ETV Bharat / city

ଗଡିବ ‘ସ୍ବତନ୍ତ୍ର ଶ୍ରମିକ ଟ୍ରେନ’: ଜାଣନ୍ତୁ ରୁଟ ମ୍ୟାପ୍‌

author img

By

Published : May 1, 2020, 10:10 PM IST

ଲକଡାଉନ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଛନ୍ତି ପ୍ରବାସୀ ଓଡିଆ ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ଅନେକ ଅସହାୟ ବ୍ୟକ୍ତି । ଯେଉଁମାନଙ୍କୁ ସୁରକ୍ଷିତ ଭାବେ ଓଡିଶା ଫେରାଇ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

special labour train, route map of special labour train, labour train on labour day, ସ୍ବତନ୍ତ୍ର ଶ୍ରମିକ ଟ୍ରେନ, ସ୍ବତନ୍ତ୍ର ଶ୍ରମିକ ଟ୍ରେନ ରୁଟ ମ୍ୟାପ, ଶ୍ରମିକ ଦିବସରେ ଶ୍ରମିକ ଟ୍ରେନ
ଗଡିବ ‘ସ୍ବତନ୍ତ୍ର ଶ୍ରମିକ ଟ୍ରେନ’: ଜାଣନ୍ତୁ ରୁଟ ମ୍ୟାପ

ଭୁବନେଶ୍ବର: ଲକଡାଉନ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଛନ୍ତି ପ୍ରବାସୀ ଓଡିଆ ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ଅନେକ ଅସହାୟ ବ୍ୟକ୍ତି । ଯେଉଁମାନଙ୍କୁ ସୁରକ୍ଷିତ ଭାବେ ଓଡିଶା ଫେରାଇ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏନେଇ ଶୁକ୍ରବାର ଶ୍ରମିକ ଦିବସ ଅବସରରେ ‘ସ୍ବତନ୍ତ୍ର ଶ୍ରମିକ ଟ୍ରେନ’ ସେବା ଆରମ୍ଭ କରିବାର ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏହି କ୍ରମରେ ସ୍ବତନ୍ତ୍ର ଟ୍ରେନର ଉତ୍ତମ ସମନ୍ବୟ ଓ ସୁଚାରୁ ପରିଚାଳନା ପାଇଁ ରେଳ ବିଭାଗ ଓ ରାଜ୍ୟ ସରକାର କେତେକ ବରିଷ୍ଠ ଅଧିକାରୀଙ୍କୁ ଦେଇଛନ୍ତି ନୋଡାଲ ଅଧିକାରୀ ଦାୟିତ୍ବ ।

ତେବେ ଏହି ଟ୍ରେନରେ ବିଭିନ୍ନ ରାଜ୍ୟରୁ ଆସିବାକୁ ଥିବା ବ୍ୟକ୍ତିମାନଙ୍କୁ ପ୍ରଥମେ ସମ୍ପୃକ୍ତ ରାଜ୍ୟରେ ସ୍କ୍ରିନିଂ କରାଯିବାର ନିର୍ଦ୍ଦେଶ ରହିଛି । ଏହାଦ୍ବାରା କେବଳ ସୁସ୍ଥ ଥିବା ବ୍ୟକ୍ତିଙ୍କୁ ଯାତ୍ରା କରିବାର ଅନୁମତି ମିଳିବ । ଏଥିସହ ବ୍ୟକ୍ତିମାନଙ୍କୁ ପଠାଇବା ସମୟରେ ସାମାଜିକ ଦୂରତା ଓ ଅନ୍ୟାନ୍ୟ ସାବଧାନତା ଅବଲମ୍ବନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି । ଏଥିପାଇଁ ସାନିଟାଇଜ ହୋଇଥିବା ନିର୍ଦ୍ଧାରିତ ବସରେ ଲୋକମାନଙ୍କୁ ରେଳ ଷ୍ଟେସନ ଅଣାଯିବାର ବ୍ୟବସ୍ଥା କରାଯିବ । ସେପଟେ ଯାତ୍ରା ସମୟରେ ଯାତ୍ରୀଙ୍କୁ ମାସ୍କ ବାଧ୍ୟତାମୂଳକ ରହିବା ସହ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ରାଜ୍ୟ ସରକାର ସେମାନଙ୍କ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା ମଧ୍ୟ କରିବେ ।

ଟ୍ରେନଟି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ରାଜ୍ୟ ସରକାର ଗ୍ରହଣ କରିବେ ଓ ସ୍କ୍ରିନିଂ କରି ସଙ୍ଗରୁଦ୍ଧ କିମ୍ବା ଆଇସୋଲେସନରେ ରଖିବାକୁ ପଦକ୍ଷେପ ନେବେ । ତେବେ ଏହି ସ୍ବତନ୍ତ୍ର ଶ୍ରମିକ ଟ୍ରେନଟି ଶୁକ୍ରବାର ରାତିରୁ ଚଳାଚଳ କରିବାର ଯୋଜନା ରହିଛି । ଟ୍ରେନ ଗୁଡିକର ରୁଟ ଗୁଡିକ ହେଲା:

1- ଲିଙ୍ଗମପଲ୍ଲୀ-ହଥିଆ

2- ଆଲୁବାରୀ-ଭୁବନେଶ୍ବର

3- ନାସିକ-ଲକ୍ଷ୍ନୌ

4- ନାସିକ-ଭୋପାଳ

5- ଜୟପୁର-ପାଟନା

6- କୋଟା- ହଥିଆ

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.