ETV Bharat / city

New Covid Guideline: ରାତି ୯ଟାରୁ ନାଇଟ କର୍ଫ୍ୟୁ, ଭିଡ ହେଲେ ଦୋକାନ ବଜାର ୭ ଦିନ ସିଲ୍‌

author img

By

Published : Jan 5, 2022, 6:58 PM IST

Updated : Jan 5, 2022, 7:31 PM IST

ବଦଳିଲା କୋରୋନା ଗାଇଡଲାଇନ । ବିସ୍ତୃତ ସୂଚନା ଦେଉଛନ୍ତି SRC ପ୍ରଦୀପ ଜେନା । ଭିଡ ହେଲେ ଦୋକାନ ବଜାର ୭ ଦିନ ଯାଏଁ ସିଲ୍‌ । ୫୦ ପ୍ରତିଶତ ସିଟରେ ଖୋଲି ପାରିବ ସିନେମା ହଲ । ଅଧିକ ପଢନ୍ତୁ

New Covid Guideline: ରାତି ୯ଟାରୁ ନାଇଟ କର୍ଫ୍ୟୁ, ଭିଡ ହେଲେ ଦୋକାନ ବଜାର ୭ ଦିନ ସିଲ୍‌
New Covid Guideline: ରାତି ୯ଟାରୁ ନାଇଟ କର୍ଫ୍ୟୁ, ଭିଡ ହେଲେ ଦୋକାନ ବଜାର ୭ ଦିନ ସିଲ୍‌

ଭୁବନେଶ୍ବର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ସପ୍ତାହକ ମଧ୍ୟରେ ସଂକ୍ରମଣ ଉର୍ଦ୍ଧ୍ବଗାମୀ ହୋଇଛି । ସେହିପରି ଓମିକ୍ରନ ଅର୍ଦ୍ଧଶତକ ମରିସାରିଲାଣି । ଏହାକୁ ନଜରରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ତେଣୁ, ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ଗାଇଡ଼ ଲାଇନ । ନୂଆ ଗାଇଡ଼ ଲାଇନରେ ଜୀବନ ଓ ଜୀବିକାକୁ ଗୁରୁତ୍ବ ଦିଆଯାଇଛି ।

ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ନେଇ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି 9ଟାରୁ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି । ସକାଳ 5 ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଏହାସହିତ ରାଜ୍ୟରେ ବନ୍ଦ ରହିବ କ୍ଲାସରୁମ୍‌ ପାଠପଢ଼ା । ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ପୂର୍ବପରି ଅନଲାଇନରେ ପାଠପଢ଼ା ଜାରି ରହିବ ।

50 ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ । ଏହା ସହିତ 100 ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ଏବଂ ବ୍ରତଘର କାର୍ଯ୍ୟ ଚାଲୁରହିବ । ବରଯାତ୍ରୀରେ 30 ଜଣ ସାମିଲ ହେବେ । ଏହା ସହ ଆସନ୍ତା 7 ତାରିଖ ଯାଏଁ ଚାଲୁ ରହିବ ମାଟ୍ରିକ୍‌ ସମେଟିଭ୍‌ ପରୀକ୍ଷା । ସମସ୍ତ ସ୍କୁଲ କଲେଜରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ । କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ । ଦଶମ, ଦ୍ବାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ୍ କ୍ଲିୟରିଂ କ୍ଲାସ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jan 5, 2022, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.