ETV Bharat / city

ସ୍ପ୍ଲିଟ ୱାର୍କ୍ସ ଅଭିଯୋଗ, ଜଳସମ୍ପଦ ବିଭାଗ ସମର୍ଥନରେ କଳିଙ୍ଗ ଇଞ୍ଜିନିୟର୍ସ ୱାର୍କସପ ଆସୋସିଏସନ - ଓଡିଶା ଜଳ ସମ୍ପଦ ବିଭାଗ

ସ୍ପ୍ଲିଟ ୱାର୍କ୍ସ ନେଇ ଅଭିଯୋଗ ପରେ ଜଳସମ୍ପଦ ବିଭାଗ କର୍ତ୍ତୁପକ୍ଷଙ୍କ ସମର୍ଥନରେ ବାହାରିଲା କଳିଙ୍ଗ ଇଞ୍ଜିନିୟରସ୍ ୱାର୍କସପ୍ ଆସୋସିଏସନ୍। ପ୍ରେସମିଟ କରି ଅଭିଯୋଗକୁ ଖଣ୍ଡନ କରିବା ସହ ସ୍ପଷ୍ଟୀକରଣ ରଖିଲା ସଂଘ। ଅଧିକ ପଢନ୍ତୁ...

ସ୍ପ୍ଳିଟ ୱାର୍କସ ଅଭିଯୋଗ, ଜଳସଂପଦ ବିଭାଗ ସମର୍ଥନରେ ବାହାରିଲା କଳିଙ୍ଗ ଇଞ୍ଜିନିୟରସ୍ ୱାର୍କସପ୍ ଆସୋସିଏସନ

author img

By

Published : Sep 5, 2021, 4:00 PM IST

ଭୁବନେଶ୍ବର: ସ୍ପ୍ଳିଟ ୱାର୍କସ୍ ନେଇ ଅଭିଯୋଗ ପରେ ଜଳସମ୍ପଦ ବିଭାଗ କର୍ତ୍ତୃପକ୍ଷଙ୍କ ସମର୍ଥନରେ ବାହାରିଲା କଳିଙ୍ଗ ଇଞ୍ଜିନିୟରସ୍ ୱାର୍କସପ୍ ଆସୋସିଏସନ୍। ଆଜି ଏନେଇ କଳିଙ୍ଗ ଇଞ୍ଜିନିୟରିସ୍ ୱାର୍କସପ୍ ଆସୋସିଏସନ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ସମ୍ପୂର୍ଣ୍ଣ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖାଯାଇଛି।

ସଂଘ କହିଛି, ରାଜ୍ୟରେ ମେକାନିକାଲ୍ କାମରେ ସ୍ପ୍ଳିଟ(ବିଭାଜନ) ହୋଇଥିବା ନେଇ ହୋଇଥିବା ଅଭିଯୋଗ ମିଥ୍ୟା । ଜରୁରୀକାଳୀନ ଭାବେ କାମ ହୁଏ ତାକୁ ପରେ ପୁଣି ଥରେ ଆଡଜଷ୍ଟ କରାଯାଏ। ତେବେ କଳା ତାଲିକାଭୁକ୍ତ ହୋଇଥିବା କିଛି ସଂସ୍ଥା ଓ ଏହାର କର୍ତ୍ତୃପକ୍ଷ ଏପରି ଅଭିଯୋଗ ଆଣିଛନ୍ତି । ଛୋଟିଆ କାମଟେ କଲେ ବିଭିନ୍ନ ସ୍ଥାନରେ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ଅଭିଯୋଗ କରି ଶହ ଶହ RTI ଫାଇଲ କରାଯାଉଛି। ଯାହା ଫଳରେ ଆମେ କାମ କରିବା ମଧ୍ୟ ସମ୍ଭବ ହେଉନାହିଁ। ଏମିତିକି ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟରେ ଗଣ୍ଡଗୋଳ କରି କିଛି ବ୍ୟକ୍ତି ଗିରଫ ମଧ୍ୟ ହୋଇଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଏପରି କାମ ହୋଇଥିବା ନେଇ ଜାଣିଶୁଣି ଛୋଟ ଠିକାଦରାଙ୍କ ନାଁ ରେ ଗଣାମାଧ୍ୟମରେ ପ୍ରଚାର କରାଯାଉଛି । ଯେଉଁ ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇଛି, ସେମାନେ ନିଜ ସ୍ତ୍ରୀ ଏବଂ ପୁଅ ନାଁରେ ସେ ଏବେ ବି ଚଞ୍ଚକତା କରି କାମ ଜାରି ରଖିଛନ୍ତି। ସମସ୍ତ କାର୍ଯ୍ୟରେ ହସ୍ତକ୍ଷେପ କରି ଟେଣ୍ଡର ଫିକ୍ସିଂ କରିବା ଏହି କଳାତାଲିକା ଭୁକ୍ତ କମ୍ପାନୀଙ୍କ ଉଦ୍ଦେଶ୍ୟ ବୋଲି କହିଛନ୍ତି ସଂଘର ସମ୍ପାଦକ। ଏଣୁ ସରକାର ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ନହେଲେ ଛୋଟ ଛୋଟ ଠିକାଦାର ବହୁତ ହଇରାଣ ହେଉଛୁ ବୋଲି କହିଛି କଳିଙ୍ଗ ଇଞ୍ଜିନିୟର୍ସ ୱାର୍କସପ୍ ଆସୋସିଏସନ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.