ଭୁବନେଶ୍ବର: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡିବ ସ୍ପାଇସ୍ ଜେଟ୍ ବିମାନ । 12 ତାରିଖରୁ ସ୍ପାଇସ୍ ଜେଟ୍ ବିମାନ ଉଡିବା ନେଇ ନିଷ୍ପତ୍ତି ହୋଇଛି । ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡାଣ ନେଇ ନିଷ୍ପତ୍ତି ହୋଇଛି ।
![ସ୍ପାଇସ ଜେଟ୍](https://etvbharatimages.akamaized.net/etvbharat/prod-images/10088900_410_10088900_1609560780725.png)
ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢୀ। ଏହି ରୁଟ୍ରେ ବିମାନ ଉଡାଣ ପରେ ପଶ୍ଚିମ ଓଡିଶାର ଅର୍ଥନୀତି ଆହୁରି ସୁଦୃଢ ହେବ ବୋଲି ସେ କହିଛନ୍ତି ।
ତେବେ ଏହି ସେବା ସପ୍ତାହକୁ 4 ଥର ଉପଲବ୍ଧ ହେବ । ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଏହି ରୁଟ୍ରେ ବିମାନ ଚାଲିବ ବୋଲି ସୂଚନା ମିଳିଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ