ETV Bharat / city

‘ଅଷ୍ଟଧାତୁ ଚୋରା ଚାଲାଣର କେନ୍ଦ୍ରବିନ୍ଦୁ ଓଡିଶା’ - ଐତିହାସିକବିତ ଅନୀଲ ଧୀର

ଅଷ୍ଟଧାତୁ ଓଡ଼ିଶାରେ ଉଭେଇ ଯାଉଛି। ମନ୍ଦିରରେ ନାହିଁ ଅଷ୍ଟଧାତୁ। ଚୋରା ଚାଲାଣ ମାଧ୍ୟମରେ ବିଦେଶକୁ ରପ୍ତାନୀ କରାଯାଉଛି । ଚୋରାଚାଲାଣ ପାଇଁ ହବ୍ ପାଲଟିଛି ଓଡିଶା । ଅଧିକ ପଢନ୍ତୁ...

_special interview with Anil dheer
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Feb 16, 2020, 5:55 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅଷ୍ଟଧାତୁ ଚୋରା ଚାଲାଣ । ଧିରେ ଧିରେ ବଢୁଥିବା ଏହି ଚୋରିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଇତିହାସବିତ ଅନୀଲ ଧୀର । ଇଟିଭି ଭାରତ ସହ ସ୍ବତନ୍ତ୍ର ଆଲୋଚନାରେ ଏହି ସୂଚନା ଦେଇଛନ୍ତି ଅନୀଲ । ଏହାସହ ସରକାରଙ୍କ ହସ୍ତକ୍ଷେପ ମଧ୍ୟ ଲୋଡିଛନ୍ତି ସେ । ସେ କହିଛନ୍ତି,‘ରାଜ୍ୟରେ ଅଷ୍ଟଧାତୁ ଚୋରା ଚାଲାଣରେ ଏକ ବଡ ଗ୍ୟାଙ୍ଗ କାମ କରୁଛି । ଯଦି ଏପରି ଚାଲୁ ରହେ ତେବେ ଓଡିଶାର କୌଣସି ମନ୍ଦିରରେ ଅଷ୍ଟଧାତୁ ଦେଖିବାକୁ ମିଳିବ । ଫଳରେ ଓଡିଶାର ଐତିହ୍ୟ ନଷ୍ଟ ହୋଇଯିବ ’।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହାସହ ସେ ତାମିଲନାଡୁର ଉଦାହରଣ ଦେଇଥିଲେ । ତାମିଲନାଡୁରେ ମଧ୍ୟ ଅଷ୍ଟଧାତୁ ଚାଲାଣ ବଢିବାରେ ଲାଗିଥିଲା । ତେଣୁ କିଛି ବର୍ଷ ହେବ ସେଠାକାର ସରକାର ଏକ ସ୍ବତନ୍ତ୍ର ବିଭାଗ ଗଠନ କରି ଚୋରଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲେ ମାତ୍ର ବର୍ତ୍ତମାନ ଓଡିଶା ଚୋରା କାରବାରର କେନ୍ଦ୍ରବିନ୍ଦୁ ପାଲିଟିଯାଇଛି । ଅଷ୍ଟଧାତୁ ଗୁଡିକୁ ବିଦେଶକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯାଉଛି । ଓଡିଶା ସରକାର ପାଖରେ ବର୍ତ୍ତମାନ 5 ହଜାରରୁ ଅଧିକ ମାମଲା ପଡି ରହିଛି, ଏମଧ୍ୟରୁ କେବଳ 50ଟି ମାମଲାର ସମଧାନ ହୋଇପାରିଛି ବୋଲି ଅନୀଲ ଧୀର ସୂଚନା ଦେଇଛନ୍ତି ।

ଏଥିପାଇଁ ସରକାରଙ୍କୁ ଧ୍ୟାନ ଦେବାକୁ ସେ କହିଛନ୍ତି । ପ୍ରସିଦ୍ଧ ଐତିହ୍ୟ ସ୍ଥଳୀ ପାଖରେ ଏକ ମ୍ୟୁଜିୟମ ନିର୍ମାଣ କରି ସେଠାରେ ଅଷ୍ଟଧାତୁ ରଖାଯାଉ ବୋଲି କହିଛନ୍ତି । ପୋଲିସ ଓ ଚୋରା କାରବାର କରୁଥିବା ଗ୍ୟାଙ୍ଗ ସହ ଯେଉଁ ମଧୁଚନ୍ଦ୍ରିକା ରହିଛି ସେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.