ETV Bharat / city

ଲଘୁଚାପ ତୀବ୍ର ଅବପାତ ରୂପ ନେବ, ବାତ୍ୟା ବୋଲି କୁହାଯିବ ନାହିଁ କହିଲେ SRC

ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ଆଗାମୀ 7ରୁ8 ଘଣ୍ଟା ଭିତରେ ସ୍ଥଳଭାଗ ଛୁଇଁବ । ବାତ୍ୟା ଆଶଙ୍କା ନାହିଁ, ବୈତରଣୀ ଓ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ରହିଛି ବୋଲି ସୂଚନା ଦେଇଛନ୍ତି ଏସଆରସି । ଅଧିକ ପଢ଼ନ୍ତୁ

author img

By

Published : Aug 19, 2022, 5:42 PM IST

Updated : Aug 19, 2022, 6:17 PM IST

src pressmeet on flood situation in odisha
ଅବପାତର ରୂପ ନେବ ଲଘୁଚାପ, ବୈତରଣୀ ଓ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଗୋଟିଏ ପଟେ ବନ୍ୟା ସ୍ଥିତି ସୁଧୁରି ନଥିବାବେଳେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି । ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ବର୍ତ୍ତମାନ ଏହା ବାତ୍ୟାର ରୂପ ନେବ ବୋଲି କୁହାଯାଇପାରୁନଥିଲେ ବି ସତର୍କ ରହିବା ନେଇ ଏସଆରସି ପ୍ରଦୀପ କୁମାର ଜେନା କହିଛନ୍ତି ।

ଅବପାତର ରୂପ ନେବ ଲଘୁଚାପ

ଏସଆରସି କହିଛନ୍ତି, "ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ଆଗାମୀ 7ରୁ8 ଘଣ୍ଟା ଭିତରେ ସ୍ଥଳ ଭାଗ ଛୁଇଁବ । ସମୁଦ୍ର କୂଳିଆ ଅଞ୍ଚଳରେ ପବନର ଗତି ପ୍ରାୟ 50ରୁ 60 କିମି ରହିବ । ଏନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଜିଲ୍ଲାକୁ ସତର୍କ କରାଯାଇଛି । ବାଲେଶ୍ବର ଓ ଭଦ୍ରକରେ ପବନର ବେଗ ବଢ଼ିବ । ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୂଳକୁ ଫେରି ଆସିବା ଲାଗି ମତ୍ସଜୀବୀଙ୍କୁ ନିର୍ଦ୍ଦେଶ ରହିଛି ।" ଏସଆରସି ଆହୁରି ମଧ୍ୟ କହିଛନ୍ତି, "ଆସନ୍ତାକାଲି ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଭଦ୍ରକ, ଦେଓଗଡ଼ ଓ ଅନୁଗୁଳରେ ବର୍ଷା ହେବ । ମହାନଦୀ ଉପରମୁଣ୍ଡରେ ବେଶି ବର୍ଷା ହେବାର ଆଶଙ୍କା ନାହିଁ । ଇବ ଓ ଭେଡେନ ନଦୀ ଅବବାହିକାରେ ବର୍ଷାର ସମ୍ଭାବନା ରହିଛି । ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ପ୍ରଶାସନର ନଜର ରହିବ ।"

ଅନ୍ୟପଟେ କେନ୍ଦୁଝର ଓ ମୟୂରଭଞ୍ଜର 3ଟି ଡ୍ୟାମରୁ ଜଳସ୍ତର କମାଯାଉଛି । ଗତକାଲିଠାରୁ 3 ହଜାର କ୍ୟୁସେକ ଜଳ ସାଳନ୍ଦୀ ନଦୀରେ ଛଡ଼ାଯାଇଛି । ଭଦ୍ରକ ସହର ଉପରେ ମଧ୍ୟ ନଜର ରହିଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁରରେ ଓଡ୍ରାଫ ଓ ଏନଡିଆରଏଫ ନିୟୋଜିତ କରାଯିବ । ଆଜିଠାରୁ ହେବାକୁ ଥିବା ପ୍ରବଳ ବର୍ଷା ଫଳରେ ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗକୁ ବନ୍ୟା ଆଶଙ୍କା ରହିଛି । ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝରରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି । ସେହିପରି ଦେବଗଡ଼, କେନ୍ଦ୍ରାପଡ଼ା, କନ୍ଧମାଳ, ଅନୁଗୁଳରେ ପ୍ରବଳ ବର୍ଷା ହୋଇଛି । ଗତକାଲି ବିଭିନ୍ନ ସ୍ଥାନରେ ହାରାହାରି 20 ମିଲିମିଟର ବର୍ଷା ହୋଇଛି । ବୌଦ୍ଧ କଣ୍ଟାମାଳରେ 71.3 ମିମି ବର୍ଷା ହୋଇଛି । 19ଟି ବ୍ଲକରେ 40ରୁ 50 ମିଲି ବର୍ଷା ହୋଇଛି । ଗତକାଲିର ବର୍ଷା ପ୍ରଭାବରେ ହୀରାକୁଦ ତଳ ମୁଣ୍ଡରେ ପାଣି ବଢିବ । ତେଣୁ 4ଟି ଗେଟ ବନ୍ଦ ପାଇଁ ନିଷ୍ପତି ହୋଇଛି । ମୁଣ୍ଡୁଳୀର ତଳମୁଣ୍ଡରେ ଜଳସ୍ତର କମିଥିବା ବେଳେ କୌଣସି ଜାଗାରେ ନୂଆ ଘାଇ ସୃଷ୍ଟି ହୋଇନାହିଁ । ତଥାପି ଗାଁ ମାନଙ୍କରେ ଏଯାଏଁ ପାଣି ଖସି ନାହିଁ । ମୁଣ୍ଡୁଳୀରେ ଜଳସ୍ତର 9 ଲକ୍ଷ କ୍ୟୁସେକ୍ ତଳକୁ ଗଲେ ପାଣି ଖସିବ ।

ମହାନଦୀ ବନ୍ୟାଞ୍ଚଳରେ 2 ଲକ୍ଷ 77 ହଜାର 995 ଉପଭୋକ୍ତାଙ୍କ ବିଜୁଳି ସେବା ପ୍ରଭାବିତ ହୋଇଛି । 159ଟି ମେଡିକାଲ ରିଲିଫ ସେଣ୍ଟର ଖୋଲାଯାଇଛି । 110ଟି ମୋବାଇଲ ସ୍ବାସ୍ଥ୍ୟସେବା ଟିମ ନିୟୋଜିତ କରାଯାଇଛି । ହାଲୋଜେନ ଟ୍ୟାବଲେଟ୍, ଓଆରଏସ୍ ବଣ୍ଟନ କରାଯାଉଛି । 5 ହଜାର 5 ଶହ ଲୋକଙ୍କ ଚିକିତ୍ସା କରାଯାଇଛି । ତେବେ ଏପର୍ଯ୍ୟନ୍ତ 5ଟି ସାପ କାମୁଡ଼ା ରୋଗୀଙ୍କୁ ଚିକିତ୍ସା କରାଯାଇଛି । 193ଟି ପ୍ରାଣୀଧନ ଚିକିତ୍ସା ଟିମ୍ ନିୟୋଜିତ ହୋଇଛନ୍ତି । 5ଟି ସର୍ବାଧିକ ପ୍ରଭାବିତ ଜିଲ୍ଲାରେ 15 ଦିନ ପାଇଁ ରିଲିଫ ବ୍ୟବସ୍ଥା ହୋଇଛି । 285ଟି କାଟେଲ କ୍ୟାମ୍ପରେ 10 ହଜାର ପଶୁଙ୍କୁ ଚିକିତ୍ସା କରାଯାଇଛି । 5 ହଜାର 14 ହଜାର 488 ଟୀକା ଦିଆଯାଇଛି । 7ଟି ଜିଲ୍ଲାରେ 231 ମେଟ୍ରିକ ଟନ ଗୋଖାଦ୍ୟ ପହଞ୍ଚା ଯାଇଛି । ଗୋଖାଦ୍ୟ ବଣ୍ଟନରେ କୌଣସି ଅସୁବିଧା ହେବ ନାହିଁ । ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ 5ଟି ଜିଲ୍ଲାରେ 15 ଦିନ ରିଲିଫ ଦିଆଯିବ ଏବଂ ଅନ୍ୟ 5ଟି ଜିଲ୍ଲାରେ 7 ଦିନ ଲାଗି ରିଲିଫ ବ୍ୟବସ୍ଥା କରାଯାଇଛି ବୋଲି ଏସଆରସି କହିଛନ୍ତି ।

ହୀରାକୁଦରେ ଏବେ 4ଟି ଗେଟ ବନ୍ଦ କରାଯାଇ 20ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ହୀରାକୁଦର ଜଳସ୍ତର 621.93 ଫୁଟ ରହିଛି । 3 ଲକ୍ଷ 23 ହାଜର କ୍ୟୁସେକ ଜଳ ଇନଫ୍ଲୋ ହେଉଥିବାବେଳେ 4 ଲକ୍ଷ 10 ହଜାର କ୍ୟୁସେକ ଜଳ ଆଉଟ ଫ୍ଲୋ ହେଉଛି । ଆସନ୍ତାକାଲି ସକାଳ ସୁଦ୍ଧା ଜଳସ୍ତର 620.5 ଫୁଟ ପାଖାପାଖି ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି । ମୁଣ୍ଡୁଳୀରେ 9 ଲକ୍ଷ 48 ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମୁଣ୍ଡୁଳୀ ପାଖରେ ଜଳସ୍ତର ବହୁତ ଧିରେ ଧିରେ କମୁଛି । ଆଗରୁ ଯେତିକି ବର୍ଷା ହୋଇଥିଲା ତାହା ଏବେ ନଦୀରେ ମିଶୁଛି । ସେଥିପାଇଁ ଧିରେ ଧୀରେ ଖସୁଛି ବୋଲି ଏସଆରସି ପ୍ରଦୀପ କୁମାର ଜେନା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 19, 2022, 6:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.