକ ରୂପେ କାର୍ଯ୍ୟକାରୀ କରାଯାଉନଥିବା କହିଛନ୍ତି ତେଜେଶ୍ବର ପରିଡ଼ା । ଏହା ଏକ ପ୍ରକାର ମାନସିକ ବିକାରର ଲକ୍ଷଣ ବୋଲି କହିଛନ୍ତି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ମଧୁସ୍ମିତା । ସେହିପରି ମାନବାଧିକାର କର୍ମୀ ମନୋଜ ଜେନା ଏଥିପାଇଁ ସରକାରଙ୍କୁ ଦୋଷ ଦେବା ସହ ଏପରି ଘଟଣା ଦେଖି ଛାତ୍ରଛାତ୍ରୀ କର୍ମକର୍ତ୍ତା ଏହାର ପ୍ରତିବାଦ କରିବାକୁ ଆଗକୁ ଆସିବାକୁ କହିଛନ୍ତି। ଯାହାଫଳରେ ଏପରି ଘଟଣା ବିରୁଦ୍ଧରେ ସମସ୍ତେ ଅବଗତ ହେବା ସହ ଦୋଷୀମାନଙ୍କୁ ଦଣ୍ଡବିଧାନ କରାଯାଇପାରିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.