ETV Bharat / city

Plus Two Exam: ପରିଚାଳନା ପାଇଁ ଗଠନ ହେଲା ସ୍କ୍ବାର୍ଡ଼ - ଯୁକ୍ତ ଦୁଇ ପରୀକ୍ଷା ପାଇଁ ସ୍କ୍ବାର୍ଡ଼ ଗଠନ

ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ତେବେ ପରୀକ୍ଷା ପରିଚାଳନା ପାଇଁ ସ୍କ୍ବାର୍ଡ ଗଠନ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Plus Two Exam: ପରିଚାଳନା ପାଇଁ ଗଠନ ହେଲା ସ୍କ୍ବାର୍ଡ଼

author img

By

Published : Apr 23, 2022, 12:39 PM IST

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆସନ୍ତା ଏପ୍ରିଲ 28 ତାରିଖରୁ ଆରମ୍ଭ ହେଉଛି । ଏପଟେ ଏପ୍ରିଲ 4ରୁ ଆରମ୍ଭ ହୋଇଥିଲା ପ୍ରାକ୍ଟିକାଲ ପରୀକ୍ଷା । ତେବେ ପରୀକ୍ଷା ପରିଚାଳନା ପାଇଁ ଗଠନ ହେଲା ସ୍କାର୍ଡ । କେନ୍ଦ୍ରୀୟ ଜୋନ୍ ସ୍କ୍ବାର୍ଡ଼ରୁ ସର୍ବାଧିକ 58 ଜଣ ସଦସ୍ୟ ରହିଥିବା ବେଳେ ସମ୍ବଲପୁର ଜୋନାଲ୍ ସ୍ବାର୍ଡ଼ରୁ 35, ବାରିପଦା ଓ ବ୍ରହ୍ମପୁର ଜୋନାଲ୍ ସ୍କାମ୍‌ରେ 30 ଜଣ ଲେଖାଏଁ ସଦସ୍ୟ ରହିଛନ୍ତି ।

ଯୁକ୍ତ ଦୁଇ କଲେଜର ରିଡର୍‌, ଆସିଷ୍ଟାଣ୍ଟ ପ୍ରଫେସର, ଅଧ୍ୟାପକମାନଙ୍କୁ ବିଭିନ୍ନ ସ୍କ୍ବାର୍ଡ଼ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଯେଉଁମାନେ ସ୍କ୍ବାର୍ଡ଼ ରହିଛନ୍ତି ସେମାନଙ୍କୁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଆସନ୍ତା 26 ତାରିଖ ସୁଦ୍ଧା ରିଲିଜ୍ କରିବାକୁ ନିର୍ଦେଶ ଦେଇଛନ୍ତି । ଏଥିସହ କେନ୍ଦ୍ରୀୟ ଜୋନ୍‌ର ସ୍କ୍ବାର୍ଡ଼ ସିଧାସଳଖ ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକଙ୍କୁ ଏବଂ ବାକି ୩ଟି ଜୋନ୍‌ର ସଦସ୍ୟମାନେ ନିଜ ନିଜ ଜୋନ୍‌ରେ 27 ତାରିଖ ସୁଦ୍ଧା ରିପୋର୍ଟିଂ କରିବାକୁ କୁହାଯାଇଛି । ସେହିପରି 22ଟି ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ପରିବର୍ତ୍ତନ କରାଯାଇଛି ।

ଏହା ବି ପଢନ୍ତୁ- +2 Board Exam: ଏପ୍ରିଲ ୨୮ରୁ ଦ୍ବାଦଶ ବୋର୍ଡ ପରୀକ୍ଷା, ୨ଟି ପଦ୍ଧତିରେ ହେବ ମୂଲ୍ୟାୟନ

ତେବେ ସୂଚନା ଥାଉ କି ଥିଓରୀ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଚଳିତ ମାସ ଏପ୍ରିଲ ୪ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଶେଷ ହୋଇଥିଲା । ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଏକ୍ସଟରନାଲ ଆସିନଥିବା ବେଳେ ସମ୍ପୃକ୍ତ କଲେଜର ଅଧ୍ୟାପକ ହିଁ ପ୍ରାକ୍ଟିକାଲ କରାଇଥିଲେ । ଅନ୍ୟପଟେ ପରୀକ୍ଷାକୁ ନେଇ ପ୍ରସ୍ତୁତ ରହିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ଦୁଇ ବର୍ଷ ପରେ ପରୀକ୍ଷା ଅଫାଲଇନରେ ହେଉଥିବାରୁ ଛାତ୍ରଛାତ୍ରୀମାନେ ଖୁସି ରହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.