ETV Bharat / city

ପଦ୍ମବିଭୂଷଣ ମନୋଜ ଦାସଙ୍କ ଚିକିତ୍ସା କରିବ ସ୍ବତନ୍ତ୍ର ଡାକ୍ତରୀ ଦଳ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରତାପ ଷଡଙ୍ଗୀ - Special medical team for monoj das

ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମବିଭୂଷଣ ମନୋଜ ଦାସଙ୍କ ଚିକିତ୍ସା ପାଇଁ ଗଠିତ ହେଲା ସ୍ବତନ୍ତ୍ର ଡାକ୍ତରୀ ଦଳ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗା । ପଢନ୍ତୁ ଅଧିକ.....

ପଦ୍ମଶ୍ରୀ ମନୋଜ ଦାସଙ୍କ ଚିକିତ୍ସା କରିବ ସ୍ବତନ୍ତ୍ର ଡାକ୍ତରି ଦଳ , କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଧ୍ୟନ୍ୟବାଦ ଜଣାଇଲେ  ପ୍ରତାପ

author img

By

Published : Dec 12, 2020, 4:01 PM IST

Updated : Dec 12, 2020, 4:16 PM IST

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମବିଭୂଷଣ ମନୋଜ ଦାସଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠିତ ହୋଇଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନକୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ସେ ଆଜି ନିଜ ଟ୍ବିଟର ହ୍ୟାଣ୍ଡଲରେ ଏହି ସୂଚନା ଦେବା ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ପଦ୍ମଶ୍ରୀ ମନୋଜ ଦାସଙ୍କ ଚିକିତ୍ସା କରିବ ସ୍ବତନ୍ତ୍ର ଡାକ୍ତରି ଦଳ , କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଧ୍ୟନ୍ୟବାଦ ଜଣାଇଲେ  ପ୍ରତାପ
ପଦ୍ମଶ୍ରୀ ମନୋଜ ଦାସଙ୍କ ଚିକିତ୍ସା କରିବ ସ୍ବତନ୍ତ୍ର ଡାକ୍ତରି ଦଳ , କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଧ୍ୟନ୍ୟବାଦ ଜଣାଇଲେ ପ୍ରତାପ

ଗତ 2 ମାସରୁ ଉର୍ଦ୍ଧ୍ବ ହେବ ମନୋଜ ଦାସ ଅସୁସ୍ଥ ହୋଇ ପୁଡୁଚେରିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହୋଇ ଆସୁଥିବା ବେଳେ ତାଙ୍କ ପାଇଁ ସରକାର ଏକ ଉଚ୍ଚସ୍ତରୀୟ ଡାକ୍ତରି ଦଳ ଗଠନ କରି ତାଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଦାବି ହୋଇ ଆସୁଥିଲା । ତେବେ ଆଜି କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ପ୍ରଚେଷ୍ଟାରେ ଦିଲ୍ଲୀର ଜବାହାରଲାଲ ଇନଷ୍ଟିଟ୍ୟୁଟ ଅଫ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଏଡୁକେସନ ଆଣ୍ଡ ରିଷର୍ଚ୍ଚ (JIPMER) ର ବିଷେଶଜ୍ଞକୁ ନେଇ ଏକ ଉଚ୍ଚ ସ୍ତରୀୟ ଡାକ୍ତରୀ ଦଳ ଗଠନ କରାଯାଇଛି । ତେବେ ଏହାପାଇଁ ବାଲେଶ୍ବର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନକୁ ଧନ୍ୟବାଦ ଜଣାଇବା ମନୋଜ ଦାସଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଗତ 2 ମାସ ଧରି ମନୋଜ ପୁଡୁଚେରୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ କିଛି ଦିନ ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିଥିବା ଜଣା ପଡିଥିଲା । ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କ ଚିକିତ୍ସା ପ୍ରତି ପ୍ରାଥମିକତା ଦେବା ପାଇଁ ଦାବି ହୋଇ ଆସୁଥିଲା ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

Last Updated : Dec 12, 2020, 4:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.