ETV Bharat / city

ମହାନଦୀରେ ନାହିଁ ବନ୍ୟା ଆଶଙ୍କା: SRC

ରାଜ୍ୟର ବନ୍ୟା ଓ ସରକାରଙ୍କ ପଦକ୍ଷେପ ବାବଦରେ ଏସଆରସିଙ୍କ ପ୍ରତିକ୍ରିୟା । ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ମହାନଦୀ ଅବବାହିକାରେ ମଧ୍ୟ ବନ୍ୟାର କୌଣସି ଆଶଙ୍କା ନାହିଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Sep 17, 2021, 3:38 PM IST

Updated : Sep 17, 2021, 3:55 PM IST

SRC Pradeep jena brief on state flood situation
ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ କୁମାର ଜେନାଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ରାଜ୍ୟର ବନ୍ୟା ଓ ସରକାରଙ୍କ ପଦକ୍ଷେପ ବାବଦରେ ଏସଆରସି ପ୍ରଦୀପ କୁମାର ଜେନାଙ୍କ ପ୍ରତିକ୍ରିୟା । ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ସେଭଳି କୌଣସି ବିପଦ ଆଶଙ୍କା ନାହିଁ ବୋଲି ଏସଆରସି କହିଛନ୍ତି । କଟକ ମହାନଦୀ ଅବବାହିକାରେ ମଧ୍ୟ ବନ୍ୟାର କୌଣସି ଆଶଙ୍କା ନାହିଁ ବୋଲି କହିଛନ୍ତି ।

ରାଜ୍ୟରେ ଲଗାଣ ବର୍ଷା ଯୋଗଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଯାହାର ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଜିର ବନ୍ୟା ସ୍ଥିତି ସମ୍ଫର୍କରେ ସୂଚନା ଦେଇଏସଆରସିକହିଛନ୍ତି ଯେ ଗତକାଲି ହୀରାକୁଦ ଡ୍ୟାମରେ ୫ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିଲା ଆଜି ତାହା କମିଛି । ଆଜି ତାହା କମିଛି ବର୍ତ୍ତମାନ ୪ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ହୀରାକୁଦରୁ 28 ଟି ଗେଟ ଦେଇ ୪ ଲକ୍ଷ ୮୪ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ଉପରମୁଣ୍ଡର ବର୍ଷାର ପରିମାଣ ଅଧିକ ଯୋଗୁଁ ମହାନଦୀ ଅବବାହିକାରେ ଜଳସ୍ତର ବୃଦ୍ଧି ହେବା ନେଇ ଆଶଙ୍କା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଆସ୍ତେ ଆସ୍ତେ ଜଳସ୍ତର କମୁଛି ଫଳରେ ସେ ଭଳି କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରିଲକ୍ଷିତ ହେଉନାହିଁ ।

ମହାନଦୀରେ ନାହିଁ ବନ୍ୟା ଆଶଙ୍କା: SRC

ସେହିପରି ରାଜ୍ୟର ବୈତରଣୀ, ଜଳକା ବୁଢାବଳଙ୍ଗ ନଦୀର ଜଳସ୍ତର କମିଛି । ବର୍ତ୍ତମାନ ସେଠାରେ କୌଣସି ବିପଦର ସ୍ଥିତି ନାହିଁ । ତେବେ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧିପାଇଛି । ରାଜଘାଟ ଠାରେ ତାହା ବର୍ତ୍ତମାନ ୧୦.୯୯ ମିଟର ରହିଛି । ଜଳ ସମ୍ପଦ ବିଭାଗର ଆକଳନ ଅନୁସାରେ ତାହା ଆଜି ରାତି ୧୦ ପର୍ଯ୍ୟନ୍ତ ଜଳସ୍ତର ବୃ୍ଦ୍ଧି ପାଇବ । ତାହା ୧୧.୫ ମିଟର ପର୍ଯ୍ୟନ୍ତ ପହଞ୍ଚି ପାରେ । ଭୋଗରାଇ,ବାଲିଆପାଳ ଅଞ୍ଚଳରେ କିଛି ଗ୍ରାମରେ ପଶିପାରେ ପାଣି। ବାଲେଶ୍ବର ପ୍ରଶାସନ ଓ ସରକାରଙ୍କ ଜଳ ସମ୍ପଦ ଅଧିକାରୀ ତୀକ୍ଷଣ ନଜର ରଖିଛନ୍ତି । ଯେ କୌଣସି ପ୍ରକାରର ପରିସ୍ଥିତି ଉପୁଜିଲେ ତାକୁ ସେମାନେ ତତକ୍ଷଣାତ ମୁକାବିଲା କରିପାରିବେ। ବ୍ରହ୍ମଣୀ ନଦୀର ବନ୍ୟା ସ୍ଥିତି କମିଯାଇଛି ।

ସେହିପରି ଗତ ୨୪ ଘଣ୍ଟାର ରାଜ୍ୟରେ ସେ ଭଳି କୌଣସି ବର୍ଷା ହୋଇନାହିଁ । ମୋଟା ମୋଟି ଭାବରେ ରାଜ୍ୟର ସ୍ଥିତି ଭଲ ରହିଛି । ଆଗାମୀ ଲଘୁଚାପ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ଭାରତ ସରକାରଙ୍କ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ଆସିନାହିଁ । ସେ ଭଳି କୌଣସି ସୂଚନା ଆସିଲେ ଆମେ ଜନସାଧାରଣଙ୍କୁ ତତକ୍ଷଣାତ ସଠିକ ସୂଚନା ଦେବୁ ବୋଲି ଏସଆରସି କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିିଭି ଭାରତ

Last Updated : Sep 17, 2021, 3:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.