ETV Bharat / city

ସାମ୍ନାକୁ ଆସିଲା ଲାଞ୍ଚୁଆ ପିପିଙ୍କ ଚେହେରା, ଦୁର୍ନୀତି ନିବାରଣ ପାଇଁ ପାଇଥିଲେ ପୁରସ୍କାର - ଭଲ କାମ ପାଇଁ ସିଏମ୍ଙ୍କ‌ଠୁ ହୋଇଥିଲେ ପୁରସ୍କୃତ

ଗତ 4 ଦିନ ତଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଭିଜିଲାନ୍ସ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର । ତେବେ ବଡ଼ କଥା ହେଉଛି ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ତାଙ୍କର ଭଲ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଦୁଇ ଦୁଇ ଥର ସେ ପୁରସ୍କୃତ ହୋଇଥିଲେ । ଅଧିକ ପଢନ୍ତୁ...

ସାମ୍ନାକୁ ଆସିଲା ଲାଞ୍ଚୁଆ ପିପିଙ୍କ ଚେହେରା, ଭଲ କାମ ପାଇଁ ସିଏମ୍ଙ୍କ‌ଠୁ ହୋଇଥିଲେ ପୁରସ୍କୃତ

author img

By

Published : Jul 7, 2021, 8:05 AM IST

ଭୁବନେଶ୍ବର: ଗତ 4 ଦିନ ତଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଖୋଦ ଭିଜିଲାନ୍ସ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଏହି ଭିଜିଲାନ୍ସ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର। କୋର୍ଟର କାଠ ଗଡାରେ ଜଜଙ୍କ ସାମ୍ନାରେ ପ୍ରଶ୍ନ ନ ପଚାରିବାକୁ ନେଉଥିଲେ ଲାଞ୍ଚ ଟଙ୍କା। ଶେଷରେ ଲାଞ୍ଚ ନେଇ ନେଇ ନିଜ ବିଭାଗ ହାତରେ ଧରାପଡିଥିଲେ ଏହି ଆଇନ ରକ୍ଷକ।

ସାମ୍ନାକୁ ଆସିଲା ଲାଞ୍ଚୁଆ ପିପିଙ୍କ ଚେହେରା, ଭଲ କାମ ପାଇଁ ସିଏମ୍ଙ୍କ‌ଠୁ ହୋଇଥିଲେ ପୁରସ୍କୃତ
ସାମ୍ନାକୁ ଆସିଲା ଲାଞ୍ଚୁଆ ପିପିଙ୍କ ଚେହେରା, ଭଲ କାମ ପାଇଁ ସିଏମ୍ଙ୍କ‌ଠୁ ହୋଇଥିଲେ ପୁରସ୍କୃତ

ଏହା ମଧ୍ୟ ପଢନ୍ତୁ...ଲାଞ୍ଚ ନେଇ ବନ୍ଧା ହେଲେ ଭିଜିଲାନ୍ସ ପବ୍ଲିକ ପ୍ରସିକ୍ୟୁଟର

ସେ ହେଉଛନ୍ତି କଳାହାଣ୍ଡି ଭବାନୀପାଟଣାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ସ୍ପେଶାଲ ପିପି । ଯେ କି ଜଣେ ଭିଜିଲାନ୍ସ ମାମଲାରେ ଧରାପଡିଥିବା ଏଏସଆଇକୁ କୋର୍ଟରେ ପ୍ରଶ୍ନ ନ କରିବାକୁ ନେଉଥିଲେ ୧ ଲକ୍ଷ ଲାଞ୍ଚ। ଯାହାକୁ ଗତ ଜୁଲାଇ ୩ ତାରିଖରେ ରେଡ ହ୍ୟାଣ୍ଡ ଧରିଥିଲା କଟକ ଭିଜିଲାନ୍ସ ସେଲ ଅଫିସର । ଦିନେ ସେ ଭଲ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।

ତେବେ ବଡ଼ କଥା ହେଉଛି ଦୁର୍ନୀତି ନିବାରଣ ସପ୍ତାହ ଅବସରରେ କିଭଳି ୨୦୧୩ ଓ ୨୦୧୭ରେ ଦୁଇ ଦୁଇ ଥର ପୁରସ୍କୃତ ହୋଇଥିଲେ ଏହି ଅଫିସର। ଯାହାଙ୍କୁ ପୁରସ୍କୃତ କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ। ଭିଜିଲାନ୍ସର କେଉଁ ନିୟମାବଳି ଆଧାରରେ ତାଙ୍କୁ ଏପରି ଚୟନ କରାଯାଇଥିଲା। ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଏପରିକି ଭିଜିଲାନ୍ସ ସର୍ଚ୍ଚ ପରେ ତାଙ୍କ ଘରୁ ୧୫ଲକ୍ଷ ଟଙ୍କା ଜବତ କରାଯାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.