ETV Bharat / city

ରାଜ୍ୟ ସରକାରଙ୍କୁ ଶ୍ରୀକାନ୍ତଙ୍କ ପରାମର୍ଶ, ଦାଦନ ଦୂର ପାଇଁ ଯୋଜନା ପ୍ରସ୍ତୁତ କର - ଦାଦନ ଦୂର ପାଇଁ ଯୋଜନା ପ୍ରସ୍ତୁତ କର

କୋରୋନା ମହାମାରୀକୁ ସାରା ବିଶ୍ବ ସାମ୍ନା କରୁଥିବାବେଳେ ଓଡିଶା ଭଳି ରାଜ୍ୟ ଏବେ ବାହାରେ କାମ କରୁଥିବା ଦାଦନ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରିଛି । ଏଭଳି ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ରାଜ୍ୟ ସରକାରଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଅଧିକ ପଢନ୍ତୁ...

Srikkanth Jena
ରାଜ୍ୟ ସରକାରଙ୍କୁ ଶ୍ରୀକାନ୍ତ ଜେନାଙ୍କ ପରାମର୍ଶ, ଦାଦନ ଦୂର ପାଇଁ ଯୋଜନା ପ୍ରସ୍ତୁତ କର
author img

By

Published : Apr 30, 2020, 1:06 PM IST

ଭୁବନେଶ୍ବର: କୋରୋନା ମହାମାରୀକୁ ସାରା ବିଶ୍ବ ସାମ୍ନା କରୁଥିବାବେଳେ ଓଡିଶା ଭଳି ରାଜ୍ୟ ଏବେ ବାହାରେ କାମ କରୁଥିବା ଦାଦନ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରିଛି । ଏଭଳି ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ରାଜ୍ୟ ସରକାରଙ୍କୁ କିଛି ପରାମର୍ଶ ଦେଇଛନ୍ତି।

ରାଜ୍ୟ ସରକାରଙ୍କୁ ଶ୍ରୀକାନ୍ତ ଜେନାଙ୍କ ପରାମର୍ଶ, ଦାଦନ ଦୂର ପାଇଁ ଯୋଜନା ପ୍ରସ୍ତୁତ କର

ଅସୁବିଧାରୁ ସୁବିଧା ବାଟ ବାହାର କରାଯାଉ। ଯେଉଁଭଳି ଆଉ କେହି ଦାଦନ ଖଟିବାକୁ ଯିବେ ନାହିଁ ତାର ଏକ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ ହେଉ। ସେମାନଙ୍କ ଦକ୍ଷତା ବିକାଶ ସହିତ କିପରି ସେମାନଙ୍କ ଅଭିଜ୍ଞତାକୁ ଉପଯୋଗ କରାଯାଇ ପାରିବ ସେନେଇ ବିଚାର କରିବାକୁ ସେ କହିଛନ୍ତି।

ବିଶେଷ କରି ଓଡିଶାରେ ମିନି ସୁରଟ ପ୍ରତିଷ୍ଠା ଉପରେ ସେ ଗୁରୁତ୍ବ ଦେଇଛନ୍ତି। ସର୍ବାଧିକ ଦାଦନ ଥିବା ଗଞ୍ଜାମ ଜିଲ୍ଲାରେ ଏହା ପ୍ରତିଷ୍ଠା ହେଉ। ସ୍ପିନିଂ ମିଲ, ବୁଣାକାର ଶିଳ୍ପ ପ୍ରତିଷ୍ଠା ହେଉ। ଯାହାଫଳରେ ସେମାନେ ଆଉ ସୁରଟ ନଯାଇ ଓଡିଶାରେ ରହିବେ ଓ ଏହା ଅର୍ଥନୀତି ପାଇଁ ବେଶ ସହାୟକ ହେବ ବୋଲି ଶ୍ରୀକାନ୍ତ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.