ETV Bharat / city

ଫୋକସରେ ଶ୍ରମିକ, ୩୫୨ କୋଟିର ପ୍ୟାକେଜ୍ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ - ମନରେଗା ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍

କୋଭିଡ ଯୋଗୁଁ ସମସ୍ୟାରେ ପଡ଼ିଥିବା ଶ୍ରମିକଙ୍କ ପାଇଁ ଆଜି(ଶୁକ୍ରବାର) ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ମନରେଗା ଶ୍ରମିକଙ୍କ ପାଇଁ ୩୫୨ କୋଟିର ଏହି ସ୍ୱତନ୍ତ୍ର କୋଭିଡ ପ୍ୟାକେଜ୍ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ...

ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ

author img

By

Published : Jul 9, 2021, 4:58 PM IST

Updated : Jul 9, 2021, 5:10 PM IST

ଭୁବନେଶ୍ବର: ଶ୍ରମିକଙ୍କ ପାଇଁ ଖୁସି ଖବର । କୋଭିଡ ଯୋଗୁଁ ସମସ୍ୟାରେ ପଡ଼ିଥିବା ଶ୍ରମିକଙ୍କ ପାଇଁ ଆଜି(ଶୁକ୍ରବାର) ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ମନରେଗା ଶ୍ରମିକଙ୍କ ପାଇଁ ୩୫୨ କୋଟିର ଏହି ସ୍ୱତନ୍ତ୍ର କୋଭିଡ ପ୍ୟାକେଜ୍ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୫.୩୦ ରେ ଭିସି ଯୋଗେ ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପ୍ରାୟ 30 ଲକ୍ଷ ନିର୍ମାଣ ଶ୍ରମିକଙ୍କ ଲାଗି ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।

  • କୋଭିଡ ସମୟରେ ମନରେଗା ଶ୍ରମିକଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ₹୩୫୨ କୋଟିର ସ୍ୱତନ୍ତ୍ର #COVID19 ପ୍ୟାକେଜ୍ ଘୋଷଣା କରିବାକୁ ଯାଉଛନ୍ତି। ଆଜି ସନ୍ଧ୍ୟାରେ ଏହାର ଶୁଭାରମ୍ଭ ହେଉଛି। #OdishaCares pic.twitter.com/O2msVZBEth

    — CMO Odisha (@CMO_Odisha) July 9, 2021 " class="align-text-top noRightClick twitterSection" data=" ">

ଏହି ପ୍ୟାକେଜ ଯୋଗେ ପ୍ରତ୍ୟେକ ଶ୍ରମିକଙ୍କୁ 1500 ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି । ଦ୍ଵିତୀୟ ଲହରରେ ୪୩ ହଜାର ପ୍ରବସୀ ଶ୍ରମିକ ଓଡ଼ିଶା ଫେରିଥିବା ଗୃହ ବିଭାଗ ତଥ୍ୟ ଦେଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଜବ କାର୍ଡ ମଧ୍ୟ ରହିଛି । ସେମାନଙ୍କୁ ଓଡ଼ିଶାରେ ଅଟକାଇ କାମ ଦେବା ସହ ଲୋନ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ । ମହିଳା ଶ୍ରମିକଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ SHG ପାଇଁ ଲୋନ ଦିଆଯିବ । କାହାକୁ କିଭଳି ଭାବରେ ଲୋନ ମିଳି ପାରିବ, ସେନେଇ ରାଜ୍ୟ ସରକାର ସର୍ଭେ କରିଛନ୍ତି ।

ଗତ ଜୁନମାସରେ ପ୍ରବାସୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଆଲୋଚନା କରିଛନ୍ତି । ତଳ ସ୍ତରରେ ପ୍ରବସୀ ଶ୍ରମିକଙ୍କୁ ଅଟକାଇବାକୁ ସରକାର ପଦକ୍ଷେପ ନେଉଛନ୍ତି । ଭିସି ଯୋଗେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପଣ୍ଡିଆନ ସଞ୍ଚାଳନ କରିବେ । କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ଶ୍ରମ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 9, 2021, 5:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.