ETV Bharat / city

ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା - unemployment news

ରାଜ୍ୟରେ ଦିନକୁ ଦିନ ଉତ୍କଟ ହେଉଛି ବେକାରୀ ସମସ୍ୟା । ଜାତୀୟସ୍ତରରୁ ଅଧିକ ରହିଛି ରାଜ୍ୟର ବେକାରୀ ହାର । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଏପଟେ ମହାମାରୀ ମାଡରେ ସରକାର ଆଗାମୀ 2 ବର୍ଷ ପାଇଁ ନୂଆ ନିଯୁକ୍ତିରେ ଲକଡାଉନ ଘୋଷଣା କରିବା ପରେ ବର୍ଦ୍ଧିତ ବେକାରୀ ହାରରେ ବ୍ରେକ ଲଗାଇବା ବଡ ଚ୍ଯାଲେଞ୍ଜ ପାଲଟିବ । ଅଧିକ ପଢନ୍ତୁ...

ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା
ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା
author img

By

Published : Jul 18, 2020, 3:29 PM IST

ଭୁବନେଶ୍ବର: ରାଜ୍ୟରେ ଉତ୍କଟ ହେଉଛି ବେକାରୀ ସମସ୍ୟା । ଜାତୀୟସ୍ତରରୁ ଅଧିକ ରହିଛି ରାଜ୍ୟର ବେକାରୀ ହାର । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିର ତଥ୍ୟ ଅନୁସାରେ, 2020 ଅପ୍ରେଲ ପର୍ଯ୍ୟନ୍ତ ଓଡିଶାର ବେକାରୀ ହାର 10.7 ପଏଣ୍ଟ ବଢି 23.8 ପ୍ରତିଶତରେ ପହଞ୍ଚିଛି । ଯାହାକି ଜାତୀୟ ବେକାରୀ ହାର 23.5 ପ୍ରତିଶତ ତୁଳନାରେ ଅଧିକ ରହିଛି ।

ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା

ତେବେ ରାଜ୍ୟରେ ଶିକ୍ଷିତ ନଥିବା ଲୋକଙ୍କ ବେକାରୀ ହାର 52.71 ଥିବାବେଳେ ଗ୍ରାଜୁଏଟ ବେକାରୀ ହାର 22.59 ପ୍ରତିଶତ ରହିଛି । ସବୁଠି ବଡ କଥା ହେଉଛି ରାଜ୍ୟରେ 20ରୁ 24 ବର୍ଷ ଓ 24ରୁ 29 ବର୍ଷ ବୟସ ମଧ୍ୟରେ ଅଧିକ ପ୍ରତିଶତ ବେକାରୀ ରହିଛନ୍ତି ।

ଏମାନଙ୍କ ହାରାହାରି ପ୍ରତିଶତ ଯଥାକ୍ରମେ 32.63 ଓ 25.66 ରହିଛି । ତେବେ ରାଜ୍ୟରେ ବେକାରୀଙ୍କ ହାର ବଢିବା ନେଇ ବିଶେଷଜ୍ଞ ଭିନ୍ନ ଭିନ୍ନ କାରଣ ଦର୍ଶାଉଥିବାବେଳେ ଏହା ଆଗକୁ ଆହୁରି ବଢିବ ବୋଲି ଆକଳନ କରାଯାଉଛି ।

ଏହାସହ ରାଜ୍ୟରେ ଯେଉଁସବୁ କଳକାରଖାନା ଅଛି ସେଠାରେ ନିଯୁକ୍ତି ସୁଯୋଗ କମ ରହିଛି । ଆମର ମିନେରାଲ ଓ ପାଓ୍ଵାର ଇଣ୍ଡଷ୍ଟ୍ରିରେ ଏତେ ସୁଯୋଗ ନାହିଁ । ଏହାସହ ଇଞ୍ଜିନିୟରିଂ ଓ ଏମଏସଏମଇ ଇଣ୍ଡଷ୍ଟ୍ରି ଓଡିଶାର ଏତେ ଭଲ ନାହିଁ । ଏପରିକି ଷ୍ଟାଟଅପ୍ ବି ଭଲ ନାହିଁ । ଫଳରେ ରାଜ୍ୟରେ ଏଭଳି ଉତ୍କଟ ସ୍ଥିତି ଉପୁଜୁଛି ବୋଲି କହିଛନ୍ତି ଏକ୍ସପର୍ଟ ।

ସେପଟେ ମହାମାରୀର ମୁକାବିଲା ପାଇଁ ରାଜ୍ୟସରକାର ଆଗାମୀ ଦୁଇବର୍ଷ ପାଇଁ ସରକାରୀ ସ୍ତରରେ ନୂତନ ନିଯୁକ୍ତିକୁ ବନ୍ଦ କରିଦେଇଛନ୍ତି । ଯାହା ଆଗକୁ ଅଧିକ ବେକାରୀର କାରଣ ସାଜିପାରେ । ଏପରି ସ୍ଥଳରେ ଏମଏସଏମଇ ସେକ୍ଟରରେ ରୋଜଗାର ସୃଷ୍ଟି ହେବା ବଡ ଚ୍ୟାଲେଞ୍ଜ ପାଲଟିବ ।

ଏଥିପାଇଁ ସୂତାକଳ ଓ ଲୁଗାକଳକୁ ଅଧିକ ଗୁରୁତ୍ବ ଦେବାକୁ ପଡିବ । ସେହିପରି ଫୁଡ୍‌ ପ୍ୟାକ୍ଟ୍ରି, ଅନ୍ୟ ଏଗ୍ରୋ ଇଣ୍ଡଷ୍ଟ୍ରି, ଚିନି ଓ ଗୁଡ କାରଖାନା ଏବଂ ସୋଲାର ଏନର୍ଜି ଆଦିରେ ସରକାର ନିଯୁକ୍ତି ବଢାଇପାରିବେ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ସୁଯୋଗ ଅଛି, କୁଶଳୀ ଓ ଅଣକୁଶଳୀ କାରିଗର ଅଛନ୍ତି । ହେଲେ ରାଜ୍ୟ ସରକାରଙ୍କ ଇଛାଶକ୍ତି ଅଭାବରୁ ରାଜ୍ୟରେ ବେକାରୀ ସମସ୍ୟା ବଢିବାରେ ଲାଗିଛି । ତେବେ ଏହି ସମସ୍ୟାର ସାମାଧାନ ପାଇଁ ସରକାର କେବେ ପ୍ରୟାସ କରୁଛନ୍ତି ତାହା ଦେଖିବାର କଥା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.