ଭୁବନେଶ୍ବର: ଆସନ୍ତା ଅକ୍ଟୋବର 4ରେ ଅନୁଷ୍ଠିତ ହେବାକୁ ଥିବା ସିଭିଲ ସର୍ଭିସ (ପ୍ରାଥମିକ) ପରୀକ୍ଷା-2020 ରେ ପ୍ରାର୍ଥୀଙ୍କ ଗତିବିଧି ପାଇଁ ଯାତ୍ରୀ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା 3 ଅକ୍ଟୋବରରେ ବିଭିନ୍ନ ସହର ଯେଉଁଠାରେ ପରୀକ୍ଷା ସେଣ୍ଟର ରହିଛି ସେହି ସେଣ୍ଟରର ନିକଟସ୍ଥ ରେଳ ଷ୍ଟେସନକୁ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସ୍ୱତନ୍ତ୍ର ଟ୍ରେନ ଆସନ୍ତା ଅକ୍ଟୋବର 3 ତାରିଖରୁ ଆରମ୍ଭ ହେବ।
ସେହି ଦିନ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ ଗୁଡିକ ହେଉଛି, ବ୍ରହ୍ମପୁର-କଟକ MEMU ସ୍ୱତନ୍ତ୍ର ଟ୍ରେନ ଯାହା 3 ଅକ୍ଟୋବରରେ ସନ୍ଧ୍ୟା 4 ଟା ସମୟରେ ଛାଡି କଟକରେ ରାତି 8 ଟା ସମୟରେ ପହଞ୍ଚିବ ।
2. କେନ୍ଦୁଝର ରୋଡ଼-କଟକ MEMU ସ୍ୱତନ୍ତ୍ର ଟ୍ରେନ 3 ଅକ୍ଟୋବରରେ ଛାଡିବ ଏବଂ ସନ୍ଧ୍ୟା ଟା ରେ ଛାଡିବ କଟକରେ ପହଞ୍ଚିବ ରାତି 7 ଟା 15 ମିନିଟ ରେ ପହଞ୍ଚିବ ।
3. ଇଚ୍ଛାପୁରମ୍-ବିଶାଖାପାଟନମ MEMU ସ୍ୱତନ୍ତ୍ର ଟ୍ରେନ ସନ୍ଧ୍ୟା 4 ଟା ରେ ଛାଡିବ ରାତି 8 ଟା 30ରେ ପହଞ୍ଚିବ। ସେହିପରି ଭାବରେ ସମସ୍ତ ଟ୍ରେନ 3 ଅକ୍ଟୋବର 4 ଟା ସମୟରେ ଛାଡି ରାତି 10 ଟା ସମୟରେ ପହଞ୍ଚିବାର ନିଷ୍ପତି କରାଯାଇଛି।
4. ଖରିଆର ରୋଡ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ।
5. କୋରାପୁଟ-କଟକ ଯାତ୍ରୀ ସ୍ୱତନ୍ତ୍ର ଟ୍ରେନ।
6. କୋରାପୁଟ-ବିଶାଖାପାଟନମ ସ୍ୱତନ୍ତ୍ର ଟ୍ରେନ।
7. ରାଉରକେଲା-କଟକ ଭାୟା ଝାରସୁଗୁଡା ସ୍ୱତନ୍ତ୍ର ଟ୍ରେନ।
8. ବରିପଦା-କଟକ ସ୍ୱତନ୍ତ୍ର ଟ୍ରେନ।
9. ବିଜୟୱାଡା-ବିଶାଖାପାଟନମ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଟ୍ରେନ 14ଟି କୋଚ ବିଶିଷ୍ଟ ହୋଇଥିବା ବେଳେ 12ଟି ଜେନେରାଲ କୋଚ ଓ 2ଟି ସ୍ଲିପର କୋଚ ରହିବ । ଏନେଇ କୋରୋନାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ସୁବିଧା କରାଯାଇଛି ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ