ETV Bharat / city

ପ୍ରଶାସକଙ୍କ ପରେ ଶାସକ; ଷ୍ଟାଫ କ୍ୟାଣ୍ଟିନରେ ଖାଇଲେ ମନ୍ତ୍ରୀ ତୁଷାରକାନ୍ତି - ସାଧାରଣ ଲୋକ

ସଚିବାଳୟ କ୍ୟାଣ୍ଟିନରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଦେଖିବାକୁ ମିଳିଥିଲା ଏକ ଭିନ୍ନ ରୁପରେ। ସଚିବାଳୟରେ ମନ୍ତ୍ରୀ ମଧ୍ୟାହ୍ନ ଭୋଜନ ପାଇଁ ଆଉ ଘରକୁ ନଯାଇ କ୍ୟାଣ୍ଟିନରେ ଖାଉଥିବା ଦେଖିବାକୁ ମିଳିଥିଲା।

ଷ୍ଟାପ କ୍ୟାଣ୍ଟିନରେ ଖାଇଲେ ତୁଷାରକାନ୍ତି
author img

By

Published : Aug 13, 2019, 7:12 PM IST

ଭୁବନେଶ୍ବର: ଭିଆଇପି ସଂସ୍କୃତି ନୁହେଁ ସାଧାରଣ ଜୀବନ ଶୈଳୀ। ବିଜେଡି ସୁପ୍ରିମୋଙ୍କ ଆହ୍ବାନ ସାଙ୍ଗକୁ ସରଳ ଜୀବନ ଯାପନ କରୁଛନ୍ତି ମନ୍ତ୍ରୀ। ଆଜି(ମଙ୍ଗଳବାର) ସଚିବାଳୟରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ।

ଷ୍ଟାପ କ୍ୟାଣ୍ଟିନରେ ଖାଇଲେ ତୁଷାରକାନ୍ତି

ସଚିବାଳୟ କ୍ୟାଣ୍ଟିନରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଦେଖିବାକୁ ମିଳିଥିଲା ଏକ ଭିନ୍ନ ରୁପରେ। ସାଧାରଣ କ୍ୟାଣ୍ଟିନ ଭଳି ଏଠାକୁ କେବଳ କର୍ମଚାରୀ ଆଉ କିଛି ହାତ ଗଣତି ଅଧିନସ୍ଥ ଅଧିକାରୀ ଆସିଥାନ୍ତି। ମାତ୍ର ମନ୍ତ୍ରୀ କିମ୍ବା ସଚିବ ଆସିବା ଥିଲା ପ୍ରଥମ ଘଟଣା ।

ସଚିବାଳୟରେ ନିଜ ବିଭାଗର ଫାଇଲ କାର୍ଯ୍ୟରେ ବ୍ୟସ୍ତ ରହିବା ପରେ ମନ୍ତ୍ରୀ ମଧ୍ୟାହ୍ନ ଭୋଜନ ପାଇଁ ଆଉ ଘରକୁ ନଯାଇ କ୍ୟାଣ୍ଟିନରେ ଖାଉଥିବା ଦେଖିବାକୁ ମିଳିଥିଲା। ସାଥିରେ ମଧ୍ୟ କେହି ନଥିଲେ। ଏକା ଏକା ନିଜ ପ୍ରକୋଷ୍ଠରୁ ବାହାରି ସିଧା ଯାଇ ପହଞ୍ଚି ଥିଲେ ଅର୍ଥ ବିଭାଗର କ୍ୟାଣ୍ଟିନରେ। ହଠାତ୍ ମନ୍ତ୍ରୀଙ୍କୁ ଦେଖି ସମସ୍ତେ ହତବାକ୍ ହୋଇ ଯାଇଥିଲେ।

ତେବେ ଏନେଇ ମନ୍ତ୍ରୀ କହିଛନ୍ତି, ମନ୍ତ୍ରୀ ହେଲେ ବି ଆମେ ସାଧାରଣ ଲୋକ। କ୍ୟାଣ୍ଟିନର ଖାଇବା ବହୁତ ଭଲ ଥିଲା। ଏହାସହ କ୍ୟାଣ୍ଟିନ ପରିସର ଆଉ ଟିକେ ପରିଷ୍କାର ହେବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ମଧ୍ୟରେ ରାଜ୍ୟର ବହୁ ପ୍ରଶାସକ ସାଧାରଣ ଲୋକଙ୍କ ପରି ବଞ୍ଚିବା ପ୍ରୟାସ କରି ବହୁ ପ୍ରଶଂସା ସାଉଣ୍ଟିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଭିଆଇପି ସଂସ୍କୃତି ନୁହେଁ ସାଧାରଣ ଜୀବନ ଶୈଳୀ। ବିଜେଡ଼ି ସୁପ୍ରିମୋ ଙ୍କ ଆହ୍ୱାନ ସାଙ୍ଗକୁ ସରଳ ଜୀବନ ଯାପନ କରୁଛନ୍ତି ମନ୍ତ୍ରୀ। ଆଜି ସଚିବାଳୟରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ। ସଚିବାଳୟ କ୍ୟାଣ୍ଟିନରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଦେଖିବାକୁ ମିଳିଥିଲା। ସାଧାରଣ କ୍ୟାଣ୍ଟିନ ଭଳି ଏଠାକୁ କେବଳ କର୍ମଚାରୀ ଆଉ କିଛି ହାତ ଗଣତି ଅଧସ୍ତନ ଅଧିକାରୀ ଏଠାକୁ ଆସିଥାନ୍ତି। ହେଲେ ମନ୍ତ୍ରୀ କିମ୍ବା ସଚିବ ଆସିବା କେହି କେବେ ଦେଖି ନାହାନ୍ତି।Body:ସଚିବାଳୟରେ ନିଜ ବିଭାଗର ଫାଇଲ କାର୍ଯ୍ୟରେ ଵ୍ୟସ୍ତ ରହିବା ପରେ ମନ୍ତ୍ରୀ ମଧ୍ୟାହ୍ନ ଭୋଜନ ପାଇଁ ଆଉ ଘରକୁ ନଯାଇ କ୍ୟାଣ୍ଟିନରେ ଖାଉଥିବା ଦେଖିବାକୁ ମିଳିଥିଲା। ସାଥିରେ ମଧ୍ୟ କେହି ନଥିଲେ। ଏକା ଏକା ନିଜ ପ୍ରକୋଷ୍ଠରୁ ବାହାରି ସିଧା ଯାଇ ପହଞ୍ଚି ଥିଲେ ଅର୍ଥ ବିଭାଗର କ୍ୟାଣ୍ଟିଂରେ। ହଠାତ ମନ୍ତ୍ରୀଙ୍କୁ ଦେଖି ସମସ୍ତେ ହାତବାକ ହୋଇ ଯାଇଥିଲେ। ଏନେଇ ମନ୍ତ୍ରୀ କହିଛନ୍ତି, ମନ୍ତ୍ରୀ ହେଲେ ବି ଆମେ ସାଧାରଣ ଲୋକ। କ୍ୟାଣ୍ଟିଂରେ ଖାଇବା ବହୁତ ଭଲ ଥିଲା। ଆଉ ଟିକେ ପରିଷ୍କାର ଦରକାର ବୋଲି ସେ କହିଛନ୍ତି।
ବାଇଟ: ତୁଷାରକାନ୍ତି ବେହେରା, କ୍ରୀଡାମନ୍ତ୍ରୀConclusion:null
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.