ETV Bharat / city

କିଏ ହେବେ ନୂଆ ପୋଲିସ ମୁଖିଆ ? ରେସରେ 3 ଜଣ - bikash

ବଦଳିବେ ପୋଲିସ ମୁଖିଆ ରାଜେନ୍ଦ୍ର ପ୍ରସାଦ ଶର୍ମା ! ସେ ଲୋକାୟୁକ୍ତ ସଦସ୍ୟ ହେବେ ବୋଲି ଚର୍ଚ୍ଚା ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 13, 2019, 11:59 PM IST

ଭୁବନେଶ୍ବର: ନୂଆ ପୋଲିସ ମୁଖିଆ ଚୟନକୁ ନେଇ ଚର୍ଚ୍ଚା । ବଦଳିବେ ପୋଲିସ ମୁଖିଆ ରାଜେନ୍ଦ୍ର ପ୍ରସାଦ ଶର୍ମା ! ସେ ଲୋକାୟୁକ୍ତ ସଦସ୍ୟ ହୋଇପାରନ୍ତି । ଏ ନେଇ ଚୟନ କମିଟି ତାଙ୍କ ନାମକୁ ରାଜ୍ୟପାଳଙ୍କୁ ସୁପାରିଶ କରିଥିବା ଚର୍ଚ୍ଚା ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ପରବର୍ତ୍ତୀ ପୋଲିସ ମୁଖିଆ କିଏ ହେବେ ସେ ନେଇ ଏକ ନୂତନ ପଦ୍ଧତିରେ ଚୟନ କରାଯିବ । ଏହାସହ ରାଜ୍ୟରେ ପରବର୍ତ୍ତି ମହାନିର୍ଦ୍ଦେଶକ କିଏ ହେବ ସରକାର କାହାକୁ ନିଯୁକ୍ତି ଦେବେ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା ।

ରାଜ୍ୟରେ ପ୍ରଥମ ଥର ପାଇଁ ପୋଲିସ ମହାନିର୍ଦ୍ଦେଶକ ଚୟନ ପ୍ରଣାଳୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ପ୍ରଣାଳୀ ଅନୁସାରେ କରାଯିବ । ନିୟମାନୁସାରେ, ପୋଲିସ ସେବାରେ ୨୦ ବର୍ଷରୁ ଊର୍ଦ୍ଧ କାର୍ଯ୍ୟ କରିଥିବା ଆଇପିଏସ ଅଧିକାରୀଙ୍କ ନାମ ତାଲିକା ପୋଲିସ ମହାନିର୍ଦ୍ଦେଶକ ପାଇଁ ୟୁପିଏସସିକୁ ପଠାଯିବ । ଏହାପରେ ତିନୋଟି ଆଇପିଏସ ନାମ ୟୁପିଏସସି ଚୟନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବା ସହ ରାଜ୍ୟ ସରକାର ରାଜ୍ୟ ପୋଲିସ ମୁଖିଆକୁ ଚୟନ କରିବେ ।

ତେବେ ରାଜ୍ୟ ସରକାର 1986 ,1987 ବ୍ୟାଚ ଅଧିକାରୀଙ୍କ ନାମ ତାଲିକା କେନ୍ଦ୍ରକୁ ପଠାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । 1986 ବ୍ୟାଚର ଆଇପିଏସ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ବ୍ୟତୀତ ଅନ୍ୟ ବରିଷ୍ଠ ଅଧିକାରୀ କେନ୍ଦ୍ର ଡେପୁଟେସନରେ ଅଛନ୍ତି । ସେମାନେ ହେଲେ ଅଭୟ, ପ୍ରଦୀପ୍ତ କାପୁର, ଓ ରାଜ୍ୟ ଅଗ୍ନିଶମ ଡିଜି ବି କେ ଶର୍ମା, ନାଗେଶ୍ୱର ରାଓ । 1987 ବ୍ୟାଚର ସୁନୀଲ କୁମାର ବଂଶଲ, ସୁନୀଲ ରାୟ, ଏହା ବ୍ୟତୀତ 1988 ବ୍ୟାଚର ଅଫିସର ତଥା ବର୍ତ୍ତମାନର ପୋଲିସ କମିଶନର ସତ୍ୟଜିତ ମହାନ୍ତି ମଧ୍ୟ ଡିଜି ପାହ୍ୟା ପାଇଁ ଯୋଗ୍ୟ ବୋଲି ଚର୍ଚ୍ଚା ଚାଲିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ମଧ୍ୟାହ୍ନ ଭୋଜନ ଛାତ୍ର ଛାତ୍ରୀ ଅସୁସ୍ଥ । 30 ଅଧିକ ଛାତ୍ର ଛାତ୍ରୀ ଡାକ୍ତର ଖାନାରେ ଭର୍ତି ।Body:ସ୍କୁଲ ରେ ଅଘଟଣ ।ମଧ୍ୟାହ୍ନ ଭୋଜନ ଖାଇ ଛାତ୍ର ଛାତ୍ରୀ ଅସୁସ୍ଥ ।ଘଟଣା ଘଟିଛି ଢେଙ୍କାନାଳ ଜିଲା ପରଜଙ୍ଗ କୁଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । 30ରୁ ଅଧିକ ଜଣ ଛାତ୍ରଛାତ୍ରୀ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ l ସେମାନେ ଖାଇଥିବା ଭାତରେ ଏକ ବିଷାକ୍ତ ବୁଢିଆଣୀ ପଡିଥିବାର ଶେଷରେ ଜଣା ପଡିଥିଲା l ଏହି ସୂଚନା ପାଇ ଅଭିଭାବକମାନେ ସେମାନଙ୍କର ଅସୁସ୍ଥ ପିଲାମାନଙ୍କୁ ତାଳଚେର ଉପଖଣ୍ଡ ସରକାରୀ ଡାକ୍ତରଖାନା ରେ ଭର୍ତି କରିଥିଲେ, ଉକ୍ତ ଖାଦ୍ୟ ଖାଇ ପିଲାମାନଙ୍କ ମୁଣ୍ଡ ବୁଲା,ବାନ୍ତି ଏବଂ ଗଳା ଦରଜ ଆଦି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଇଥିଲା । ତେବେ ପ୍ରାଥମିକ ଚିକିତ୍ସା କରାଯିବା ପରେ କିଛି ପିଲାଙ୍କୁ ଘରକୁ ପଠାଇ ଦିଆଯାଇଥିବା ବେଳେ ଅନ୍ୟ ୬ ଜଣ ପିଲାଙ୍କ ଅବସ୍ଥା ଖରାପ ଥିବାରୁ ସେମାନଙ୍କୁ ଚିକିତ୍ସା କରାଯାଉଛି lConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.