ETV Bharat / city

ମନେପଡନ୍ତି ଭାବର ଗାୟକ ଭଜନ ସମ୍ରାଟ ଭିକାରୀ ବଳ...

author img

By

Published : May 25, 2020, 5:10 PM IST

ଆଜି ଭଜନ ସମ୍ରାଟ ଭିକାରୀ ବଳଙ୍କ 91 ତମ ଜନ୍ମବାର୍ଷିକୀ । ଆଜିବି ଭିକାରୀ ବଳଙ୍କ ଭଜନର ଆଜିବି ତାଙ୍କ ଭଜନ ଅଭୁଲା ଓ ଅପାସୋରା । ପଢନ୍ତୁ ଭଜନ ସମ୍ରାଟଙ୍କ ଜନ୍ମବାର୍ଷିକୀରେ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

ମନେପଡନ୍ତି ଭାବର ଗାୟକ ଭଜନ ସମ୍ରାଟ ଭିକାରୀ ବଳ...
ମନେପଡନ୍ତି ଭାବର ଗାୟକ ଭଜନ ସମ୍ରାଟ ଭିକାରୀ ବଳ...

ହାଇଦ୍ରାବାଦ: ଭକ୍ତି ସଙ୍ଗୀତର ସେ ଥିଲେ ଜଣେ ଅନନ୍ୟ ପୁରୋଧା । ଭାବର ଠାକୁରଙ୍କ ପାଇଁ ସେ ଥିଲେ ଭାବର ଗାୟକ । କେତେବେଳେ କୋଠ ଭୋଗଖିଆ ତ ଆଉ କେତେବେଳେ ବଡ ଦେଉଳର ପାରା । ପୁଣି କେତେବେଳେ ହାତରେ ମୁଠାମୁଠା ସରଧାବାଲି । ତାଙ୍କ କଣ୍ଠର ପ୍ରତିଟି ସଙ୍ଗୀତ ଭକ୍ତିରସର ଭାବଧାରା ପ୍ଳାବିତ କରେ ଅଗଣିତ ଜଗନ୍ନାଥପ୍ରେମୀଙ୍କ ହୃଦୟକୁ । ତାଙ୍କ ସଙ୍ଗୀତରେ ଥିଲା ଭାବ ଆଉ ଭକ୍ତି । ଥିଲା ପୁଣି କାଳିଆ ଠାକୁରଙ୍କ ପାଇଁ ସମର୍ପଣର ଭାବ । ବାସ ଭିକାରୀ ବଳରୁ ବନିଗଲେ କୋଟି ଓଡିଆଙ୍କ ହୃଦୟର ଭଜନ ସମ୍ରାଟ ।

1929 ମେ 25 ତାରିଖ ଆଜିର ଦିନରେ କେନ୍ଦ୍ରପଡା ସ୍ଥିତ ସୋବଳାରେ ଭୁମିଷ୍ଠ ହୋଇଥିଲେ ଭିକାରୀ । ସ୍ବର ସଙ୍ଗୀତର ସାରସ୍ବତ ସାଧକ ଶ୍ରୀଯୁକ୍ତ ବଳଙ୍କ ପ୍ରତି ପିଲାଟି ଦିନରୁ ଭାଗ୍ୟଲକ୍ଷ୍ମୀ ବିମୁଖ ଥିଲେ । ଦାରିଦ୍ର୍ୟର କାଷାଘାତରେ ଜର୍ଜରିତ ତାଙ୍କର ଜୀବନ ରଥ କିନ୍ତୁ ଅଟକିଯାଇନଥିଲା । ନବମ ଶ୍ରେଣୀରୁ କଲମ ଛାଡି ସେ ହାତରେ ଧରିଥିଲେ ହାରମୋନିୟମ । ଶୈଶବରୁ ସଙ୍ଗୀତ ଥିଲା ଭିକାରୀ ବଳଙ୍କ ଜୀବନ ଓ ପ୍ରାଣ । ଓଡିଶୀ ସଙ୍ଗୀତର ଅହେତୁକ ଆକର୍ଷଣରେ ସେ ଟାଣି ହୋଇ ଯାଇଥିଲେ କଟକ କଳାବିକାଶ କେନ୍ଦ୍ରକୁ । ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରି 'ପ୍ରାଣ ମିତଣି ବାରେ ଚାହାଁରେ' ଗୀତ ଗାଇ ସାଉଁଟି ଥିଲେ ପ୍ରଚୁର ଲୋକପ୍ରିୟତା । ଜୀବନରେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ସେ, ଗୋଟିଏ ପରେ ଗୋଟିଏ ଅସଂଖ୍ୟ ଲୋକପ୍ରିୟ ଭକ୍ତି ସଙ୍ଗୀତ ଗାନ କରି ଓଡିଶାବାସୀଙ୍କ ହୃଦୟରେ ଛାଡିଯାଇଛନ୍ତି ଏକ ଅଲିଭା ଛାପ ।

ଇତିମଧ୍ୟରେ ଭିକାରୀ ବଳଙ୍କ ନିଧନକୁ ବିତିଗଲାଣି ଅନେକ ବର୍ଷ । ସେ ଥିଲେ ଭାଗ୍ୟବାନ । ବୈଷ୍ଣବ ଅଗ୍ନିରେ ହୋଇଥିଲା ତାଙ୍କର ଅନ୍ତମ ସଂସ୍କାର । ବହୁ ଦୂରକୁ ଉଡିଯାଇଛି ଭଜନ ସମ୍ରାଟଙ୍କ ମନପାରା । ହେଲେ ଆଜିବି ତାଙ୍କ ଭଜନ ଅଭୁଲା ଓ ଅପାସୋରା । ସେଥିପାଇଁ ତ ସେ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ହୃଦୟରେ ଚୀର ପ୍ରଣମ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.