ETV Bharat / city

ଅପରାହ୍ନରେ SRCଙ୍କ ପ୍ରେସମିଟ୍: ଆସିବ ନୂଆ ଗାଇଡଲାଇନ୍

author img

By

Published : Jul 31, 2021, 10:52 AM IST

ଆଜିଠୁ ସରୁଛି ଜୁଲାଇ କୋଭିଡ ଗାଇଡଲାଇନ । ଅଗଷ୍ଟରେ କଟକଣା ହଟିବ ନା ନୂଆ ଲାଗୁ ହେବ ସେନେଇ ଆଜି ଅପରାହ୍ନରେ ସ୍ବତନ୍ତ୍ର ରିଲିଫ୍ କମିଶନର କରିବେ ଘୋଷଣା । ଅଧିକ ପଢନ୍ତୁ...

ଅପରାହ୍ନରେ SRC ଙ୍କ ପ୍ରେସମିଟ୍: ଆସିବ ନୂଆ ଗାଇଡଲାଇନ୍

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ତଳମୁହାଁ ହେଉଛି କୋରୋନା ସଂକ୍ରମଣ ଗ୍ରାଫ । ଟିପିଆର ମଧ୍ୟ ନିୟନ୍ତ୍ରଣାଧୀନ ହୋଇ 2 ପ୍ରତିଶତ ପାଖାପାଖି ରହୁଛି । ଏହାକୁ ଦୃଷ୍ଟିରେ ରଖି ସରକାର ଆଜି(ଶନିବାର) ଅପରାହ୍ନରେ ଜାରି କରିବେ ଅଗଷ୍ଟ ଗାଇଡଲାଇନ । ସଂକ୍ରମଣକୁ ନଜରରେ ରଖି କଟକଣା କୋହଳ କରିପାରନ୍ତି ରାଜ୍ୟ ସରକାର । ସାମଗ୍ରିକ ସ୍ଥିତିକୁ ଦେଖି ନିଷ୍ପତ୍ତି ନେଇପାରନ୍ତି । ଆଜି ଅପରାହ୍ନ 3.30ରେ ଏନେଇ ସୂଚନା ଦେବେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।

ତେବେ ଅଗଷ୍ଟ ମାସରେ ସମ୍ପୂର୍ଣ୍ଣ ଅନଲକ ପ୍ରକ୍ରିୟାକୁ ଯାଇପାରେ ଓଡି଼ଶା । ହେଲେ ଖୋର୍ଦ୍ଧା, କଟକକୁ ନେଇ ଚିନ୍ତାରେ ଅଛନ୍ତି ସରକାର । କିଛିଟା କଟକଣା ଲାଗୁ କରି ୩୦ଟି ଜିଲ୍ଲାରେ କୋଭିଡ କଟକଣାକୁ ପୂରା ହଟାଇପାରନ୍ତି ରାଜ୍ୟ ସରକାର । ଜୀବନ ଜୀବିକା ପାଇଁ ନିୟମ କୋହଳ ହୋଇପାରେ ବୋଲି ଅନୁମାନ କରାଯାଉଛି । ଅଗଷ୍ଟରେ ରାଜ୍ୟରେ କିପରି ରହିବ କୋରୋନା କଟକଣା ।

ରାଜ୍ୟରେ ୨ ପ୍ରତିଶତକୁ ଖସିଛି ପଜିଟିଭ ହାର । ହେଲେ ଦୈନିକ ସଂକ୍ରମଣ ଟ୍ରେଣ୍ଡ ୧୬ ଶହରୁ ୧୮ ଶହ ମଧ୍ୟରେ ରହୁଛି । ଖୋର୍ଦ୍ଧା ସମେତ ଟ୍ୱିନ୍ ସିଟିରେ ସଂକ୍ରମଣ ଚିନ୍ତାଜନକ ଥିଲେ ବି ସ୍ଥିର ରହିଛି । ତେଣୁ ରାଜ୍ୟରେ ସମ୍ପୂର୍ଣ୍ଣ ଅନଲକ୍ କରିବା ମଧ୍ୟ ସମ୍ଭବ ନୁହେଁ । ପୂରା ଖୋଲିଲେ ସ୍ଥିତି ବିଗିଡି ଯାଇପାରେ । ତେଣୁ ଅଗଷ୍ଟ ଗାଇଡ୍‌ଲାଇନରେ କଟକଣା ସମ୍ପୁର୍ଣ୍ଣ କୋହଳ ହୋଇନପାରେ । ଏ-କ୍ୟାଟେଗୋରୀରେ ଥିବା ୨୦ଟି ଜିଲ୍ଲାରେ ଆଉ କିଛି ଜିଲ୍ଲା ସାମିଲ ହେବ । ଏ-କ୍ୟାଟେଗୋରୀରେ କଟକଣା ଆହୁରି କୋହଳ ହୋଇପାରେ । ନୂଆ ଗାଇଡଲାଇନରେ ଏ-କ୍ୟାଟେଗୋରୀରେ ମଲ୍, ସିନେମା ହଲ୍, ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଅନୁମତି ଦିଆଯାଇପାରେ ଆଲୋଚନା ହେଉଛି ।

ବି-କ୍ୟାଟେଗୋରୀର ୧୦ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ ବଦଳରେ ରାତି ୯ ଟା ପର୍ଯ୍ୟନ୍ତ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇପାରେ । ସେହିପରି ଏ-କ୍ୟାଟାଗୋରୀର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହାର ୧ ପ୍ରତିଶତ ରହୁଥିବାରୁ ଏଠାରେ ସମ୍ପୂର୍ଣ୍ଣ ଅନଲକ ହୋଇପାରେ । ମଲ୍, ରେଷ୍ଟୁରାଣ୍ଟ, ସିନେମା ହଲ, ବିବାହ, ଶୁଦ୍ଧିକ୍ରିୟା ପାଇଁ କୋହଳ ହେଇପାରେ ନିୟମ । ସପ୍ତାହାନ୍ତ ସଟଡାଉନ ହଟାଇବା ସହ ନାଇଟ କର୍ଫ୍ୟୁ ବଳବତ୍ତର ରହିପାରେ । କିଛି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଥିବାର କୋଭିଡ୍ ଗାଇଡ ଅନୁପାଳନ, ସଂକ୍ରମଣ ହାର, କେସ ଲୋଡ୍ ଦେଖି ଅନଲକ ନିଷ୍ପତ୍ତି ନିଆଯିବ ।

ଭୁବନେଶ୍ବରରୁ ଭାବନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.