ETV Bharat / city

ସମ୍ଭାବ୍ୟ ବନ୍ୟା ସ୍ଥିତି; ଜିଲ୍ଲାପାଳଙ୍କ ସହ କଥା ହେଲେ SRC - ସଆରସି

ପାଣି ଜମିଥିବା ସ୍ଥାନ ଓ ବନ୍ୟା ଆଶଙ୍କା ଥିବା ତଳି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି SRC ପ୍ରଦୀପ କୁମାର ଜେନା । ଅଧିକ ପଢନ୍ତୁ...

ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି; ଜିଲ୍ଲାପାଳଙ୍କ ସହ କଥା ହେଲେ ଏସଆରସି

author img

By

Published : Sep 14, 2021, 12:22 PM IST

ଭୁବନେଶ୍ବର: ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳରୁ ଅତିପ୍ରବଳ ବର୍ଷାପ୍ରବଳ ଜାରି ରହିଛି । ବିଶେଷ କରି ଉପକୂଳ ଓଡିଶାର ଜିଲ୍ଲାରେ ଗତ 3 ଦିନ ହେଲା ଲଗାଣ ବର୍ଷା ଲାଗୁରହିଛି । ଫଳରେ ଅନେକ ସ୍ଥାନରେ ଜଳ ନିଷ୍କାସନ ନହୋଇ ଜମି ରହିଛି । ଏହା ସହ ବିଭିନ୍ନ ନଦୀ ଫୁଲିବାରେ ଲାଗିଛି । ଫଳରେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ଜଳବନ୍ଦୀ ଅଞ୍ଚଳ ଓ ବନ୍ୟା ଆଶଙ୍କା ଥିବା ତଳି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ SRC ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକସ୍ଥଳରେ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇବାକୁ ଏସଆରସି ନିର୍ଦେଶ ଦେଇଛନ୍ତି । ରାସ୍ତା ଧୋଇ ଯାଇଥିଲେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.