ETV Bharat / city

ଉତ୍ତର-ପୂର୍ବାଞ୍ଚଳ ଓ ବାଙ୍ଗାଲୋର ମଧ୍ୟରେ ଗଡିବ ବିଶେଷ ଟ୍ରେନ

ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଦୁଇ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ ବାଙ୍ଗାଲୋର ଠାରୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଚଳାଚଳ କରିବ । ଯେକୌଣସି ସ୍ଥାନରୁ ଓଡିଶା ଆସୁଥିବା ଯାତ୍ରୀ ଯାତ୍ରା ଆରମ୍ଭର ସର୍ବାଧିକ 72 ଘଣ୍ଟା ମଧ୍ୟରେ ହୋଇଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ ଆଣିବା ଜରୁରୀ । ଅଧିକ ପଢନ୍ତୁ..

author img

By

Published : Apr 24, 2021, 9:49 PM IST

special trains between northeast and bangalore through the east coast railway

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଦୁଇ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ ବାଙ୍ଗାଲୋର ଠାରୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଚଳାଚଳ କରିବ । ଏ ନେଇ ଶନିବାର ନିଷ୍ପତ୍ତି ନେଇଛି ରେଳବାଇ । ଦେଶର ଯେକୌଣସି ସ୍ଥାନରୁ ଓଡିଶା ଆସୁଥିବା ଯାତ୍ରୀ ସେମାନଙ୍କ ଯାତ୍ରା ଆରମ୍ଭର ସର୍ବାଧିକ 72 ଘଣ୍ଟା ମଧ୍ୟରେ ହୋଇଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ ।

ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ-ଅଗରତାଲା ଦ୍ବି-ସାପ୍ତାହିକ ବିଶେଷ ଟ୍ରେନ

02516/02515 ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ-ଅଗରତାଲା ବିଶେଷ ଟ୍ରେନ ୨୪ ଏପ୍ରିଲ ଠାରୁ ମଇ ୧୧ ମଧ୍ୟରେ ଅଗରତାଲା ଠାରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ସକାଳ ୫ଘ.୩୫ମି.ରେ ଛାଡିବ ଏବଂ ବାଙ୍ଗାଲୋର କ୍ୟାଣ୍ଟରୁ 27 ଏପ୍ରିଲରୁ ମଇ 14 , 2021 ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଏବଂ ମଙ୍ଗଳବାର ଦିନ ପୂର୍ବାହ୍ନ ୧୦ଘ. ୧୫ମି.ରେ ଛାଡିବ ।

ଯଶୋବନ୍ତପୁର-ଗୌହାଟୀ-ଯଶୋବନ୍ତପୁର ସାପ୍ତାହିକ ବିଶେଷ ଟ୍ରେନ

06577/06578 ଯଶୋବନ୍ତପୁର-ଗୌହାଟୀ-ଯଶୋବନ୍ତପୁର ସାପ୍ତାହିକ ବିଶେଷ ଟ୍ରେନ, ଯଶୋବନ୍ତପୁରରୁ ୨୩ ଏପ୍ରିଲ ରୁ ୨୫ ଜୁନ ମଧ୍ୟରେ ପ୍ରତି ଶୁକ୍ରବାର ରାତ୍ରି ୧୦ଘ.୪୦ମି.ରେ ଛାଡିବ ଏବଂ ଗୌହାଟୀ ଠାରୁ 26 ଏପ୍ରିଲରୁ 28 ଜୁନ୍, 2021 ମଧ୍ୟରେ ପ୍ରତି ସୋମବାର ସନ୍ଧ୍ୟା ୭ଘ.୩୫ମି.ରେ ଛାଡିବ ।

ଭିଲୁପୁରମ୍ ପୁରୁଲିଆ ଓ ଖଡ଼ଗପୁର ମଧ୍ୟରେ ଚଳାଚଳ କରିବାକୁ ଥିବା ବିଶେଷ ଟ୍ରେନ ନିର୍ଦ୍ଧାରିତ ସମୟ ପୂର୍ବରୁ ଚଳାଚଳ

ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ପୂର୍ବରୁ ସୂଚିତ ତାରିଖଠାରୁ ଭିଲୁପୁରମ୍-ପୁରୂଲିଆ-ଭିଲୁପୁରମ୍ ସ୍ପେଶାଲ୍ ଏବଂ ଭିଲୁପୁରମ୍ -ଖଡ଼ଗପୁର-ଭିଲୁପୁରମ୍ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି ।

ଭିଲୁପୁରମ୍-ପୁରୁଲିଆ-ଭିଲୁପୁରମ୍ ଦ୍ବି-ସାପ୍ତାହିକ ସ୍ୱତନ୍ତ୍ର ସୁପର ଫାଷ୍ଟ

06170/06169 ଭିଲୁପୁରମ୍-ପୁରୂଲିଆ-ଭିଲୁପୁରମ୍ ସ୍ପେଶାଲ୍ ୨୧ ଏପ୍ରିଲ, ୨୦୨୧ ଠାରୁ ଭିଲୁପୁରାମରୁ ପ୍ରତ୍ୟେକ ବୁଧବାର ଏବଂ ଶନିବାର ଅପରାହ୍ନ ୧୨ଘ.୦୫ମି.ରେ ଛାଡିବ ଏବଂ ୨୩ ଏପ୍ରିଲ, ୨୦୨୧ ଠାରୁ ପୁରୂଲିଆରୁ ପ୍ରତ୍ୟେକ ଶୁକ୍ରବାର ଏବଂ ସୋମବାର ପୂର୍ବାହ୍ନ ୧୦ ଘଟିକାରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

ଭିଲୁପୁରମ୍-ଖଡଗପୁର-ଭିଲୁପୁରମ୍ ସାପ୍ତାହିକ ସ୍ୱତନ୍ତ୍ର ସୁପର ଫାଷ୍ଟ

06178/06177 ଭିଲୁପୁରମ୍-ଖଡଗପୁର-ଭିଲୁପୁରମ୍ ସ୍ପେଶାଲ୍ ୨୭ ଏପ୍ରିଲ, ୨୦୨୧ ଠାରୁ ଭିଲୁପୁରମରୁ ପ୍ରତ୍ୟେକ ମଙ୍ଗଳବାର ଅପରାହ୍ନ ୧୨ଘ.୦୫ମି.ରେ ଛାଡିବ ଏବଂ ୨୯ ଏପ୍ରିଲ, ୨୦୨୧ ଠାରୁ ଖଡଗପୁରରୁ ପ୍ରତ୍ୟେକ ଗୁରୁବାର ଦିନ ଅପରାହ୍ନ ୨ଘ.୧୦ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

ଓଡ଼ିଶାକୁ ଆସୁଥିବା ରେଳଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

ଦେଶର ଯେକୌଣସି ସ୍ଥାନରୁ ଓଡିଶା ଆସୁଥିବା ଯାତ୍ରୀ ସେମାନଙ୍କ ଯାତ୍ରା ପ୍ରାରମ୍ଭର ସର୍ବାଧିକ 72 ଘଣ୍ଟା ମଧ୍ୟରେ ହୋଇଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡି ଟୀକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ । ବୈଧ ପ୍ରମାଣପତ୍ର ନଥିବା ଲୋକଙ୍କୁ ନିୟମ ଅନୁଯାୟୀ ବାଧ୍ୟତାମୂଳକ ଘର / ଅନୁଷ୍ଠାନିକ କ୍ଵାରେଣ୍ଟାଇନରେ ରହିବାକୁ ପଡିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.