ETV Bharat / city

ଦଶହରା ପରେ ପ୍ରକାଶ ପାଇବ PG ସ୍ପଟ ମେରିଟ ଲିଷ୍ଟ, ୧୯ରୁ ସ୍ପଟ ଆଡମିଶନ

ପିଜି ପାଠ୍ୟକ୍ରମର ଖାଲିଥିବା ସିଟ୍‌ ପାଇଁ ଦଶହରା ପରେ ହେବ ସ୍ପଟ୍‌ ଆଡମିଶନ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକ ପଢନ୍ତୁ

author img

By

Published : Sep 30, 2022, 10:50 PM IST

ଦଶହରା ପରେ ପ୍ରକାଶ ପାଇବ ପିଜି ସ୍ପଟ ମେରିଟ ଲିଷ୍ଟ, ୧୯ରୁ ସ୍ପଟ ନାମ ଲେଖା

ଭୁବନେଶ୍ବର: ପିଜି ପାଠ୍ୟକ୍ରମର ଖାଲିଥିବା ସିଟ୍‌ ପାଇଁ ଦଶହରା ପରେ ସ୍ପଟ୍‌ ଆଡମିଶନ ( Spot Admission) ପାଇଁ ପ୍ରକାଶ ପାଇବ ମେଧା ତାଲିକା । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ପଟ୍‌ ଆଡମିଶନ ଲାଗି ଅକ୍ଟୋବର ୧୦ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ୧୯ ଓ ୨୦ ତାରିଖରେ ଯୋଗ୍ୟ ଛାତ୍ରଛାତ୍ରୀ ନାମ ଲେଖାଇବେ ।

ଦଶହରା ପରେ ପ୍ରକାଶ ପାଇବ ପିଜି ସ୍ପଟ ମେରିଟ ଲିଷ୍ଟ

ଅକ୍ଟୋବର ୧୧ ଓ ୧୨ ତାରିଖରେ ଛାତ୍ରଛାତ୍ରୀ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ । ସ୍ପଟ୍‌ ମେଧା ତାଲିକା ରିପୋର୍ଟ କରିଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ୧୩ ତାରିଖ ସନ୍ଧ୍ୟା ସୁଦ୍ଧା ଉଚ୍ଚ ଶିକ୍ଷାନୁଷ୍ଠାନ ପକ୍ଷରୁ ଅପଡେଟ୍‌ କରାଯିବ । ୧୮ ତାରିଖରେ ପ୍ରୋଭିଜନାଲ ଆଲଟ୍‌ମେଣ୍ଟ ତାଲିକା ପ୍ରକାଶ ପାଇବ । ୧୯ ଓ ୨୦ ତାରିଖରେ ଯୋଗ୍ୟ ଛାତ୍ରଛାତ୍ରୀ ନାମ ଲେଖାଇବେ । ୨୧ ତାରିଖରେ ଶିକ୍ଷାନୁଷ୍ଠାନଗୁଡ଼ିକ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଇ-ସ୍ପେସ୍‌ରେ ଉପଲବ୍ଧ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ନାମଲେଖା ନିୟମାବଳୀ:-

ଯଦି ଜଣେ ପ୍ରାର୍ଥୀ ଗୋଟିଏ ବିଶ୍ବବିଦ୍ୟାଳୟ ଓ କଲେଜରେ ଗୋଟିଏରୁ ଅଧିକ ବିଷୟ ପାଇଁ ଆବେଦନ କରିଛନ୍ତି, ତେବେ ବିଶ୍ବବିଦ୍ୟାଳୟ ଓ କଲେଜ ସ୍ତରରେ ଦାଖଲ ସମୟରେ ଅନ୍ୟାନ୍ୟ ସଂପୃକ୍ତ ଡକ୍ୟୁମେଣ୍ଟ ସହିତ CAFର ଜେରକ୍ସ କପି ଦାଖଲ କରିବାକୁ ପଡିବ । SAMS ଇ-ସ୍ପେସରେ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକ ଦ୍ବାରା ଅନଲାଇନରେ ଅପଡେଟ୍ ହୋଇଥିବା CAF ପ୍ରାପ୍ତ ସ୍ଥିତି ଅନୁଯାୟୀ ଚୟନ ତାଲିକା ପ୍ରସ୍ତୁତ ହେବ । ଯଦି କୌଣସି ପ୍ରାର୍ଥୀ ଇଣ୍ଟିମେସନ ଚିଠି ଡାଉନଲୋଡ଼ କରୁଥିବା SPOT ରେ ମନୋନୀତ HEI ରେ ଆଡମିଶନ ନେବାକୁ ଚାହୁଁ ନାହାଁନ୍ତି, ତେବେ ଅନଲାଇନ ଟ୍ରାନ୍ସଫର ସାର୍ଟିଫିକେଟ (TC) ଅଟୋ ଜେନେରେଟ ହେବ ।

ଏହା ପରେ ନାମ ପୂର୍ବ ସ୍ବୀକୃତିପ୍ରାପ୍ତ HEI ରେ ଆଉ ଉପଲବ୍ଧ ହେବ ନାହିଁ । ପୂର୍ବ ଚୟନ ପ୍ରକ୍ରିୟା ଅନୁଯାୟୀ ପ୍ରାର୍ଥୀଙ୍କ ଆଡମିଶନ ଅପଡେଟ କରିବାକୁ ହେଲ୍ପ ଆବଶ୍ୟକ । ସ୍ପଟ ଚୟନରେ, CPET-2022 ପାଇଁ ପୂର୍ବରୁ ପ୍ରକାଶିତ ରାଜ୍ୟସ୍ତରୀୟ ମେରିଟ୍ ତାଲିକା ବିଚାର ପାଇଁ ନିଆଯିବ ନାହିଁ । ବର୍ତ୍ତମାନ କୌଣସି ଆଡମିଶନ ଫି ଜମା କରିବାର ଆବଶ୍ୟକତା ନାହିଁ । ଆଡମିଶନ ଫି ସମ୍ବନ୍ଧରେ ଡାଟା ଲାଇନ ପରେ ସୂଚୀତ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.