ETV Bharat / city

ହାଟିଆ ଏବଂ ବେଙ୍ଗାଲୁରୁ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ - hatia

ରେଳ ମନ୍ତ୍ରଣାଳୟ ପକ୍ଷରୁ ହାଟିଆ ଏବଂ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

ହାଟିଆ ଏବଂ ବେଙ୍ଗାଲୁରୁ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

author img

By

Published : Jun 15, 2021, 7:13 PM IST

ଭୁବନେଶ୍ବର: ରେଳ ମନ୍ତ୍ରଣାଳୟ ନିମ୍ନଲିଖିତ ଅନୁଯାୟୀ ହାଟିଆ ଏବଂ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି । ବିଶାଖାପାଟନମ-ମୁମ୍ବାଇ ଏଲଟିଟି ସ୍ପେସିଆଲ ଟ୍ରେନ ସାମୟିକ ବାତିଲ କରାଯାଇଛି ।

08637/08638 ହାଟିଆ-ବେଙ୍ଗାଲୁରୁ କ୍ୟାଣ୍ଟ-ହାଟିଆ ବିଶେଷ ଟ୍ରେନ ହାଟିଆରୁ ଜୁନ ମାସ ୧୯ ଓ ୨୬ ତାରିଖ (ଶନିବାର) ଦିନମାନଙ୍କରେ ସନ୍ଧ୍ୟା ୬ଟା ୨୫ ମିନିଟରେ ଛାଡିବାକୁ ଥିବାବେଳେ ଏହି ଟ୍ରେନ ବେଙ୍ଗାଲୁରୁ କ୍ୟାଣ୍ଟରୁ ଜୁନ ମାସ ୨୩ ଓ ୩୦ ତାରିଖ ବୁଧବାର ଦିନ ମାନଙ୍କରେ (ମଙ୍ଗଳବାର ମଧ୍ୟ ରାତ୍ରି) ୧୨ ଟା ୨୦ ମିନିଟରେ ଛାଡିବ । ଏହି ଟ୍ରେନ ହାଟିଆ ଏବଂ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ଉଭୟ ଦିଗରୁ ରାଉରକେଲା, ଝାରସୁଗୁଡା, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ରାୟଗଡା, ପାର୍ବତୀପୁରମ୍, ବବିଲି, ବିଜୟନଗରମ, ବିଶାଖାପାଟନମ୍ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଷ୍ଟେସନରେ ରହଣି କରିବ |

ବିଶାଖାପାଟନମ୍-ମୁମ୍ବାଇ ଏଲଟିଟି ବିଶେଷ ଟ୍ରେନ ସାମୟିକ ବାତିଲ କରାଯାଇଛି | କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ 08519/08520 ବିଶାଖାପାଟନମ-ମୁମ୍ବାଇ ଏଲଟିଟି-ବିଶାଖାପାଟନମ ସ୍ପେଶାଲ 15 ରୁ 30 ଜୁନ୍ ମଧ୍ୟରେ ବିଶାଖାପାଟନମ ରୁ ଏବଂ ମୁମ୍ବାଇ ଏଲଟିଟିରୁ 18 ଜୁନ୍ ରୁ 2 ଜୁଲାଇ, 2021 ମଧ୍ୟରେ ଅସ୍ଥାୟୀ ଭାବରେ ବାତିଲ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି |

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.