ETV Bharat / city

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି, ରଥ ନିର୍ମାଣରେ ନାହିଁ କୌଣସି ଅସୁବିଧା - srimandira management committee meeting

srimandira management committee meeting
ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
author img

By

Published : May 4, 2020, 5:02 PM IST

Updated : May 4, 2020, 7:04 PM IST

18:58 May 04

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି, ରଥ ନିର୍ମାଣରେ ନାହିଁ କୌଣସି ଅସୁବିଧା

ଭୁବନେଶ୍ବର: ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ ଗଜପତି ମହାରାଜ ପ୍ରତ୍ରିକ୍ରିୟା ରଖିଛନ୍ତି। ‘26 ଅପ୍ରେଲରୁ ରଥ ନିର୍ମାଣ ହେବା କଥା । ରଥ ନିର୍ମାଣ କାର୍ଯ୍ୟ ଦୁଇ ମାସ ଚାଲେ । ହେଲେ ଏଥର କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ନୂତନ ଗାଇଡଲାଇନକୁ ଅନୁଧ୍ୟାନ କରିଛୁ । ମୁଁ ସ୍ପଷ୍ଟ କରିବାକୁ ଚାହେଁ ରଥ ନିର୍ମାଣ କାର୍ଯ୍ୟ ରିଲିଜିୟସ କାର୍ଯ୍ୟ ନୁହେଁ । ଏହା ଏକ ନିର୍ମାଣ କାର୍ଯ୍ୟ । ରଥଯାତ୍ରା ଏକ ରିଲିଜିଅସ ପର୍ବ । ତେଣୁ ରଥ ନିର୍ମାଣରେ କୌଣସି ଅସୁବିଧା ନାହିଁ ବୋଲି ପରିଚାଳନା କମିଟି ନିଷ୍ପତି ନେଇଛି ।’  

ସେହିପରି ପୁରୀ ଗ୍ରୀନ ଜୋନରେ ଅଛି । ଗ୍ରୀନ ଜୋନରେ ନିର୍ମାଣ କାର୍ଯ୍ୟ ହୋଇପାରିବ ବୋଲି ଗାଇଡ ଲାଇନରେ ଉଲ୍ଲେଖ ଅଛି । ତେଣୁ ଆମେ ରଥ ନିର୍ମାଣ କରି ପାରିବୁ ବୋଲି ନିଷ୍ପତି ନେଇଛୁ । ରାଜ୍ୟ ସରକାରଙ୍କୁ ଜଣେଇଛୁ । ରଥ ନିର୍ମାଣ ଓ ରଥ ଯାତ୍ରା ନିଷ୍ପତି ରାଜ୍ୟ ସରକାର ନେବେ । ସରକାର ଆସନ୍ତାକାଲି ସୁଦ୍ଧା ଆମକୁ ଅନୁମତି ଦେଲେ ଆମେ ନିର୍ମାଣ କାର୍ଯ୍ୟ ଆସନ୍ତାକାଲି କିମ୍ବା ମଙ୍ଗଳବାର ଆରମ୍ଭ କରିବୁ । ଯଦି କୌଣସି ପରିସ୍ଥିତିରେ ରଥଯାତ୍ରା ବନ୍ଦ ହୁଏ, ତେବେ ଏହା ରୋଷ କାମରେ ଲାଗିବ ବୋଲି ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

16:57 May 04

ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଭୁବନେଶ୍ବର/ପୁରୀ: ତୃତୀୟ ପର୍ଯ୍ୟାୟ କୋରୋନା ଲକ ଡାଉନ ପରେ ରଥ ନିର୍ମାଣ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଛି। ଚଳିତ ବର୍ଷ ରଥଯାତ୍ରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଏହି ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି।  

ଭୁବନେଶ୍ବରର ଓକାକ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେଉଥିବାବେଳେ ଏଥିରେ  ଗଜପତି  ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ରଘୁନାଥ ମହାପାତ୍ର, ବିଜୟ ସାହୁ, ଆଇନ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଅଛନ୍ତି।  

ସେପଟେ ପୁରୀରୁ ଭିସି ମାଧ୍ୟମରେ  ଜିଲ୍ଲା ପ୍ରଶାସନର ଏମରଜେନ୍ସି ସେଲ ଗୃହରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ପୁରୀ ଜିଲ୍ଲାପାଳ ଓ ଏସପି ଯୋଗ ଦେଇଛନ୍ତି।  

ଭୁବନେଶ୍ବରରୁ ବିକାଶ ଦାସ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 4, 2020, 7:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.