ETV Bharat / city

ଆନ୍ତଃରାଜ୍ୟ ଚୋର ଗ୍ରୁପର ପର୍ଦ୍ଦାଫାଶ, ନଗଦ ଟଙ୍କା ସୁନା ଅଳଙ୍କାର ଜବତ - ଆନ୍ତଃରାଜ୍ୟ ଚୋର ଗ୍ରୁପର ପର୍ଦ୍ଦାଫାଶ

ରାଜଧାନୀରେ ଆନ୍ତଃରାଜ୍ୟ ଚୋର ଗ୍ରୁପର ପର୍ଦ୍ଦାଫାଶ କରିଛି ସ୍ପେଶାଲ ସ୍କ୍ବାର୍ଡ ଓ ଚନ୍ଦକା ଥାନା ପୋଲିସ । ଅଧିକ ପଢନ୍ତୁ

ଆନ୍ତଃରାଜ୍ୟ ଚୋର ଗ୍ରୁପର ପର୍ଦ୍ଦାଫାଶ, ନଗଦ ଟଙ୍କା ସୁନା ଅଳଙ୍କାର ଜବତ

author img

By

Published : Jul 28, 2022, 10:54 PM IST

ଭୁବନେଶ୍ବର: ଚନ୍ଦକା ଥାନା ଓ ସ୍ପେଶାଲ ସ୍କ୍ବାର୍ଡର ଟିମ ମିଳିତ ଭାବରେ ଏକ ଆନ୍ତଃ ରାଜ୍ୟ ଚୋର ଗ୍ରୁପର ପର୍ଦ୍ଦାଫାଶ କରିଛି । ଏଥିରେ ୩ ଜଣ ଚୋର ସହ ୩ ଜଣ ଚୋରି ସାମଗ୍ରୀ କିଣୁଥିବା ଦୋକାନୀ ଗିରଫ ହୋଇଛନ୍ତି । ଚୋର ଗ୍ରୁପରେ ବାପ, ପୁଅ ଓ ୨ ଜଣ ମଧ୍ୟ ସାମିଲ ଥିବା ଜଣାପଡ଼ିଛି ।

ଆନ୍ତଃରାଜ୍ୟ ଚୋର ଗ୍ରୁପର ପର୍ଦ୍ଦାଫାଶ, ନଗଦ ଟଙ୍କା ସୁନା ଅଳଙ୍କାର ଜବତ

ସେମାନଙ୍କ ନିକଟରୁ ୫ଲକ୍ଷ ୮୫ ହଜାର ନଗଦ ଟଙ୍କା ଓ ବ୍ୟାଙ୍କ ଆକାଉଣ୍ଟରୁ ୧ଲକ୍ଷ ୪୦ ହଜାର ଟଙ୍କା ଜବତ ହୋଇଛି । ଏହାସହ ୧୪୦ ଗ୍ରାମ ସୁନା , ୧୦୦ ଗ୍ରାମ ରୂପା ଓ ଏକ ଅଟୋ ଜବତ ହୋଇଛି । ଏମାନେ ଗ୍ରୁପ ହୋଇ ଅଟୋରେ ଯାଉଥିଲେ ଏବଂ ସ୍କ୍ରୁ ଡ୍ରାଇଭରରେ ଝରକା ତାଡି ଚୋରି କରୁଥିଲେ । ୧୦ ଜଣିଆ ଗ୍ୟାଙ୍ଗ ମଧ୍ୟରୁ ଅନ୍ୟ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି ।

ଏମାନେ ଗୋଟିଏ ସ୍ଥାନରେ ରହୁନଥିଲେ । ଜିଲ୍ଲା ଜିଲ୍ଲା ବୁଲି ଚୋରି କରୁଥିଲେ । ଭୁବନେଶ୍ବରରେ ଏମାନେ ୧୩ ମାମଲାରେ ସମ୍ପୃକ୍ତ ରହିଛନ୍ତି । ସେପଟେ ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣିବ ପୋଲିସ । ୩ ଅଭିଯୁକ୍ତଙ୍କ ନାମ ସୁଦର୍ଶନ ନାୟକ, ସନ୍ତୋଷ ବେହେରା ଓ ବାପି ବେହେରା ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.