ଭୁୂବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସରେ ଗଠନ ହେଲା କମିଶନରେଟ ପୋଲିସର ଓମେନ ଏନଫୋର୍ସମେଣ୍ଟ ସ୍କ୍ବାଡ । ଆଗକୁ ଆସୁଥିବା ପୌର ନିର୍ବାଚନ ପାଇଁ ମହିଳା ଟିମ୍ କରିବ ଚେକିଂ । ଏନେଇ ପୋଲିସ ସେବା ଭବନରୁ ବାହାରିଛି ୫୦ରୁ ଊର୍ଦ୍ଧ୍ବ ବାଇକରେ ୧୦୦ ଜଣିଆ ମହିଳା ପୋଲିସ ଟିମ ।
ତେବେ ଇନଫୋସିଟି ଥାନା ଆଇଆଇସିଙ୍କ ନେତୃତ୍ବରେ ଅନେକ ମହିଳା ଏସଆଇ, ଏଏସଆଇ, କନଷ୍ଟେବଳଙ୍କୁ ନେଇ ଟିମ୍ ପଟିଆ ଅଭିମୁଖେ ଯାଇଛି । ପରେ ସେହିଠାରୁ ବିଭିନ୍ନ ଖଟି, ଏକତ୍ରିତ ଭିଡ ସ୍ଥାନ ଓ ଅନେକ ବସ୍ତି ଅଞ୍ଚଳରେ ବୁଲିବ ଏହି ଟିମ । ବିଶେଷ କରି ନିର୍ବାଚନ ବେଳେ ଅନେକ ମହିଳା ନେତ୍ରୀ ଓ ଅସାମାଜିକ ମହିଳାଙ୍କର ପ୍ରାର୍ଦୁଭାବ ଦେଖିବାକୁ ମିଳିଥାଏ ।
ଯେଉଁଠି ପୁରୁଷ ପୋଲିସ ପାଇ ସେସବୁ ପରିସ୍ଥିତି ନିୟନ୍ତ୍ରଣ କରିବା କଷ୍ଟକର ହୋଇଥାଏ । ଏସବୁକୁ ଦୃଷ୍ଟିରେ ରଖି ଏହି ଅଲ ଓମେନ ଏନଫୋର୍ସମେଣ୍ଟ ସ୍କ୍ବାଡ ନେବ ନିର୍ଣ୍ଣାୟକ ଭୂମିକା । ଏନେଇ ଅଫିସରଙ୍କୁ ଫାଇନ କାଟିବା ପାଇ ବୁକ୍ ସହ ଅନ୍ୟାନ୍ୟ ପୋଲିସ ବ୍ୟାକ୍ ଅପ ଓ ଓ୍ବାକିଟକି ଦିଆଯାଇଛି ।
ସେହିପରି ଆଗକୁ ଆସୁଥିବା ପୌର ନିର୍ବାଚନକୁ ନଜରରେ ରଖି ଟଙ୍କା କାରବାର ଓ ନିଶା କାରବାର ସହ ଭୋଟରଙ୍କୁ ପ୍ରଭାବିତ ପାଇଁ ବଳ ପ୍ରୟୋଗ କରାଗଲେ ସେସବୁ ସ୍ଥାନରେ ପରିସ୍ଥିତି ନିୟନ୍ତ୍ରଣ ଲାଗି ଏହି ଓମେନ ଟିମକୁ ସ୍ବତନ୍ତ୍ର ନଜର ରଖିବାକୁ ନିର୍ଦେଶ ରହିଛି । ତେବେ ପୋଲିସ କମିସନର କହିଛନ୍ତି କମିଶନରେଟ ପୋଲିସର ମହିଳା ଅଫିସର ଓ କର୍ମଚାରୀ ସେମାନଙ୍କର ପାରଦର୍ଶିତା ଦେଖାଇଥାନ୍ତି ଓ ଆଗକୁ ମଧ୍ୟ ଦେଖାଇବେ ବୋଲି ସେ ଆଶାବାଦୀ ଅଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ