ETV Bharat / city

ଭୀଷଣ ଝଡରୁ ସାମୁଦ୍ରିକ ଝଡରେ ପରିଣତ ହେଲା ଅସାନୀ, ନାହିଁ ବିଶେଷ ପ୍ରଭାବ: SRC

author img

By

Published : May 11, 2022, 9:02 PM IST

Updated : May 11, 2022, 9:13 PM IST

ବାତ୍ୟା ଅସାନୀ ନେଇ ସବିଶେଷ ସୂଚନା ଦେଲେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଜାଣନ୍ତୁ କଣ କହୁଛନ୍ତି SRC ।

ଭୀଷଣ ଝଡରୁ ସାମୁଦ୍ରିକ ଝଡରେ ପରିଣତ ହେଲା ଅସାନୀ, ନାହିଁ ବିଶେଷ ପ୍ରଭାବ: SRC
ଭୀଷଣ ଝଡରୁ ସାମୁଦ୍ରିକ ଝଡରେ ପରିଣତ ହେଲା ଅସାନୀ, ନାହିଁ ବିଶେଷ ପ୍ରଭାବ: SRC

ଭୁବନେଶ୍ବର: ଆଉ କିଛି ସମୟ ମଧ୍ୟରେ ଆନ୍ଧ୍ର ପ୍ରଦେଶର କାକିନାଡ଼ା-ମଛଲିପଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅସାନୀ । ଅସାନୀ ଭୀଷଣ ଝଡରୁ ସାମୁଦ୍ରିକ ଝଡରେ ପରିଣତ ହୋଇଥିବାରୁ ଏହାର ଆଶିଂକ ପ୍ରଭାବ ପଡିବା ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀ SRC ଜେନା କହିଛନ୍ତି, "ଆସନ୍ତାକାଲି(ଗୁରୁବାର) ସକାଳ ସୁଦ୍ଧା ବାତ୍ୟା ଅବପାତର ରୂପନେବ ଓ ଦୁର୍ବଳ ହୋଇଯିବ । ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମାଲକାନାଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଞ୍ଜାମ, କେନ୍ଦୁଝର, ବାଲେଶ୍ଵର, ମୟୂରଭଞ୍ଜ ଓ ଗଜପତି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।"

ଏଥିପାଇଁ ଅଗ୍ନିଶମ ଓ ଓଡ୍ରାଫ ଆଲର୍ଟରେ ରହିଛନ୍ତି । ଯଦି ଆବଶ୍ୟକ ପଡେ ତେବେ ସେମାନଙ୍କ ପାଖରେ ସବୁ ସରଞ୍ଜାମ ରହିଛି । କୌଣସି ଅସୁବିଧା ହେବ ନାହିଁ । ଯଦି କୌଣସି ସ୍ଥାନରେ କିଛି ସମସ୍ୟା ଉପୁଜେ ତେବେ ସ୍ଥାନୀୟ ପ୍ରଶାସନ ତାହାର ସମାଧାନ କରିବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : May 11, 2022, 9:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.