ETV Bharat / city

ମହାନଦୀରେ 3 ରୁ 4 ଦିନ ରହିବ ବନ୍ୟା ପ୍ରଭାବ, ସହଯୋଗ ଲୋଡିଲେ SRC - ଏସଆରସି ପ୍ରଦୀପ କୁମାର ଜେନା

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସହ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର SRC ପ୍ରଦୀପ କୁମାର ଜେନା । ଅଧିକ ପଢନ୍ତୁ

SRC Reviews Flood Situation With Officials on Peak Water Flow at munduli
ଏସଆରସିଙ୍କ ବନ୍ୟା ସ୍ଥିତି ସମୀକ୍ଷା
author img

By

Published : Aug 16, 2022, 9:19 AM IST

ଭୁବନେଶ୍ବର: ବିଳମ୍ବିତ ରାତିରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି SRC । ବନ୍ୟାର ପ୍ରଭାବ 3ରୁ 4 ଦିନ ରହିବ ସେଥିପାଇଁ ସମସ୍ତେ ସତର୍କ ରହିବା ଲାଗି ବୈଠକ ପରେ ପରାମର୍ଶ ଦେଇଛନ୍ତି ଏସଆରସି । SRC ଆହୁରି କହିଛନ୍ତି ଯେ, "ବର୍ଷା ଜନିତ ଜଳ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ଅନବରତ ସମୀକ୍ଷା ଚାଲିଛି । ତେଲ ନଦୀରେ 5 ଲକ୍ଷରୁ ସାଢ଼େ 5 ଲକ୍ଷ କ୍ୟୁସେକ ପିକ ବନ୍ୟାଜଳ ଆସିବ ।"

ଏସଆରସିଙ୍କ ବନ୍ୟା ସ୍ଥିତି ସମୀକ୍ଷା

"ବିଳମ୍ବିତ ରାତିରେ ତାହା ପାସ୍‌ କରିଛି । ବରଗଡ଼ରୁ ବାହାରିଥିବା 3ରୁ 4ଟି ନଦୀରୁ ପାଣି ମହାନଦୀକୁ ଆସୁଛି । ଭେଡେନ, ଅଙ୍ଗ, ଜୀରା ଓ ଲାଞ୍ଜୁର ନଦୀରୁ ପ୍ରାୟ ଅଢେଇ ଲକ୍ଷରୁ 3 ଲକ୍ଷ କ୍ୟୁସେକ ଜଳ ମହାନଦୀକୁ ପ୍ରବେଶ କରୁଛି । ବର୍ତ୍ତମାନ ଖଇରମାଳରେ 12 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେଠାରେ ହୀରାକୁଦରୁ ଛଡା ହୋଇଥିବା ପ୍ରାୟ 5 ଲକ୍ଷ କ୍ୟୁସେକ ବନ୍ୟା ଜଳ ଆସୁଛି । ଏହାର ପ୍ରଭାବ ସକାଳେ ଅନେକାଂଶରେ କମିଯିବ । ପଥରଲା ପାଖରେ ତେଲ ନଦୀର ଇନ ଫ୍ଲୋ କମିବାକୁ ଲାଗିବ ।"
ଆକଳନ ଅନୁସାରେ ମୁଣ୍ଡୁଳୀରେ 11 ଲକ୍ଷ 25 ହଜାର କ୍ୟୁସେକ ଜଳ ପ୍ରବାହିତ ହେବ । ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ମାନେ ଯେଉଁ ଟେକ୍ନିକାଲ ନିଷ୍ପତ୍ତି ନେଇଛନ୍ତି, ତାହା ବର୍ତ୍ତମାନ ଆକଳନ ଓ ମଡେଲ ଅନୁସାରେ ଠିକ ରହିଛି। ବନ୍ୟାର ପ୍ରଭାବ 3ରୁ 4 ଦିନ ରହିବ । ସେଥିପାଇଁ ସମସ୍ତେ ସତର୍କ ରହିବା ଦରକାର । ଏହା ଏ ବର୍ଷର ପ୍ରଥମ ବନ୍ୟା । ଯେହେତୁ ପ୍ରଥମ ବନ୍ୟାରେ 11 ଲକ୍ଷ କ୍ୟୁସେକରୁ ଅଧିକ ଜଳ ଆସୁଥିବାରୁ ଏହା ଚ୍ୟାଲେଞ୍ଜିଂ ରହିବ ବୋଲି ସେ କହିଛନ୍ତି ।

ନଦୀ ପଠା ଓ ନଦୀ ବନ୍ଧରେ ଘଳିଆ ଥିବାର ସମ୍ଭାବନା ରହିଥାଏ । ପ୍ରଥମ ବନ୍ୟା ଜଳ ମହାନଦୀ ଅବବାହିକାରେ ଯାଉଥିବାରୁ ସତର୍କ ରହିବାକୁ ଏସଆରସି ଅନୁରୋଧ କରିଛନ୍ତି । ନଦୀ କୂଳିଆ ଲୋକ, ସ୍ଥାନୀୟ ଅଧିକାରୀ, ଲୋକ ପ୍ରତିନିଧିମାନେ ବିଭାଗ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ସମନ୍ୱୟ ରକ୍ଷା କରିବେ । ନଦୀର ଅବବାହିକାକୁ ଜଗିବା । ଘଳିଆ ହେବା କ୍ଷଣି ତାକୁ ବନ୍ଦ କରିବା ଲାଗି ଯୋଜନା କରିବା । ଯଦି ଠିକ ସମୟରେ ଘଳିଆ ବନ୍ଦ କରିପାରିବା ତାହାଲେ ନଦୀ ବନ୍ଦ ଘାଇ ହେବାର ସମ୍ଭାବନା କମିଯିବ ।

ଆଗାମୀ 3ରୁ 4 ଦିନ ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଦୟା ନଦୀରେ ଗୋଟେ ଘଳିଆ ପଡିଥିଲା । ବିଭାଗୀୟ ଅଧିକାରୀ, ସ୍ଥାନୀୟ ଲୋକଙ୍କ ସହାୟତାରେ ଏହାକୁ ବନ୍ଦ କରିଛନ୍ତି । ସେହିପରି ଭାର୍ଗବୀ ନଦୀରେ ହୋଇଥିବା ଘଳିଆ ବନ୍ଦ କରାଯାଇଛି । ବୈତରଣୀ ନଦୀର ଶାଖା ନଦୀ କାଣିରେ 15 ମିଟର ବ୍ରିଜ ହୋଇଛି । ଆଖୁଆପଦାରେ ଜଳସ୍ତର କମିବା ଆରମ୍ଭ କରିଛି । ସନ୍ଧ୍ୟାରେ ଜଳସ୍ତର 18.75 ମିଟର ଥିବାବେଳେ ଏହା କମିବା ଆରମ୍ଭ କରିଛି । ବୈତରଣୀରେ ଜଳ ପ୍ରବାହ ଅତୀତରେ ଏହାଠୁ ଅଧିକ ରହିଥିବା ନଜିର ରହିିଛି । ମହାନଦୀ ଅବବାହିକାରେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ସୋନପୁରରୁ ସମୁଦ୍ର ଯାଏଁ ନଜର ରଖାଯାଇଛି । ରାଜ୍ୟର ଅନ୍ୟ ନଦୀରେ ସମସ୍ୟା ନାହିଁ । ବଂଶଧାରର ଜଳସ୍ତର ମଧ୍ୟ କମିବାକୁ ଆରମ୍ଭ ହେବ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.